-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
21-Jun-2024
ନୂଆପଡ଼ା - (ରାମନାଥ ପଣ୍ଡା ) ନୂଆପଡ଼ା ଜିଲ୍ଲାର ବୋଡ଼େନ ବ୍ଲକ ପ୍ରଶାସନ ଓ + ୨ ବିଜୁ ପଟ୍ଟନାୟକ କଲେଜ ଆନୁକୁଲ୍ୟରେ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ କଲେଜ ପରିସରରେ ପାଳିତ ହୋଇଛି । ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷା ପ୍ରେମ ଶିଳା ନାଗ,ମୁଖ୍ୟ ବକ୍ତା ବି ଡି ଓ ପ୍ରିୟରଞ୍ଜନ କୁମାର, ବିଶିଷ୍ଟ ଅତିଥି ଥାନା ଭାରପ୍ରାପ୍ତ ଅଧିକାରୀ ଗୋବିନ୍ଦ ମାଝୀ, ସମ୍ମାନିତ ଅତିଥି ରୂପେ ଅଧ୍ୟକ୍ଷ ହେମନ୍ତ କୁମାର ମୁଣ୍ଡ ଓ ଅଧ୍ୟାପକ ଗୟାଧର ମହାନ୍ତି ମଞ୍ଚାସିନ ଥିଲେ । ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପ୍ରଫୁଲ୍ଲ କୁମାର ନାଏକ ସ୍ବାଗତ ସମ୍ଭାଷଣ ଓ ମଞ୍ଚ ପରିଚାଳନା କରିଥିବା ବେଳେ ଯୋଗ ଗୁରୁ ରୂପେ ଅରବିନ୍ଦ ବେହେରା ଯୋଗଦାନ କରିବା ସହିତ ଶରୀର ପ୍ରତି ଆବଶ୍ୟକଥିବା ବିଭିନ୍ନ ଯୋଗାସନ ଉପସ୍ଥିତ ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ଯୋଗାଭ୍ୟାସ କରାଇଥିଲେ। କେଉଁ ଯୋଗାସନ କି ପ୍ରକାର ରୋଗ ଦୂରୀକରଣ କରିଥାଏ ତା'ରି ଉପରେ ମଧ୍ୟ ଆଲୋଚନା କରି ଯୋଗାଭ୍ୟାସକାରୀଙ୍କୁ ଜ୍ଞାନ ପ୍ରଦାନ କରିଥିଲେ ।ନିୟମିତ ଯୋଗାସନ କରିବାକୁ ଅନୁରୋଧ ରଖିଥିଲେ।
ଶରୀର ପାଇଁ ତଥା ଦୈନନ୍ଦିନ ଜୀବନରେ ନିରୋଗୀ ରହିବା ପାଇଁ ଯୋଗ,ପ୍ରାଣାୟମ, ବ୍ୟାୟାମ ଓ ଖେଳ ନିତାନ୍ତ ଆବଶ୍ୟକ ବୋଲି ଅତିଥିଗଣ ମତ ପ୍ରକାଶ କରିଛନ୍ତି ।ଯୋଗ ପ୍ରଶିକ୍ଷକ ଅରବିନ୍ଦ ବେହେରା ଶପଥ ପାଠ କରାଇଥିଲେ। ବ୍ଲକ କାର୍ଯ୍ୟାଳୟର କର୍ମଚାରୀ,ମହାବିଦ୍ୟାଳୟ କର୍ମଚାରୀ,ବିଭିନ୍ନ ପଞ୍ଚାୟତର ପି ଇ ଓ ତଥା ଲିଟିସର୍ଗୀ ସରପଂଚ ମିନତୀ ନନ୍ଦ, ସମସ୍ତ ଜି ଆର୍ ଏସ,କନିଷ୍ଠ ଯନ୍ତ୍ରୀ, ଏ ପି ଓ,ସି ପି ,ବିଭିନ୍ନ ସଙ୍ଗଠନର କାର୍ଯ୍ୟକର୍ତ୍ତା,ଛାତ୍ର ଛାତ୍ରୀ , ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳା,ଅବସର ପ୍ରାପ୍ତ କର୍ମଚାରୀ ତଥା ଜନସାଧାରଣ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହିତ ସୁନ୍ଦର ଭାବରେ ଯୋଗାସନ କରି ନିଜ ନିଜ ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି । ଦୁଇ ଶହରୁ ଉର୍ଦ୍ଧ୍ବ ସଂଖ୍ୟାରେ ଅଂଶ ଗ୍ରହଣ କରିଥିଲେ ଓ ଏହି ଅବସରରେ ଅଂଶ ଗ୍ରହଣକାରୀ ମାନଙ୍କୁ ଅତିଥିଙ୍କ ଦ୍ଵାରା ମାନପତ୍ର ପ୍ରଦାନ କରାଯାଇଛି । ଜି ପି ଇ ଓ ପ୍ରଫୁଲ୍ଲ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।