-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
22-Jun-2024
ବିନିକା(ହିମାଂଶୁ ଶେଖର ପୁଟେଲ): ବର୍ତମାନ ପରିପ୍ରେକ୍ଷୀରେ ନିଜକୁ ଖାପ ଖୁଆଇବା ସହିତ ସୁସ୍ଥ ଜୀବନ ଯାପନ ପାଇଁ ଠିକ ଭାବରେ ଖାଦ୍ୟପେୟ ଗ୍ରହଣ କରିଲେ ଏବଂ ନୀତି ପ୍ରତିଦିନ ପ୍ରାଣାୟାମ ବ୍ୟାୟାମ କଲେ ନିଶ୍ଚିତ ସଫଳତା ମିଳିବ।ଯାହାକି ଆଦର୍ଶ ବ୍ୟକ୍ତିଙ୍କ ପାଇଁ ଯୋଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଆଜି ବିଶ୍ଵ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବିନିକା ସହର ସମେତ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଶତାଧିକ ପୁରୁଷ ଓ ମହିଳା ଯୋଗ ଅଭ୍ୟାସ କରିଛନ୍ତି ।ସ୍ଥାନୀୟ ଇନଡୋର ଷ୍ଟାଡିୟମ ଠାରେ ବିନିକା ଏନଏସି ତରଫରୁ ଅନୁଷ୍ଟିତ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମରେ ଶତାଧିକ ପୁରୁଷ ଓ ମହିଳା ଅଂଶ ଗ୍ରହଣ କରିଥିଲେ।ଏହି ପରିପ୍ରେକ୍ଷୀରେ ଯୋଗ ଗୁରୁ ତଥା ଅବସର ପ୍ରାପ୍ତ ଖେଳ ଶିକ୍ଷକ ସୁରେଶ ବେହେରା ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ ।ସେହିପରି ବ୍ଲକ କାର୍ଯ୍ୟାଳୟ,ସିଦ୍ଧାର୍ଥ ଡ଼ିଗ୍ରୀ କଲେଜ,ଜୁନିଅର କଲେଜ,ବାଉଁସୁନି ଶ୍ରୀ ଜଗନ୍ନାଥ କଲେଜ,ବିନିକା ମହିଳା ଜୁନିଅର କଲେଜ,ଆଦର୍ଶ ବିଦ୍ୟାଳୟ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଯୋଗ ଦିବସ ପାଳିତ ହୋଇଯାଇଛି।ମାନସିକ ସ୍ତରରେ ସୁସ୍ଥ ରହିବା ପାଇଁ ଯୋଗ ଜରୁରୀ ଥିବାରୁ ଏଥିରେ ଛାତ୍ର ଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରକାରର ଯୋଗ,ପ୍ରାଣାୟାମ ବ୍ୟାୟାମ କରିଥିଲେ ।