-+91-9937148622 |

prerana_bgr@rediffmail.com |

  Tuesday 6th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସେବା ସଂକଳ୍ପ ଅଭିଯାନ ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଜିଲ୍ଲାସ୍ତରୀୟ ପଥପ୍ରାନ୍ତ ନାଟକ   (06-Oct-2026)       ||      ୫୦.ବର୍ଷ ପରେ ଗ୍ରୀଣ୍ଡୋଲା ଗ୍ରାମର ଗରିବ ଲୋକମାନେ ପାଇଲେ ସିଲିଂ ଜମିର ପଟ୍ଟା   (06-Oct-2026)       ||      ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଏସବିଆଇ.ପକ୍ଷରୁ ସିଦ୍ଧାର୍ଥ ଜୁନିଅର କଲେଜରେ ଆର୍ଥିକ ସାକ୍ଷରତା ଶିବିର   (06-Oct-2026)       ||      ଭିକ୍ଷାବୃତ୍ତି କରୁଥିବା ୧୦ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (06-Oct-2026)       ||      *ଝରୀଗାଁରେ ନକଲି ଡାକ୍ତର କ୍ଲିନିକରେ ଚାଲିଛି ରୋଗିଦେଖା, ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପାଖେ ଖବର ନାହିଁ*   (06-Oct-2026)       ||      ଭରସୂଜା ପଞ୍ଚାୟତ ରେ ଜନ ଶୁଣାଣି ଶିବିର   (06-Oct-2026)       ||      ୩୨ ଦିନର ଶିଶୁ ପାଇଁ ଟିଟିଲାଗଡ଼ରୁ ବରଗଡ଼ ଆସି ରକ୍ତଦାନ, ମାନବିକତାର ଉଦାହରଣ ସୃଷ୍ଟି କଲେ ସୁଦୀପ ତ୍ରିପାଠୀ   (06-Oct-2026)       ||      ସେବା ସେତୁ କାର୍ଯ୍ୟକ୍ରମ   (06-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (06-Oct-2026)       ||      ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   (06-Oct-2026)       ||      ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   (06-Oct-2026)       ||      ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ    (05-Oct-2026)       ||      ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   (05-Oct-2026)       ||      ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   (05-Oct-2026)       ||      ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ    (05-Oct-2026)       ||      କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   (05-Oct-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   (05-Oct-2026)       ||      *ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   (05-Oct-2026)       ||      ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   (05-Oct-2026)       ||      ବିଜେପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ପାଇଁ ଖୁସିର ଖବର ଓଏଲଆଇସି ପକ୍ଷରୁ ୩୨ଟି ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ   (05-Oct-2026)       ||     

HOME   ଜିଲ୍ଲା

ବିନିକା ସହର ମୁଖ୍ୟ ରାସ୍ତା ସମସ୍ୟାର ସମାଧାନ ନେଇ ଅଧିକାରୀଙ୍କୁ ତାଗିଦ କଲେ ବୀରମହାରାଜପୁର ବିଧାୟକ

22-Jun-2024



ବିନିକା(ହିମାଂଶୁ ଶେଖର ପୁଟେଲ): ସୋନପୁର-ବିନିକା-ଡୁଙ୍ଗୁରିପାଲି ଏମଡିଆର -୩୯ ନଂ ରାଜ୍ୟ ରାଜପଥର ଉନ୍ନତିକରଣ ପାଇଁ ତତ୍କାଳୀନ ନବୀନ ସରକାର ଗତ ୨୦୨୨ବର୍ଷରେ ପର୍ଯ୍ୟାପ୍ତ ପରିମାଣର ଅର୍ଥ ମଞ୍ଜୁର କରିଥିଲେ ।ଗତ ୨୦୨୩ ଆର୍ଥିକ ବର୍ଷରୁ ଉକ୍ତ ରାସ୍ତା କାମ ଆରମ୍ଭ ହେଲା ହେଲେ ବିନିକା ସହର ଦେଇ ଯାଇଥିବା ମୁଖ୍ୟରାସ୍ତାକୁ ଡିଭାଇଡର ଯୁକ୍ତ କରିବା ପାଇଁ ଅଞ୍ଚଳବାସୀଙ୍କ ତରଫରୁ ଦାବି ହେବାପରେ କାମ ପ୍ରକ୍ରିୟା କିଛି ଦିନ ବିଳମ୍ବ ହୋଇଥିଲେ ମଧ୍ୟ ପ୍ରଶାସନ ତରଫରୁ ଯୁଦ୍ଧକାଳୀନ ଭିତିରେ ରାସ୍ତାର ଉଭୟ ପାର୍ଶ୍ବରୁ ଜବର ଦଖଲ ଉଚ୍ଛେଦ କରାଯାଇ ଡ୍ରେନ ନିର୍ମାଣ କରାଗଲା ତଥାପି ବି ତାହା ଅଦ୍ୟାବଧି ସମ୍ପୁର୍ଣ୍ଣ ହୋଇ ପାରିନାହିଁ । ବର୍ତମାନ ରାସ୍ତାର ଅବସ୍ଥା ଆହୁରି ସାଂଘାତିକ ହୋଇ ପଡ଼ିଛି। ଲୋକଙ୍କ ପାଇଁ ମରଣ ଯନ୍ତା ସାଜିଛି ବିନିକା ସହର ମୁଖ୍ୟ ରାସ୍ତା । ପ୍ରତିଦିନ ଏହି ରାସ୍ତାଦେଇ ସହ ସହ ସଂଖ୍ୟାରେ ବିଭିନ୍ନ ପ୍ରକାରର ଯାନବାହାନ ଚଳାଚଳ କରୁଥିବାରୁ ସାମାନ୍ୟ ବର୍ଷାରେ ସଙ୍କୁଚିତ ଏହି ରାସ୍ତାର ବିଭିନ୍ନ ସ୍ଥାନରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି କରିଥିବା ରାସ୍ତା ଲୋକଙ୍କ ପାଇଁ ବିପଦ ସାଜିଛି। ରାସ୍ତା ସାରା ଖାଳଖମାରେ ପାଣି ଜମି ପୋଖରୀ ସଦୃଶ ହେଉଛି । ରାସ୍ତାର ନବୀକରଣ କାର୍ଯ୍ୟକୁ ଅଞ୍ଚଳବାସୀଙ୍କ ତରଫରୁ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର ଏବଂ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ବର୍ତମାନ ରାଜ୍ୟରେ ନୂଆଁ ସରକାରଙ୍କ ଶାସନ ଆରମ୍ଭ ହୋଇଛି । ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ନୂଆଁ ବିଧାୟକ ଭାବେ ବିଜେପିର ରଘୁନାଥ ଜଗଦଲା ନିର୍ବାଚିତ ହୋଇଛନ୍ତି ।ରାସ୍ତାର ଅବସ୍ଥା ସମ୍ପର୍କରେ ଅଞ୍ଚଳବାସୀଙ୍କ ଠାରୁ ଅଭିଯୋଗ ଶୁଣିବା ଓ ନିଜେ ରାସ୍ତାର ସମସ୍ୟାର ସମାଧାନ ନେଇ ନୂତନ ବିଧାୟକ ଶ୍ରୀ ଜଗଦଲା ଆଜି ସୋନପୁର ସ୍ଥିତ ସର୍କିଟ ଭଭନ ଠାରେ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ଡାକି ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ କରି ଆଲୋଚନା କରିଥିଲେ । ବିଧାୟକ ଶ୍ରୀ ଜଗଦଳା ପ୍ରଥମେ ରାସ୍ତାର ସମସ୍ୟାର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ତନ୍ନତନ୍ନ କରି ପଚାରି ବୁଝିଥିଲେ। ସଂପୃକ୍ତ ବିଭାଗୀୟ ଅଧିକାରୀ ଓ ଠିକାଦାର ରାସ୍ତାର ଗୋଟିଏ ପାଖକୁ ଯୁଦ୍ଧକାଳୀନ ଭିତିରେ ସଜଡ଼ା ଯିବ ବୋଲି ଉତ୍ତର ଦେଇଥିଲେ । ସେହିପରି ଡ୍ରେନ ପାର୍ଶ୍ବରେ ବିଦ୍ୟୁତ ଖମ୍ବ ପୋତିବା କାମ ଶୀଘ୍ର ସମ୍ପୁର୍ଣ୍ଣ କରାଯାଇ ବିଦ୍ୟୁତ ଚାର୍ଜ କରାଯିବ ବୋଲି ବିଦ୍ୟୁତ ବିଭାଗ ଅଧିକାରୀ ବିଧାୟକଙ୍କୁ ଉତ୍ତର ଦେଇଥିଲେ ।ଅନ୍ୟପକ୍ଷରେ ବର୍ତମାନ ସଙ୍କୁଚିତ ରାସ୍ତା ପରିସୀମା ଭିତରେ ଯାଇଥିବା ଜଳଯୋଗାଣ ପାଇପକୁ ଡ୍ରେନ ପାର୍ଶ୍ବରେ ସ୍ଥାନାନ୍ତରିତ କରିବା ପାଇଁ ନୂତନ ଟେଣ୍ଡର ମାଧ୍ୟମରେ କରାଯିବ ତେଣୁ ଏହି କାମ ତ୍ଵରାନିତ ପାଇଁ ୨ମାସ ଲାଗିବ ବୋଲି ଜଳଯୋଗାଣ ବିଭାଗ ଅଧିକାରୀ କହିଥିଲେ । ତେବେ ଯାହା ବି ହେଉ ମରଣଯନ୍ତା ସାଜିଥିବା ବିନିକା ସହର ମୁଖ୍ୟରାସ୍ତା ଅବସ୍ଥାକୁ ତୁରନ୍ତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଥିଲେ ବିଧାୟକ । ଅନ୍ୟ ପକ୍ଷରେ ବିନିକା ରଥ ଯାତ୍ରା ପାଇଁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ନୂତନ ରଥ ନିର୍ମାଣ ନେଇ ଗଛର ଆବଶ୍ୟକତା ଥିବାରୁ ଆଜି ରଥଯାତ୍ରା ପରିଚାଳନା କମିଟି

ତରଫରୁ ଭୁବନେଶ୍ୱର ପାତ୍ର, ସର୍ଜନ ପଣ୍ଡା ଓ ନାରାୟଣ ପାଢ଼ୀ ବିଧାୟକଙ୍କୁ ଭେଟିଥିଲେ । ବିଧାୟକ ଏ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅନୁଷ୍ଟିତ ଏହି ବୈଠକରେ ବିଜେପି ଜିଲ୍ଲା ଉପସଭାପତି ଅଶୋକ ପୃଷ୍ଟି, ବିଜେପି ନେତା ବାବୁଲୁ ବିଶି, ସୁମନ୍ତ ଜଗଦଲା ଯୁବ ସଂଗଠକ ଜନାର୍ଦ୍ଦନ ଖମାରୀ, ଆକାଶ ନାଏକ ପୂର୍ତ୍ତ, ଜଳଯୋଗାଣ, ବିଦ୍ୟୁତ ବିଭାଗୀୟ ଯନ୍ତ୍ରୀ, ରାସ୍ତା ନିର୍ମାଣସଂସ୍ଥା କର୍ମଚାରୀ, ବିନିକା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସେବା ସଂକଳ୍ପ ଅଭିଯାନ ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଜିଲ୍ଲାସ୍ତରୀୟ ପଥପ୍ରାନ୍ତ ନାଟକ   06-Oct-2026
  ଜିଲ୍ଲା  
୫୦.ବର୍ଷ ପରେ ଗ୍ରୀଣ୍ଡୋଲା ଗ୍ରାମର ଗରିବ ଲୋକମାନେ ପାଇଲେ ସିଲିଂ ଜମିର ପଟ୍ଟା   06-Oct-2026
  ଜିଲ୍ଲା  
ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଏସବିଆଇ.ପକ୍ଷରୁ ସିଦ୍ଧାର୍ଥ ଜୁନିଅର କଲେଜରେ ଆର୍ଥିକ ସାକ୍ଷରତା ଶିବିର   06-Oct-2026
  ଜିଲ୍ଲା  
ଭିକ୍ଷାବୃତ୍ତି କରୁଥିବା ୧୦ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   06-Oct-2026
  ଜିଲ୍ଲା  
*ଝରୀଗାଁରେ ନକଲି ଡାକ୍ତର କ୍ଲିନିକରେ ଚାଲିଛି ରୋଗିଦେଖା, ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପାଖେ ଖବର ନାହିଁ*   06-Oct-2026
  ଜିଲ୍ଲା  
ଭରସୂଜା ପଞ୍ଚାୟତ ରେ ଜନ ଶୁଣାଣି ଶିବିର   06-Oct-2026
  ଜିଲ୍ଲା  
୩୨ ଦିନର ଶିଶୁ ପାଇଁ ଟିଟିଲାଗଡ଼ରୁ ବରଗଡ଼ ଆସି ରକ୍ତଦାନ, ମାନବିକତାର ଉଦାହରଣ ସୃଷ୍ଟି କଲେ ସୁଦୀପ ତ୍ରିପାଠୀ   06-Oct-2026
  ଜିଲ୍ଲା  
ସେବା ସେତୁ କାର୍ଯ୍ୟକ୍ରମ   06-Oct-2026
  ଜିଲ୍ଲା  
ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ   06-Oct-2026
  ଜିଲ୍ଲା  
ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   06-Oct-2026
  ଜିଲ୍ଲା  
ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   06-Oct-2026
  ଜିଲ୍ଲା  
ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ   05-Oct-2026

You Might Also Like