-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
26-Jun-2024
ନର୍ଲା (ଚିନ୍ତାମଣି ନାଏକ )
ଅର୍ଗସ ସାମ୍ବାଦିକା ଙ୍କୁ କୁକୁର ଦ୍ୱାରା ଆକ୍ରମଣ ଓ ମାଡ ମାରିବା ଘଟଣାକୁ ନେଇ ପ୍ରତିକ୍ରିୟା ଓ ଏପରି କାର୍ଯ୍ୟ କୁ ତୀବ୍ର ନିନ୍ଦା କରି ଥିଲେ ସଂଘ ର ସଭାପତି ଦୀପକ କୁମାର ସାହୁ .ଏହି ଘଟଣା ର ସଠିକ ଅନୁସନ୍ଧାନ କରାଯାଉ ମୁଖ୍ୟମନ୍ତ୍ରୀଙ୍କୁ ଏହା ଅନୁରୋଧ
ନର୍ଲା ପ୍ରେସ ଆସୋସିଏସନ ଏ ନେଇ ସିଧାସଳଖ ମୁଖ୍ୟ ମନ୍ତ୍ରୀ ଙ୍କୁ ଭେଟିବେ ବୋଲି ଆଜି ବୈଠକ ରେ ନିଷ୍ପତି ହୋଇଛି . ଏହା ସହିତ ନର୍ଲା ଅଂଚଳ ରେ ଅନେକ ଜନହିତକର କାର୍ଯ୍ୟ କିପରି ତ୍ୱରାନ୍ୱିତ ହେବ ସେଥି ପାଇଁ ମଧ୍ୟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରା ଯାଇଥିଲା . କୋଭିଡ ପରଠୁ ବାରମ୍ବାର ଦାବି ପତ୍ର ଦିଆ ଯାଉଥିଲେ ମଧ୍ୟ ନର୍ଲା ରେଳ ଷ୍ଟେସନ ରେ ଅନେକ ଯାତ୍ରୀବାହୀ ଟ୍ରେନ୍ ଷ୍ଟପେଜ ହୋଇପାରୁ ନାହିଁ . ନର୍ଲା ର ପ୍ରସ୍ତାବିତ ଲୋକୋମୋଟିଭ କାରଖାନା ମଧ୍ୟ ଠପ ହେଇ ପଡ଼ି ରହିଛି . ପିଡବ୍ଲୁଡ଼ି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ମଧ୍ୟ ଶୀତଳ ଭଣ୍ଡାର ରେ ପଡି ରହିଛି . ନୂତନ ସରକାରଙ୍କୁ ନର୍ଲା ପ୍ରେସ ଆସୋସିଏସନ ତରଫରୁ ଏହି ସବୁ ଲୋକାଭିମୁଖୀ କାର୍ଯ୍ୟ କୁ ଯଥାଶୀଘ୍ର ସମାପନ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯିଵ ନର୍ଲା ନିର୍ବାଚନମଣ୍ଡଳୀ ରେ 5T ରେ ବ୍ୟାପକ ଦୁର୍ନୀତି ହେଇଥିବା ସାଧାରଣ ରେ ଚର୍ଚ୍ଚା ହଉଚି ସେଥିପାଇଁ ଏକ ଉଚ୍ଚସ୍ତରିୟ କମିଟି ଗଠନ କରାଯାଇ ଏହାର ତଦନ୍ତ କରାଯିବା ବୋଲି ଆଜି ସର୍ବସମ୍ମତି କ୍ରମେ ଜିଲ୍ଲାପାଳ ମହୋଦୟ ଙ୍କୁ ମଧ୍ୟ ଏକ ଦାବି ପତ୍ର ପ୍ରଦାନ କରାଯାଇଛି