-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
26-Jun-2024
ସୁବର୍ଣ୍ଣପୁର- (ମନୋରଞ୍ଜନ ତ୍ରିପାଠୀ )
ରାଜ୍ୟର ମହିଳା ସାମ୍ବାଦିକଙ୍କ ପ୍ରତି ଆକ୍ରୋଶ ର ପ୍ରତିବାଦ ରେ ଆଜି ପ୍ରଥମେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ସାମ୍ବାଦିକ। ଦିନକୁ ଦିନ ସାମ୍ବାଦିକ ମାନେ ନିଜ କାର୍ଯ୍ୟ କ୍ଷେତ୍ରରେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖିନ ହେଉଥିବା ବେଳେ ତାଙ୍କ ସାମାଜିକ ସୁରକ୍ଷା ପ୍ରତି ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି। ଅର୍ଗସ ଟିଭି ମହିଳା ସାମ୍ବାଦିକଙ୍କ ନିକଟକୁ କୁକୁର ଛାଡି ଆକ୍ରମଣ କରାଇବା ପୁଣି ଦୋଷୀ ଖୋଲା ଚ୍ୟାଲେଞ୍ଜ କରିବା ଘଟଣାର ଦୃଢ଼ ନିନ୍ଦା କରିବା ସହିତ ଏହାର ପ୍ରତିବାଦ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକ। ଓ ରାଜ୍ୟର ସାମ୍ୱାଦିକ ଙ୍କ ନିରାପତ୍ତା ଓ ପୂର୍ଣ୍ଣ ସ୍ଵାଧୀନତା ପାଇଁ ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ବିଭିନ୍ନ ନାରା ବାଜି ଦେଇ ଛନ୍ତି l ବିଜେଡିର ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ଗତକାଲି ମହିଳା ସାମ୍ବାଦିକଙ୍କ ଉପରେ କୁକୁର ଛାଡି ସାମ୍ବାଦିକଙ୍କୁ କୁକୁର ଆକ୍ରମଣ କରିବା ପାଇଁ ନିର୍ଦେଶ ଦେଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ ରେ ଆଜି ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକ ମାନେ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତି ବିଶେଷଙ୍କୁ ଗିରଫ କରିବା ସହିତ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି। ଯେଉଁ ସାମ୍ୱାଦିକ ମାନେ ରାଜ୍ୟ ର ଓ ଦେଶ ର ସୁରକ୍ଷା ରେ ଉତ୍ସର୍ଗୀକୃତ ସେବା ରେ କାମ କରୁଛନ୍ତି ଆଜି ସେମାନେ ଅସୁରକ୍ଷିତ l ସେଥିପାଇଁ ରାଜ୍ୟରେ ସାମ୍ବାଦିକ ମାନଙ୍କ ସୁରକ୍ଷା ନିମନ୍ତେ ସ୍ୱତନ୍ତ୍ର ଆଇନ ତିଆରି କରିବା କୁ ଲିଖିତ ଦାବି ରଖିଛନ୍ତି। ସାମ୍ବାଦିକ ମାନେ ସବୁ ସମୟରେ ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ଭାବେ ଶୋଷଣର ଶିକାର ହେଉଥିବା ବେଳେ ରାଜ୍ୟ ସରକାର ସାମ୍ବାଦିକଙ୍କ ପ୍ରତି ସମ୍ବେଦନଶୀଳ ହେବା ପାଇଁ ଅନୁରୋଧ କରିଛନ୍ତି। ପ୍ରକାଶ ଥାଉ କି ଯେ ରାଜ୍ୟ ର ନୂଆଁ ସରକାର ଙ୍କ ଶପଥ ପାଠ ର ପରଦିନ ପୂର୍ବାହ୍ନ ରେ ପୁରୀ ସ୍ପେଶାଲ ସର୍କିଟ ହାଉସ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କୁ ପ୍ରଥମେ ସାକ୍ଷାତ କରି ରାଜ୍ୟ ସାମ୍ୱାଦିକ ଙ୍କ ସ୍ବାର୍ଥ ସମ୍ବଳିତ ୧୦ ଦଫା ଦାବୀ ପତ୍ର ସୁବର୍ଣ୍ଣପୁର ର ସାମ୍ୱାଦିକ ପ୍ରଦାନ କରି ଆଲୋଚନା କରିଥିବା ଜଣାଯାଇଛି l ଦେବୀ ପୀଠ ମା ସୁରେଶ୍ୱରୀ ଙ୍କ ମାଟି ର ମହକ ଓ ମହନୀୟତା କୁ ଅନୁଭବ କରି ରାଜ୍ୟ ବିଜେପି ର ପ୍ରଥମ ପ୍ରଚାର ଏହି ମାଟି ରୁ ହିଁ ଅମିତ୍ ଶାହା ଜୀ ଶୁଭାରମ୍ଭ କରିଥିଲେ ଓ ଓଡ଼ିଶା ଶାସନ ରେ ମଧ୍ୟ କ୍ରାନ୍ତିକାରୀ ପରିବର୍ତ୍ତନ କରିଥଲେ l ସେଥିପାଇଁ ଆମେ ଆଶାବାଦୀ ଯେ ନୂଆଁ ସରକାର ଏ ସମ୍ବେଦନଶୀଳ ଘଟଣା କୁ ଗୁରୁତର ସହ ବିଚାର କୁ ନେଇ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ଓ ସାମ୍ୱାଦିକ ଙ୍କ ସୁରକ୍ଷା ଆଇନ୍ ରେ ପରିବର୍ତନ କରି ସାମ୍ୱାଦିକ ଙ୍କ ଦୀର୍ଘ ବର୍ଷ ର ବିଭିନ୍ନ ଦାବୀ ର ନିଶ୍ଚୟ ସମାଧାନ କରିବେ l