-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
21-Jun-2024
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ)ଗତ କିଛି ମାସ ତଳେ ବିଜୁ ଜନତାଦଳ ର ପୂର୍ବତନ ରାଜ୍ୟ ସରକାର ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ କରି ରାଜ୍ୟର କୋଟି କୋଟି ଟଙ୍କା ବର୍ବାଦ କରିଥିବା ବେଳେ ପ୍ରଶାସନିକ ଅଧିକାରୀ ଓ ରାଜନେତାମାନେ ମିଶି ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି କରିଥିବା ଜନସାଧାରଣରେ ଅଭିଯୋଗ ହେଉଛି। ସେହି ଭଳି ଭାବେ ବେଲପଡା ବ୍ଳକ ରେ ମଧ୍ୟ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ବ୍ଳକ ରୁ ଆରମ୍ଭ କରି ପ୍ରତ୍ୟୋକ ପଞ୍ଚାୟତ ରେ ହୋଇଥିଲା ଏବଂ ବିଭିନ୍ନ ସ୍ଥାନରେ ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି। ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ବେଲପଡା ସ୍ଥିତ ଦିନରଘୁ ମେହେର ହାଇସ୍କୁଲ ଖେଳ ପଡିଆ ଠାରେ ତା.୩୧ ନଭେମ୍ବର ୨୦୨୩ ରେ ବେଲପଡା ବ୍ଳକ କାର୍ଯ୍ୟାଳୟ ପକ୍ଷରୁ ବ୍ଳକ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ସମ୍ମାନୀତ ଅତିଥି ବେଲପଡା ବ୍ଳକ ଅଧ୍ୟକ୍ଷା କୁମାରୀ ଟିନା କୁମ୍ଭାର, ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର, ତହସିଲଦାର ବନ ବିହାରି ହରପାଳ,ବିଡ଼ିଓ ରାଜେଶ କୁମାର ମେହେର,ଏବିଡିଓ ସାରଥି ସାହୁ ମଞ୍ଚାସୀନ ଥିବାବେଳେ ଉକ୍ତ ବ୍ଳକ ର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ପିଇଓ, ବ୍ଳକ କର୍ମଚାରୀ ଓ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ବ୍ଳକ ପକ୍ଷରୁ ସମସ୍ତଙ୍କ ପାଇଁ ଖାଇବା ବ୍ୟବସ୍ଥା କରାଯାଇଥିଲା ଏଥିରେ ଦୁଇ ରୁ ତିନି ହଜାର ଲୋକ ଉପସ୍ଥିତ ଥିଲେ। କିନ୍ତୁ ବ୍ଳକ ପ୍ରଶାସନ ନିଜର ଲାଭ କରିବା ପାଇଁ ୨୦ ହଜାର ଲୋକ ଙ୍କ ପାଇଁ ଖାଇବା ବ୍ୟବସ୍ଥା କରାଯାଇଥିଲା ବୋଲି ସରକାରୀ ତହବିଲ ରେ ଦର୍ଶାଇଛନ୍ତି ଓ ୧୮ ଲକ୍ଷ ଟଙ୍କା ବିଲ୍ କରିଥିବା ବୋଲି ଶୁଣିବାକୁ ମିଳୁଛି। ପ୍ରକୃତ ରେ ଯଦି ୨୦ ହଜାର ଲୋକ ଙ୍କ ବିଲ୍ ହୋଇଛି ତାହେଲେ ବିଗତ ଦିନରେ ହୋଇଥିବା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ର ଫୋଟୋ କଥା କହିବ ? ବିଡ଼ିଓ ରାଜେଶ କୁମାର ମେହେର କେତେ ସଚ୍ଚୋଟ ଯେ ତାଙ୍କ ଅସଲ ମୁଖା ଖୋଲିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଅତି ଶିଘ୍ର ଉକ୍ତ କାର୍ଯ୍ୟକ୍ରମରେ ହୋଇଥିବା ବିଲ୍ କୁ ସୂଚନା ଅଧିକାର ଆଇନ ୨୦୦୫ ବଳରେ ତଥ୍ୟ ମଗାଜିବା
ପାଇଁ ବୁଦ୍ଧିଜିବି ମାନଙ୍କ ମତାମତ