-+91-9937148622 |

prerana_bgr@rediffmail.com |

  Thursday 1st October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   (30-Sep-2026)       ||      କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   (30-Sep-2026)       ||      ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ    (30-Sep-2026)       ||      ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି    (30-Sep-2026)       ||      ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା    (30-Sep-2026)       ||      ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   (30-Sep-2026)       ||      ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   (30-Sep-2026)       ||      ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   (30-Sep-2026)       ||      ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   (30-Sep-2026)       ||      ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା     (30-Sep-2026)       ||      ୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||     

HOME   ରାଜ୍ୟ

ସ୍କୁଲପିଲାଙ୍କ ୟୁନିଫର୍ମ ଯୋଗାଣରେ ଟେଣ୍ଡର୍ ଫିକ୍ସିଂର ଗନ୍ଧ ! ବିଡରଙ୍କ ଘରକୁ ଯାଇଥିଲେ ଅଧିକାରୀ କାହିଁକି ? ଏହା ସରକାରୀ ନିୟମ ନା ନିୟମ ବହିର୍ଭୂତ ?

27-Jun-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ):  ସରକାରୀ ସ୍କୁଲ୍ ର ଛାତ୍ରଛାତ୍ରୀମାନଙ୍କ ପାଇଁ ସରକାର ୟୁନିଫର୍ମ ଯୋଗାଣର ବ୍ୟବସ୍ଥା କରିଛନ୍ତି। ଏହା ପୂର୍ବସରକାରଙ୍କ ଅମଳରେ ଗତବର୍ଷଠାରୁ ଆରମ୍ଭ ହୋଇଛି। ପ୍ରାଥମିକ ସ୍କୁଲରେ ସ୍କୁଲ୍ କର୍ତ୍ତୃପକ୍ଷ ଶିକ୍ଷାବିଭାଗୀୟ ଅଧିକାରୀଙ୍କ ଅନୁମୋଦନ କ୍ରମେ ଏହି ଡ୍ରେସ୍ ଯୋଗାଣ କରୁଥିବା ବେଳେ ସ୍କୁଲର ପ୍ରଧାନଶିକ୍ଷକ, ସ୍କୁଲ କମିଟି ଓ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ସହମତିରେ ଏହା କିଣାଯାଉଥିବା ବେଳେ ହାଇସ୍କୁଲଗୁଡିକ ସକାଶେ ପ୍ରତି ବ୍ଲକ୍ ସ୍ତରରେ ବିଡିଂ ଆବେଦନ କ୍ରମେ ଟେଣ୍ଡର କରାଯିବାକୁ ପ୍ରକ୍ରିୟା ରଖାଯାଇଛି ଓ ବିଡିଓଙ୍କ ଅଧ୍ୟକ୍ଷତାରେ ବିଇସି, ବିଆରସି, ଏବିଇଓ, ଆଇପିଓ, ମିଶନଶକ୍ତି ସଂଯୋଜିକା ପ୍ରମୁଖଙ୍କର ଏକ ପରଚେଜ୍ କମିଟିର ଚୟନ ପରେ ଆବେଦନକାରୀ ବିଡରଙ୍କ ମଧ୍ୟରୁ  କେଉଁ ସ୍ବୟଂ ସହାୟିକା ଗୋଷ୍ଠୀ ବା ସରକାରୀ ପଞ୍ଜିକରଣ ହୋଇଥିବା  କ୍ଷୁଦ୍ରଶିଳ୍ପ ବା କୁଟୀରଶିଳ୍ପ ସଂସ୍ଥାକୁ  ସର୍ବନିମ୍ନ ଦର ଓ ଉତ୍ତମ ମାନର ସାମଗ୍ରୀ ବଛାଯାଇ ଯୋଗାଣ ନିମନ୍ତେ ଅନୁମତି ଦିଆଯିବ,  ସ୍ଥିର କରାଯିବା କଥା। ତେବେ ଏଥିରେ ଗତବର୍ଷ ଠାରୁ 

ରୀତିମତ ଅନିୟମିତତା ହୋଇ ଆସୁଥିବା ଜଣାଯାଇଛି ।  ପଡୋଶୀ ଛତିଶଗଡର ରାୟପୁର ବଜାରରୁ କମ୍ ଦାମ୍ ର ନିମ୍ନମାନର କପଡାର ଥୋକ ମାଲ୍ କିଣିଅଣାଯାଇ ଅସାଧୁ ଅଧିକାରୀଙ୍କ ସହାୟତାରେ ସରକାରୀ ମୂଲ୍ୟ ବାଟମାରଣା କରାଯାଇ ସ୍କୁଲ୍ ମାନଙ୍କୁ ଯୋଗାଇ ଦିଆଯାଉଥିବା ଓ ଲକ୍ଷାଧିକ ଟଙ୍କାର ଦୁର୍ନୀତି କରାଯାଉଥିବା ଅଭିଯୋଗ ପ୍ରକାଶ ପାଇ ଆସୁଥିବା ସତ୍ତ୍ୱେ ବିଭାଗ ,ପ୍ରଶାସନ ବା ସରକାରଙ୍କ ଦୃଷ୍ଟି ପଡୁନାହିଁ  !

ଏକ ଘଟଣାରୁ ଜଣାଯାଇଛି ଯେ , ପୁଇଁତଳା ବ୍ଲକ୍ ର ମୋଟ ୨୭ଟି (୧ ଟି ପ୍ରାଇଭେଟ୍ ସମେତ) ହାଇସ୍କୁଲର ୯ମ ଓ ୧୦ମ ଶ୍ରେଣୀର ପ୍ରାୟ ୩ହଜାର ଛାତ୍ରଛାତ୍ରୀଙ୍କ ପାଇଁ ବାର୍ଷିକ ଦୁଇହଳ ୟୁନିଫର୍ମ ଯୋଗାଣ ନିମନ୍ତେ ପୋଷାକ ପ୍ରସ୍ତୁତକାରୀ ସଂସ୍ଥାମାନଙ୍କଠାରୁ ବିଧିବଦ୍ଧ ଭାବେ ଟେଣ୍ଡର ଆହ୍ବାନ କରା ନଯାଇ  ଗତ ୧୯ ତାରିଖରେ ଆବେଦନ ଗ୍ରହଣ କରାଯାଇ ଥିଲା l ଏଥିରେ ୧୦ ଜଣ ବିଡର ଆବେଦନ କରିଥିବା ଓ ୨ ଟିକୁ କାଟିଦିଆଯାଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ । 

ଏହି ଆବେଦନ କରିଥିବା ପୋଷାକ ପ୍ରସ୍ତୁତକାରୀ ସଂଖ୍ଯାମାନଙ୍କ ମଧ୍ୟରେ ଅଧିକାଂଶ କପଡାଦୋକାନୀ ଅର୍ଥାତ୍ ସେମାନେ ପୋଷାକ ପ୍ରସ୍ତୁତ କରନ୍ତି ନାହିଁ। ଆଉ କେତେକ ନାମମାତ୍ର ଏସ୍ .ଏଚ୍ .ଜି ବା କ୍ଷୁଦ୍ର କୁଟୀରଶିଳ୍ପ ସଂସ୍ଥା ନାଁ'ରେ ଅସାଧୁ ଅଧିକାରୀଙ୍କୁ ହାତକରି ବେପାର ଚଳାଇଛନ୍ତି । 

ବିଭାଗୀୟ ସୂତ୍ରରୁ ପ୍ରକାଶ ଯେ , ଚଳିତବର୍ଷ  ଏଥିପାଇଁ ଆବେଦନ କରିଥିବା ୧୦ଟି ସଂସ୍ଥାମାନେ ହେଲେ, ସମଲେଶ୍ବରୀ ଏସ୍ ଏଚ୍ ଜି (ବିଲେଇସର୍ଡା), ଆରତୀ କଲେକ୍ ସନ୍ (ନୂଆପଡା, ତୁଷୁରା), ଗଣେଶ ମେନୁଫ୍ୟାକ୍ଚର୍ (ବଇରାସର), ସତ୍ୟସାଈ ସିଲେଇ ସେଣ୍ଟର୍ (କଉଡିଆ, ପାଟଣାଗଡ), ମନାଲି ଏଣ୍ଟର୍ ପ୍ରାଇଜେସ୍ (କଉଡିଆ, ପାଟଣାଗଡ), ଅମୃତ ଏଣ୍ଟରପ୍ରାଇଜେସ୍ (କଉଡିଆ, ପାଟଣାଗଡ), ପଣ୍ଡା ଗାରମେଣ୍ଟସ୍ ଆଣ୍ଡ୍ ୟୁନିଫର୍ମ, (ବଲାଙ୍ଗୀର) , ସୁଦାମ ଫୁଟ୍ଉଏର୍ (ସାଲେଭଟା) , ଅର୍ଚ୍ଚିତା ଏଣ୍ଟରପ୍ରାଇଜେସ୍ (କୁତମୁଣ୍ଡା, ପାଟଣାଗଡ) ଏବଂ ଲକ୍ଷ୍ମୀ ଏଣ୍ଟରପ୍ରାଇଜେସ୍ (କୁତମୁଣ୍ଡା ,ପାଟଣାଗଡ) । ହଳକୁ ୨୭୫ ଟଙ୍କା ମୂଲ୍ୟରେ ଏମାନଙ୍କ ମଧ୍ୟରୁ ଚୟନ କରାଯାଇଥିବା ପ୍ରସ୍ତୁତକାରୀ ସଂସ୍ଥା ଏହା ଯୋଗାଇବେ ।ତେବେ ଟେଣ୍ଡର ହୋଇ ନଥିବା ବା ଟେଣ୍ଡର ଖୋଲାଯିବା ପୂର୍ବରୁ ଗତକାଲି ତା ୨୬ । ୬ । ୨୦୨୪ ରିଖରେ ବଲାଙ୍ଗୀର ଜିଲ୍ଲା ସଦର ମହକୁମା ସଂଲଗ୍ନ ପୁଇଁତଳା ବିଇସି ଅଫିସ୍ ର ଗାଡି ଧରି ଏବିଇଓ ନୀଳମଣି ପଣ୍ଡା , ପୁଇଁତଳା ମିଶନ ଶକ୍ତି ସଂଯୋଜିକା ସୁଜାତା ମଲ୍ଲିକ ଓ ଜଣେ ଆଇପିଓ କାର୍ତ୍ତିକବାବୁ ପ୍ରମୁଖ ସରକାରୀ ଅଫିସ୍ ଗାଡିରେ ପାଟଣାଗଡ ବ୍ଲକ୍ ର କୁତମୁଣ୍ଡାର ଲକ୍ଷ୍ମୀ ଏଣ୍ଟରପ୍ରାଇଜେସ୍ ମାଲିକଙ୍କ ଘରକୁ ଯାଇ କିଛି ସଲାସୁତୁରା କରୁଥିବା ଦେଖାଯାଇଥିଲା । ସେଠାରେ କିଛି ସାମ୍ବାଦିକ ପହଞ୍ଚିଯିବାରୁ ସେମାନେ ତରବରିଆ ଭାବରେ ସେଠାରୁ ପଳାଇ ଆସିଥିଲେ । ତେବେ ଆଜି ସେମାନଙ୍କୁ ପୁଇଁତଳା ବିଇସି ଅଫିସ୍ ରେ ଉକ୍ତ ସାମ୍ବାଦିକମାନେ ଯାଇ ସେମାନଙ୍କ ସହ କେତେକ ବିଭାଗୀୟ ଅଧିକାରୀଙ୍କୁ ଭେଟି ଏ ସମ୍ପର୍କରେ ପଚାରିବାରୁ ସେମାନେ ପହିଲେ ଥତମତ ହୋଇଯାଇଥିଲେ । ବିଆରସି ତଥା ବରିଷ୍ଠ ଏବିଇଓ ଗୋପାଳ ବୁଡେକ ଓ ଅନ୍ୟଜଣେ ଏବିଇଓ ଲଛମନ ପଧାନ ଏହା ସରକାରୀ ଭେରିଫିକେଶନ୍ ଥିଲା ଓ ଓସେପା କମିଶନରଙ୍କ ନିର୍ଦ୍ଦେଶରେ ରିପୋର୍ଟ ଦେବାକୁ ବିଇଓଙ୍କ ନିର୍ଦ୍ଦେଶରେ ସେମାନେ ଯାଇଥିଲେ ବୋଲି ସଫେଇ ଦେଇଛନ୍ତି । ତେବେ ବିଇଓ ଲୋକନାଥ ସୁନାଙ୍କର ଏ ସମ୍ପର୍କରେ ସେ ଅଫିସ୍ ରେ ଅନୁପସ୍ଥିତ ଥିବାରୁ ତାଙ୍କ ମତାମତ ନିଆଯାଇ ପାରିନାହିଁ । ତେବେ ଉକ୍ତ ଲକ୍ଷ୍ମୀ ଏଣ୍ଟରପ୍ରାଇଜେସ୍ କୁ ରହି ଥିବାରୁ ତାକୁ ଏହି ଯୋଗାଣ ମିଳିବ ନାହିଁ ବୋଲି ସେଠାକୁ ଯାଇ ତଦାରଖ କରିଥିବା ଏବିଇଓ  ଶ୍ରୀ ପଣ୍ଡା ଓ ବିଆରସିସି ଶ୍ରୀ ବୁଡେକ ପ୍ରକାଶ କରିଛନ୍ତି । ବିଆରସିସିଙ୍କ କଥାରେ କୌଣସି ତାଳମେଳ ନଥିଲା । କେତେବେଳେ ସେ ଟେଣ୍ଡର ଓପନ ହେଲାଣି ତ ତାଙ୍କ ଅଫିସ୍ ର ଅନ୍ୟ ଏବିଇଓ ' ନା ହେଇନି ' କହିବାରୁ' ହଁ , ହୋଇନାହି' ଇତ୍ୟାଦି ପରସ୍ପରବିରୋଧୀ କଥା କହୁଥିବା ଦେଖାଯାଇଥିଲା । ଏଣୁ ଏହି ଅଫିସ୍ ରେ ଆଉ କଣ କଣ ସବୁ ଚାଲିଛି, ସେ ସବୁର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବାର ଆବଶ୍ୟକତା ରହିଛି ।  ପୁଇଁତଳା ବିଇସିଙ୍କ ବିରୁଦ୍ଧରେ ବହୁଅଭିଯୋଗ ଚର୍ଚ୍ଚା ହୋଇଆସୁଛି । ବିଶେଷତଃ ସମଗ୍ରଶିକ୍ଷା ଅନ୍ତର୍ଗତ ଏହି ବ୍ଲକ୍ ରେ ଯାବତୀୟ ମିଟିଂ, ପରିବହନ ଓ ଅନ୍ୟାନ୍ୟ ଖର୍ଚ୍ଚବାର୍ଚ୍ଚର ବିଲ୍ ଭାଉଚର ଇତ୍ୟାଦିର ଏକ ସ୍ବତନ୍ତ୍ର ଅଡିଟ୍ ସହ ଏହି ଅଫିସ୍ ଉପରେ ଭିଜିଲାନ୍ସର ଦୃଷ୍ଟି ପଡିବାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ଲୋକେ ଆଲୋଚନା କରୁଛନ୍ତି । ଖୁବ୍ ଶୀଘ୍ର ଏହି ଅଫିସ୍ ଓ ଅଧିକାରୀଙ୍କର କାର୍ଯ୍ୟକଳାପ ଉପରେ ଏକ ସ୍ବତନ୍ତ୍ର ଅନୁସନ୍ଧାନମୂଳକ ଖବର ପ୍ରକାଶ ପାଇବ ବୋଲି ଶୁଣିବାକୁ ମିଳୁଛି । ଅନୁରୂପ ଭାବରେ ସାରା ବଲାଙ୍ଗୀର ଜିଲ୍ଲାର ସମସ୍ତ ବ୍ଲକ୍ ରେ ଏହି ସ୍କୁଲପୋଷାକ ଯୋଗାଣ ବିଷୟରେ ତନାଘନା ହେବା ଜରୁରୀ ବୋଲି 

ଜନମତ ପ୍ରକାଶ ପାଇଛି। ଉଲ୍ଲେଖନୀୟ ଯେ, ଗତବର୍ଷର ପୋଷାକଯୋଗାଣରେ ବଙ୍ଗୋମୁଣ୍ଡା ଓ ପଡୋଶୀ ସୁବର୍ଣ୍ଣପୁର ଜିଲ୍ଲାର ତରଭା ଆଦି ବ୍ଲକ୍ ରେ ଅନିୟମିତତା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ବଙ୍ଗୋମୁଣ୍ଡା ବ୍ଲକ୍ ର ପୋଷାକ ଯୋଗାଣରେ କୁତମୁଣ୍ଡାର ଉକ୍ତ ଲକ୍ଷ୍ମୀ ଏଣ୍ଟରପ୍ରାଇଜେସ୍ ର କେଳେଙ୍କାରୀର ପର୍ଦ୍ଦାଫାଶ୍ ହୋଇଥିଲା । 

ତେଣୁ ବିସ୍ମୟର ବିଷୟ ଯେ, ବିନା ବିଧିବଦ୍ଧ ଟେଣ୍ଡର କରାଯିବା ବା ସରକାରୀ ପ୍ରକ୍ରିୟା ଅବଲମ୍ବନ କରା ନଯାଇ ତିନିହଜାର ଛାତ୍ରଛାତ୍ରୀଙ୍କ ନିମନ୍ତେ ଯୋଗାଯାଉଥିବା ଲକ୍ଷାଧିକ ଟଙ୍କାର ସରକାରୀ କାରବାରରେ  ଅନ୍ୟ ବ୍ଲକ୍ ର ଜଣେ ପୂର୍ବଅଭିଯୁକ୍ତ ବିଡରଙ୍କ ଘରକୁ ସରକାରୀଗାଡିରେ ସରକାରୀଙ୍କ ସମେତ ପରଚେଜ୍ କମିଟିର ସଦସ୍ୟଥିବା ଅଧିକାରୀମାନେ ଆଗରୁ ଯାଇ ଘରେ ପଶିବା ଟେଣ୍ଡର ଫିକ୍ସିଂ ନୁହେଁ ତ ଆଉ କଣ ଓ ଜିଲ୍ଲାପାଳ ବା ସରକାର ଏ ସମ୍ପର୍କରେ ଅବଗତ ହେବା ନିତାନ୍ତ ଜରୁରୀ ବୋଲି ଜନମତ ପ୍ରକାଶ ପାଇଛି ।

ଯଦିଓ ସମ୍ପୃକ୍ତ ଅଧିକାରୀମାନେ ଏହା ସରକାରୀ ନିୟମର ଅନ୍ତର୍ଭୁକ୍ତ ବୋଲି ମୁହଁଟାଣ ମାରିଛନ୍ତି !


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   30-Sep-2026
  ଜିଲ୍ଲା  
କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ   30-Sep-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି   30-Sep-2026
  ଜିଲ୍ଲା  
ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   30-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   30-Sep-2026
  ଜିଲ୍ଲା  
ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   30-Sep-2026
  ଜିଲ୍ଲା  
ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   30-Sep-2026
  ଜିଲ୍ଲା  
ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା    30-Sep-2026
  ଜିଲ୍ଲା  
୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   30-Sep-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   30-Sep-2026

You Might Also Like