-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
01-Jul-2024
କନ୍ଧମାଳ/ଟିକାବାଲି(ରମେଶ ପଣ୍ଡାଙ୍କ ରିପୋର୍ଟ ): କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ କୁସୁମେଣ୍ଡି ପଞ୍ଚାୟତର ଗରିବ ନିରୀହ ଅସହାୟ ଭିନ୍ନକ୍ଷମ ମହିଳାଙ୍କୁ ସରକାରୀ କର୍ମଚାରୀ ମାନେ ଦେଉନାହାନ୍ତି ଭିନ୍ନକ୍ଷମ ଭତ୍ତା l ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟର ଅଧ୍ୟକ୍ଷ କୁନା ଦିଗାଲଙ୍କ ଦ୍ୱାରସ୍ତ ହେଲେ ଅସହାୟ ମହିଳା l ଦୁଃଖ ପ୍ରକାଶ କରି କହିଛନ୍ତି କି ସରକାର ଅନେକ ଯୋଜନା ମାଧ୍ୟମରେ ଜନ ସାଧାରଣଙ୍କ ହିତ ପାଇଁ କରିଥାନ୍ତି l ହେଲେ ତାହା କନ୍ଧମାଳ ଜିଲ୍ଲାରେ ବାଟବଣା ହେଉଥିବା ଦେଖିବାକୁ ମିଳୁଛି l ମହିଳା ଜଣଙ୍କ ଟିକାବାଲି ବ୍ଲକରେ ବିବାହ କରିଥିବାରୁ ଚକାପାଦ ବ୍ଲକ୍ ପ୍ରଶାସନ ତାଙ୍କ ଭତ୍ତା ହଡ଼ପ କରିଥିବା ଅଭିଯୋଗ ହେଇଛି l ଝଡ଼ବତାସରେ ଝାଟି ମାଟି ଘର ଉପରେ ଛପର ହେଇଥିବା ଚାଳ ଉଡ଼େଇ ନେବା ପରେ ପରିବାର ଲୋକେ ନାହିଁନ ଥିବା ହନ୍ତସନ୍ତ ହେଉଥିଲେ l ଉକ୍ତ ସମୟରେ ଅଧ୍ୟକ୍ଷ ଶ୍ରୀ ଦିଗାଲ ଏହି ଖବର ପାଇଁ ତାଙ୍କ ଘରକୁ ଯାଇ ଦେଖିଥିଲେ କି ଚାଳ ନ ଥିବା ଝାଟିମାଟି କୁଡ଼ିଆ ଘରେ ଛୋଟ ଛୋଟ ଛୁଆଙ୍କୁ ଧରି ବହୁ କଷ୍ଟରେ ରହୁଥିବା ଦେଖି ଅଧ୍ୟକ୍ଷ ଶ୍ରୀ କୁନା ଦିଗାଲ ଆର୍ ଆଇ ଙ୍କୁ ଯୋଗାଯୋଗ କରି ତାଙ୍କ ପାଇଁ ପଲିଥିନ୍ ଯୋଗାଈଦେବା ନିମନ୍ତେ କହିଥିଲେ l ଆର୍ ଆଇ ଜଣଙ୍କ ତତ୍ପରତା ଦେଖାଇ ଉକ୍ତ ପରିବାର ବର୍ଗଙ୍କୁ ପଲିଥିନ୍ ଯୋଗାଇ ଦେଇଥିବା ଦେଖିବାକୁ ମିଳିଥିବା ବେଳେ ଭିନ୍ନକ୍ଷମ ଭତ୍ତା ପାଇବା ପାଇଁ ମଧ୍ୟ ସହଯୋଗ କରିଛନ୍ତି l