-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
27-Jun-2024
କେନ୍ଦ୍ର ସରକାର ନିରବ ଦ୍ରଷ୍ଟା ସାଜିଲା। ଏହା ଦୁର୍ଭାଗ୍ୟ ଜନକ ଥିଲା। ଏବେ ଟ୍ରିପଲ ଇଞ୍ଜିନ ସରାକର ଅଛି ତୁରନ୍ତ ମହାନଦୀ ବିବାଦର ସ୍ଥାୟୀ ସମାଧାନ କରାଯାଉ କହିଲା ବିଜେଡି।
ଭୁବନେଶ୍ବର (ବିଶ୍ୱରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ ): ଓଡିଶା-ଛତିଶଗଡ ମହାନଦୀ ବିବାଦ ପ୍ରସଙ୍ଗରେ ବିଜେଡ଼ିର ସାମ୍ବାଦିକ ସମ୍ମିଳନୀ। ବିଜେଡି ସରକାରରେ ଥିବା ବେଳେ ମହାନଦୀ ପ୍ରସଙ୍ଗରେ କିଛି କରି ନାହାନ୍ତି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଯେଉଁ ଅବାଧରଣା ସୃଷ୍ଟି କରୁଛନ୍ତୁ ତାର ଜବାବ ଅଜି ରଖିଛି ବିଜେଡ଼ି। ଏହାକୁ ଦୁର୍ଭାଗ୍ୟ ଜନକ ବୋଲି କହିଲା ବିଜେଡି । ଛତିଶଗଡ ବେଆଇନ ବ୍ୟାରେଜ ନିର୍ମାଣକୁ ଦେଖି ଏହାକୁ ବିରୋଧ କରାଯାଇଥିଲା । ତତ୍କାଳୀନ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କୁ ଏହି ପ୍ରସଙ୍ଗରେ ଅବଗତ କରାଇବା ସହ ପ୍ରଧାନମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଜଣାଇଥିଲ ତତ୍କାଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ପରେ ଉମା ଭାରତୀଙ୍କ ନେତୃତ୍ୱରେ ବସିଥିବା ବୈଠକ ବେଆଇନ ନିର୍ମାଣକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧ କରିଥିଲେ। କିନ୍ତୁ ଛତିଶଗଡ଼ର ବେଆଇନ ନିର୍ମାଣ ଜାରି ରଖିଲା । ଏହା ପରେ ଅଫିସ୍ ସ୍ତରୀୟ, ମୁଖ୍ୟମନ୍ତ୍ରୀ ସ୍ତରୀୟ, ତ୍ରିପାଖିକ ଆଲୋଚନା ବିଫଳ ହେବା ପରେ ସୁପ୍ରିମକୋର୍ଟ ଠାରୁ ଆରମ୍ଭ କରି ଟ୍ରିବ୍ୟୁନାଲ ସବୁଠାରେ ବିଜେଡ଼ି ସରକାର ଦ୍ୱାରସ୍ଥ ହୋଇଛି । ତତ୍କାଳୀନ ସରକାର ନ୍ୟାୟିକ ଲଢେଇ ଜାରି ରଖିଥିଲେ। ସଂସଦ ରେ ଆମ ସାଂସଦ ପ୍ରଶ୍ନ କରିଛନ୍ତି। ଅଫିସର ମାନେ ଲଢ଼ିଥିଲେ। ଛତିଶଗଡ଼ ସରାକର ମନମାନୀ କରି ବେଆଇଆଇନ ବନ୍ଧ ବାନ୍ଧିଲା। ତାକୁ ଓଡିଶା ସରକାର ପ୍ରତିବାଦ କରିଛି।