-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
21-Jun-2024
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ବ୍ଳକସ୍ତରୀୟ ଜନଶୁଣାଣୀ ଶିବିରରେ ଜନସାଧାରଣଙ୍କ ଖାଇବା ବ୍ୟବସ୍ଥା ପାଇଁ ସରକାରଙ୍କ ତରଫରୁ ହଜାର ହଜାର ଟଙ୍କା ଅନୁଦାନ ଆସିଥାଏ। କିନ୍ତୁ ଜନସାଧାରଣଙ୍କ ପାଇଁ ଆସୁଥିବା ଟଙ୍କାର ସୁଖାଦ୍ୟ ଖାଆନ୍ତି ସରକାରୀ ବାବୁମାନେ। ସୂଚନା ଅନୁସାରେ ଆଜି ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ କାର୍ଯ୍ୟାଳୟ ଠାରେ ବ୍ଳକସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା। ପ୍ରଚାର
ପ୍ରସାର ଅଭାବରୁ ବ୍ଳକ କର୍ମଚାରୀ ଙ୍କୁ ଛାଡ଼ିଦେଲେ ମାତ୍ର ୨୦/୩୦ ଜଣ ସାଧାରଣ ଜନତା ଉପସ୍ଥିତ ଥିଲେ।ଏପିଓ ସୁପ୍ରଭା ପୁଝାରୀ ଙ୍କ କହିବା ଅନୁସାରେ ଉକ୍ତ କାର୍ଯ୍ୟକ୍ରମ ପାଇଁ ସରକାର ଙ୍କ ପକ୍ଷରୁ ୨୦ ହଜାର ଟଙ୍କା ଅନୁଦାନ ଆସିଥିଲା। ମଞ୍ଚାସୀନ ଥିବା ସରକାରୀ ବାବୁ ମାନଙ୍କ ପାଇଁ ସ୍ପେସିଆଲ ଟିଫିନ୍ ର ସୁବ୍ୟବସ୍ଥା କରାଯାଇଥିବା ବେଳେ ସାଧାରଣ ଜନତା ଙ୍କ ପାଇଁ ଖାଲି ୫ ଟଙ୍କିଆ କପ୍ ରେ ଚା ଖଣ୍ଡିଏ ଓ ଜନଶୁଣାଣୀ ଶିବିର ସରିଲା ପରେ ସାଧା ଭାତ ଡାଲି ତରକାରୀ ଟିକିଏ।ତା ପୁଣି ବହୁତ କମ୍ ଲୋକ ଖାଇଥିଲେ ଏତିକିରେ କୋଡ଼ିଏ ହଜାର ଟଙ୍କା ସରିଗଲା କି ? ସରକାରୀ ବାବୁ ଙ୍କ ଭୋକ ମେଣ୍ଟେଇବାକୁ ଏହି ବ୍ୟବସ୍ଥା ରଖାଯାଇଥିଲା କି ?ଏହାର ଜବାବ୍ ଦେଇପାରିବେ କି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହୋଦୟ? ଏହି ଘଟଣା କୁ ଜିଲ୍ଲା ପ୍ରଶାସନ ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ ବୋଲି ଜନସାଧାରଣରେ ମତପ୍ରକାଶ ପାଉଛି।