-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
26-Jun-2024
ନୂଆପଡା (ରାମନାଥ ପଣ୍ଡା )
ନୂଆପଡା ଜିଲ୍ଲା ନୂଆପଡ଼ା ବ୍ଲକ ଅନ୍ତର୍ଗତ ପଗାରପାଣି ଗ୍ରାମରେ ବିରାଙ୍ଗନା ରାଣୀ ଦୁର୍ଗାବତୀଙ୍କ ୪୬୧ ତମ ବଳିଦାନ ଦିବସ ମାତୃଶକ୍ତି ଓ ପିତୃଶକ୍ତି ଙ୍କ ଦ୍ୱାରା ମହାସମାରୋହରେ ପାଳନ ହୋଇଯାଇଛି l ଏହି ଅବସରରେ ଗ୍ରାମର ବୟୋଜ୍ୟେଷ୍ଠ ସମ୍ମାନୀୟ ଉପସଭାପତି ନୂଆପଡ଼ା ବ୍ଲକ ଗୋଣ୍ଡ ସମାଜ ମାଝୀ ଆଜ୍ଞାଙ୍କ ଦ୍ୱାରା ରାଣୀ ଦୁର୍ଗାବତୀଙ୍କ ଫଟୋ ଚିତ୍ରରେ ଦୀପ ଧୂପ ଓ ମାଲ୍ୟାର୍ପଣ କରି ସଭାକୁ ଶୁଭାରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ ସମାଜର ଇତିହାସ, ସଂସ୍କୃତି, ପରମ୍ପରା ତଥା ମାତୃଶକ୍ତି, ଯୁବଶକ୍ତିଙ୍କୁ ଅଧିକ ରୁ ଅଧିକ ସଶକ୍ତ କରିବା ନିମନ୍ତେ ସଂକଳ୍ପ କରି ନିଜର ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେବା ସହିତ ସମାଜର ପ୍ରତ୍ୟେକ ସାଗା ସମାଜ ପାଖକୁ ଯାଇ ପ୍ରଚାର ପ୍ରସାର ମାଧ୍ୟମରେ ଜାଗ୍ରତ କରିବା ପାଇଁ ସମସ୍ତେ ଦୃଢ଼ ସଂକଳ୍ପ ନେଲେ । ସମାଜରେ ନିଃସ୍ଵାର୍ଥ ଭାବନା ରଖି ଏକତା ଓ ଅଖଣ୍ଡତା ବଜାୟ ରଖିବା ସହ ସମାଜକୁ ସୁଦୃଢ କରିବା ନିମନ୍ତେ ଗୁରୁ ମନ୍ତ୍ରଣା ଦିଆଯାଇଥିଲା ।ସମାଜକୁ ଭଲ ଉଦ୍ଦେଶ୍ୟରେ ଆଗେଇ ନେବାକୁ ନେତୃତ୍ୱ ନେଇଥିବା ମାତୃଶକ୍ତି ରେଣୁକା ମାଝୀ, ପୁଷ୍ପାଞ୍ଜଳି ମାଝୀ, ଜାନକୀ ମାଝୀ, ନର୍ମଦା ମାଝୀ, ମମତା ମାଝୀ, ପଦ୍ମାଳୟା ମାଝୀ, ଗୋଣ୍ଡ ସାମାଜିକ ସର୍କଲ ସଭାପତି ତଥା ଟ୍ରଷ୍ଟର ସହ ସମ୍ପାଦକ ଦିନେଶ କୁମାର ମାଝୀ ଓ ଗ୍ରାମର ମାତୃଶକ୍ତି , ବରିଷ୍ଠ ପିତୃଶକ୍ତି ତଥା ଯୁବ ଶକ୍ତି ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ରାଣୀ ଦୁର୍ଗାବତି ଙ୍କ ୪୬୧ ତମ ବଳିଦାନ ଦିବସକୁ ପାଳନ କରିଥିଲେ । ଆଜିକାର ଏହି ପାଳନୋତ୍ସବ ଅନ୍ୟ ମାନଙ୍କୁ ପ୍ରେରଣା ଦେବା ସହିତ ଯୁବ ଗୋଷ୍ଠୀକୁ ସାହାସ ଯୋଗାଇଛି ଉତ୍ତମ ସମାଜ ଗଠନ କରିବାରେ ।