-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||     

HOME   ଜିଲ୍ଲା

ପ୍ରଶାସନର ଚେତାପଶିଲା,ବର୍ଷା ବେଳେ ଲକ୍ଷ୍ମୀଯୋର ନାଳ ସଫେଇ କାମ ଆରମ୍ଭ

01-Jul-2024



ବାଲାଙ୍ଗୀର(ପ୍ରେରଣା ଖବର ): ବଲାଙ୍ଗୀର ସହର ମଧ୍ୟଦେଇ ବହିଯାଇଥିବା ଲକ୍ଷ୍ମୀଯୋର ନାଳକୁ ଶେଷରେ କ୍ଷୁଦ୍ରଜଳସେଚନ ବିଭାଗ ସଫେଇ ଆରମ୍ଭ କରିଛି। ଗତ ଦୁଇଦିନ ହେଲା ଜଣେ ଠିକଦାର ଜରିଆରେ ଚେନମାଉଣ୍ଟିଂ ମେସିନ ଲଗାଇ ଲକ୍ଷ୍ମୀ ଯୋରନାଳ ଭିତରେ ଥିବା ଅନାବନାଗଛ ଓ ପୋତିହୋଇଥିବା ବାଲିକୁ କଢାଯାଉଛି। ଗତ ଜୁନ ୧୨ ତାରିଖରେ ବଲାଙ୍ଗୀରର ନବନିର୍ବାଚିତ ବିଧାୟକ କଳିକେଶ ନାରାୟଣ ସିଂଦେଓ ପୌରାପାଳିକା କାର୍ଯ୍ୟାଳୟରେ ସମୀକ୍ଷା ବେଳେ କ୍ଷୁଦ୍ର ଜଳସେଚନ ବିଭାଗକୁ ଲକ୍ଷ୍ମୀ ଯୋରନାଳର ସଫେଇ ନେଇ ନିର୍ଦ୍ଦେଶ କରିଥିଲେ। କିନ୍ତୁ ବିଭାଗୀୟ ଅଧିକାରୀ ନୀରବ ରହିଥିଲେ । ଏନେଇ କିଛି ଖବରକାଗଜରେ ଖବର ପ୍ରକାଶିତ ହୋଇଥିଲା । ଫଳରେ ଶେଷରେ ଚାପଗ୍ରସ୍ତ ହୋଇ କ୍ଷୁଦ୍ରଜଳସେଚନ ବିଭାଗ୍ ଲକ୍ଷ୍ମୀ ଯୋରନାଳ ସଫେଇ କାମ ଆରମ୍ଭ କରିଛି l ପ୍ରଥମେ ଠିକଦାରପଡା ବ୍ରିଜର ଉପରମୁଣ୍ଡକୁ ସଫେଇ କରାଯାଉଛି। ଆଜି ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ ୨୧ନମ୍ବର ୱାର୍ଡ କାଉନସିଲର ଶତୃଘ୍ନ ନାଗ କ୍ଷୁଦ୍ରଜଳସେଚନ ବିଭାଗର କନିଷ୍ଠଯନ୍ତ୍ରୀ ଇଂ.ଓଝାଙ୍କୁ ଡାକି କାମର ପରିଦର୍ଶନ କରିଛନ୍ତି । ବର୍ଷା ବଢିବା ପୂର୍ବରୁ ଅଧିକ ମେସିନ ଲଗାଇ ସଫେଇ କାମକୁ ସାରିବାକୁ ପୌରାଧ୍ୟକ୍ଷା ଲିକା ସାହୁ କ୍ଷୁଦ୍ରଜଳସେଚନ ବିଭାଗକୁ ଅନୁରୋଧ କରିଛନ୍ତି । 
   ପ୍ରକାଶ୍ୟ ଯେ,ବଲାଙ୍ଗୀର ସହର ମଧ୍ୟଦେଇ ବହିଯାଇଛି ଲକ୍ଷ୍ମୀଯୋର ନାଳ। ଗୋଟିଏ ସମୟରେ ଏହି ନାଳରେ ଲୋକେ ଗାଧୁଆପାଧୁଆ ମଧ୍ୟ କରୁଥିଲେ । ଗାଈଗୋରୁ ନାଳଖଣ୍ଡିର ଘାସଖାଇ ପାଣି ପିଉଥିଲେ । କିନ୍ତୁ ଏବେ ସରକାର ଏହାର ବିକାଶ କରାଇ ବଲାଙ୍ଗୀର ପାଇଁ ବିପତ୍ତିକୁ ଡାକି ଆଣିଛନ୍ତି । ବନ୍ୟାନୀୟନ୍ତ୍ରଣ ନାମରେ ଆସିଥିବା ୧୭କୋଟି ଟଙ୍କାର ଅନୁଦାନରେ ନାଳର ଉଭୟକଡେ ଉଚ୍ଚ ଗାର୍ଡୱାଲ ଓ ୫ ଟି ସ୍ଥାନରେ ଚେକନିର୍ମାଣ କରାଯାଇଛି। ନିର୍ମାଣଗତ ତୃଟିରୁ ଶେଷରେ ଏହି ପ୍ରକଲ୍ପ ପାଇଁ ବଲାଙ୍ଗୀର ସହରରେ ବନ୍ୟା ହୋଇ ଲୋକମାନେ ହଇରାଣ ହେଉଛି। ତେବେ ଲକ୍ଷ୍ମୀଯୋର ପ୍ରକଜଲ୍ପକୁ କ୍ଷୁଦ୍ରଜଳସେଚନ ବିଭାଗ କରାଇଥିବା ବେଳେ ଏବେ ସଫେଇ ବେଳେ ମୁହଁ ମୋଡୁଥିଲେ । ଯାହାକୁ ନେଇ ଜନଅସନ୍ତୋଷ ଦେଖାଦେଇଥିଲା । ବଲାଙ୍ଗୀରର ନିବନିର୍ବାଚିତ ବିଧାୟକ କଳିକେଶନାରାୟଣ ସିଂଦେଓ ସମୀକ୍ଷା ବୈଠକରେ ତୁରନ୍ତ ଲକ୍ଷ୍ମୀ ଯୋରନାଳକୁ ସଫେଇ କରିବାକୁ ନିର୍ଦ୍ଦେଶ କରିଥିଲେ । ବଲାଙ୍ଗୀର ସହରର ଉପରମୁଣ୍ଡରେ ଥିବା ଗନ୍ଧରେଲ ଜଳପ୍ରକଲ୍ପରୁ ଲକ୍ଷ୍ମୀଯୋରଦେଇ ବନ୍ୟାଜଳ ଆସିଥାଏ। ଲକ୍ଷ୍ମୀ ଯୋର ଗନ୍ଧରେଲ ପ୍ରକଲ୍ପଠାରୁ ଆରମ୍ଭ ହୋଇ ବଲାଙ୍ଗୀର ସହର,ପୁଇଁତଳା ବ୍ଲକ ଓ ସୋନପୁର ଜିଲ୍ଲାର ତରଭା ବ୍ଲକଅଞ୍ଚଳର ପୁଆ ଦେଇ ଯାଇ ସୁକତେଲନଦୀରେ ମିଶିଛି । ବଲାଙ୍ଗୀର ସହରରେ ପ୍ରାୟ ୮କିମି ଅଞ୍ଚଳରେ ଏହା ବହିଯାଇଛି । ବଲାଙ୍ଗୀର ମଧ୍ୟଦେଇ ବହିଯାଇଥିବାରୁ ବେଶି ବର୍ଷା ସମୟରେ ସାମାନ୍ୟ କୂଳଲଙ୍ଘି ବନ୍ୟାଜଳ ଯୋରଖଣ୍ଡିରେ ଥିବା କିଛି ଘରକୁ ପାଣି ପଶୁଥିଲା । ସେଥିପାଇଁ ଲକ୍ଷ୍ମୀ ଯୋରରେ ବନ୍ୟାନୀୟନ୍ତ୍ରଣ ପାଇଁ ରାଜ୍ୟର ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଅନୁଦାନ ଆସିଥିଲା । ଆସିଥିବା ୨୦କୋଟି ଟଙ୍କାର ଅନୁଦାନରୁ ୧୭କୋଟି ଖର୍ଚ୍ଚ କରାଯାଇ ଯୋରର ଉଭୟକଡେ କଂକ୍ରୀଟର ଉଚ୍ଚଗାର୍ଡୱାଲ ସହ ୫ ଟି ସ୍ଥାନରେ ଚେକଡ୍ର‌୍ୟାମ ନିର୍ମାଣ କରାଗଲା । କିନ୍ତୁ ନିର୍ମାଣରେ ତୃଟି କାରଣରୁ ଗତ ୨୦୧୯ ମସିହାରେ ଲକ୍ଷ୍ମୀଯୋର ପ୍ରବଳ ବନ୍ୟାଜଳ ଆସି ବଲାଙ୍ଗୀର ସହରର ଅନେକପଡାରେ ବନ୍ୟାପାଣି ପଶିଗଲା ଓ ବ୍ୟାପ କ୍ଷୟକ୍ଷତି ହୋଇଥିଲା । ଲକ୍ଷ୍ମୀଯୋର ପ୍ରକଲ୍ପରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଖୋଦ ଶାସକଦଳ ତୁମ୍ବିତୁଫାନ କରି ତଦନ୍ତ ଦାବି କରିଥିଲେ । ସେଥିପାଇଁ ପରେ ପୁଣି ୧୪ କୋଟି ଟଙ୍କାର ଅନୁଦାନ ଆସି ପଡିରହିଛି । ଏହି ଅନୁଦାନ କ୍ଷୁଦ୍ରଜଳସେଚନ ବିଭାଗ ବଦଳରେ ଜଳସେଚନ ଡିଭିଜନ କରିବାକୁ ସରକାର ନିର୍ଦ୍ଦେଶ କରିଥିଲେ । ଜଳସେଚନ ବିଭାଗ ଟେଣ୍ଡର ପ୍ରକ୍ରୀୟା ଆରମ୍ଭ କଲା କିନ୍ତୁ ଯୋରଖଣ୍ଡିରେ ଥିବା ଘରଗୁଡିକୁ ଉଚ୍ଛେଦ କରା ନ ଯିବାରୁ ସେହି କାମ ଆରମ୍ଭ କରାଯାଇ ପାରିଲା ନାହିଁ । ଇତି ମଧ୍ୟରେ ଲକ୍ଷ୍ମୀଯୋରରେ ପାଣି ସାଙ୍ଗରେ ବାଲି ଓ ମାଟି ଆସି ପୋତିହୋଇଗଲାଣି । ଏହା ସହିତ ଅନାବନା ଗଛସବୁ ଭର୍ତ୍ତି ହୋଇଯାଇଛି । ଜଳନିସ୍କାସନ ଠିକରେ ହେଉନଥିବାରୁ ଯୋରରେ ପାଣିଜମି ରହି ମଶାବଂଶ ବୃଦ୍ଧି ହେଉଛି । ଲକ୍ଷ୍ମୀ ଯୋର ପାଇଁ କେତେବେଳେ ବଲାଙ୍ଗୀର ସହରରେ ଡେଙ୍ଗୁ ମଧ୍ୟ ବ୍ୟାପିବାର ଆଂଶଙ୍କା ରହିଛି । ଗତ ୧୨ ତାରିଖରେ ବଲାଙ୍ଗୀରର ନବନିର୍ବାଚିତ ବିଧାୟକ କଳିକେଶ ନାରାୟଣ ସିଂଦେଓ ପୌରପାଳିକା ସଭାକକ୍ଷରେ ଏକ ସମୀକ୍ଷା ବୈଠକ କରି ବର୍ଷା ପୂର୍ବରୁ ଲକ୍ଷ୍ମୀଯୋର ଭିତରେ ଥିବା ଅନାବନା ଗଛ ସହ ପୋତିହୋଇଥିବା ମାଟିକୁ ସଫେଇ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ କରିଥିଲେ। ଏବେ ବିଭାଗ ସେହି ସଫେଇକାମ ଆରମ୍ଭ କରିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026

You Might Also Like