-+91-9937148622 |

prerana_bgr@rediffmail.com |

  Tuesday 1st September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ    (31-Aug-2026)       ||      ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   (31-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   (31-Aug-2026)       ||      *ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   (31-Aug-2026)       ||      ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   (31-Aug-2026)       ||      ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (31-Aug-2026)       ||      ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   (31-Aug-2026)       ||      *ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   (31-Aug-2026)       ||      ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   (31-Aug-2026)       ||      ତହଁକ୍ କୁଟୁମର୍ ହଜଲା ରସ, ନୁରମା ଆସ   (31-Aug-2026)       ||      *ରକ୍ତସେତୁ: Gen Z ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଜରୁରୀକାଳୀନ ରକ୍ତଦାନ ସେବା ସଂଗଠନ*   (31-Aug-2026)       ||      ପାର୍ଲାମେଣ୍ଟ ଯୁଗ୍ମ କମିଟିର ଭୁବନେଶ୍ୱର ଗସ୍ତ ♦️ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ବେତନ ଓ ଭତ୍ତା ସମ୍ପର୍କରେ ଆଲୋଚନା    (31-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍କାଉଟ ଓ ଗାଇଡର ଯୋଜନା ବୈଠକ ଅନୁଷ୍ଠିତ ।   (31-Aug-2026)       ||      ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ଼କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀଙ୍କ ଦ୍ୱାରା କାଳିବେଟି ଏବଂ ମୁଦାମ୍ବା ଶିଳ୍ପାଞ୍ଚଳ ବିକାଶ କାର୍ଯ୍ୟର ସମୀକ୍ଷା   (30-Aug-2026)       ||      *କେଲିଆ ମନ୍ଦିର ଉନ୍ନୟନ କମିଟି ସହ ନବରଙ୍ଗପୁର ସାଂସଦ ଙ୍କ ବୈଠକ*   (30-Aug-2026)       ||      ଉପରବାହାଲ ଠାରେ ଡିବିରୀ ଟ୍ରଷ୍ଟ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   (30-Aug-2026)       ||      ଚତୁର୍ଥସ୍ତମ୍ଭ ଆଜି ଅବହେଳିତ.. ସାମ୍ବାଦିକ ଙ୍କ ସୁରକ୍ଷା ସହ ପେନସନ ବ୍ୟବସ୍ଥା ଲାଗୁ କରିବା ନିହାତି ଆବଶ୍ୟକ..   (30-Aug-2026)       ||     

HOME   ଜିଲ୍ଲା

‘ଆମେ ଡୁମାଲ୍‌’ ସଂସ୍କୃତି ସମାବେଶ; ଭାଷା ହିଁ ଜାତି ଗଢ଼ିବାର ମାଧ୍ୟମ: ସୌମ୍ୟରଂଜନ

28-Dec-2020



ବରଗଡ଼/ଥୁଆପାଲି (ପ୍ରେରଣା ଖବର) : ମାତୃଭାଷା ହିଁ ସବୁଠୁ ମଧୁର ଭାଷା। ଏହି ଭାଷା ହିଁ ସମାଜ ଏବଂ ଜାତିକୁ ଏକତାର ସୂତ୍ରରେ ବାନ୍ଧିଥାଏ। ଏହାଦ୍ବାରା ମଣିଷ ସମାଜ ସମୃଦ୍ଧ ହୁଏ। ସିଧା ଭାଷାରେ, ଭାଷା ହିଁ ଜାତି ଗଢ଼ିବାର ମାଧ୍ୟମ ବୋଲି ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମତ ରଖିଛନ୍ତି। ଭେଡ଼େନ ବ୍ଲକ୍‌ ରୁଷୁଡ଼ାଠାରେ ଅନୁଷ୍ଠିତ ‘ଆମେ ଡୁମାଲ୍‌’ ସଂସ୍କୃତି ସମାବେଶରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ ଡୁମାଲ୍‌ ଜାତିକୁ ଗୋଟିଏ ସମୃଦ୍ଧ ଜାତି ଭାବେ ବିବେଚନା କରିଥିଲେ। ସେ କହିଲେ, ‘ମୁଁ’କୁ ଛାଡ଼ି ‘ଆମେ’କୁ ଆପଣେଇବାକୁ ପଡ଼ିବ। ଏହାଦ୍ବାରା ଗଣତନ୍ତ୍ର ସୁସ୍ଥ ହେବ। କାରଣ ଲୋକଙ୍କୁ ଏକାଠି କରିବା ହିଁ ଗଣତନ୍ତ୍ରର ମୂଳଲକ୍ଷ୍ୟ। ଏକାଠି ହେବା ସହ ସହମତି ବି ଲୋଡ଼ା। ଗୋଟିଏ ମତରେ ସହମତି ହେଲେ ହିଁ ବିକାଶ ସମ୍ଭବ। ତେଣୁ ବାରମ୍ବାର ଏକାଠି ହେବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ଏହି ସମାବେଶର ସମ୍ମାନିତ ଅତିଥି ଅତାବିରା ବିଧାୟିକା ସ୍ନେହାଂଗିନୀ ଛୁରିଆ ନିଜ ଅଭିଭାଷଣରେ ନିଜ ମାଟିର ବିକାଶ ହିଁ ସମସ୍ତଙ୍କ ପ୍ରଥମ କର୍ତବ୍ୟ ବୋଲି କହିଥିଲେ। ସେ ଆହୁରି କହିଲେ, ଜନ୍ମମାଟି, ଜାତି ଏବଂ ପୂର୍ବପୁରୁଷ ହେଲେ ସମାଜ ପାଇଁ ସବୁକିଛି। ସମାଜ ଓ ଜାତି ହେଲା ମା’ ସଦୃଶ। ସମାଜ ଏବଂ ଜାତିର ବିକାଶ ନହେଲେ ନିଜର ବିକାଶ ଅସମ୍ଭବ ବୋଲି ସେ ମତବ୍ୟକ୍ତ କରିଥିଲେ। ଭେଡ଼େନ ବ୍ଲକ୍‌ ବିଜେଡି ସଭାପତି ହରିଶଂକର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଗୁଣମଣି କର୍ମୀ, ବ୍ଲକ୍‌ ଅଧ୍ୟକ୍ଷ ଡୋଳାମଣି କ୍ଷେତି, ଶିକ୍ଷାବିତ୍‌ ଯୁଧିଷ୍ଠିର ମହାର, ଅତାବିରା ଜିଲ୍ଲା ପରିଷଦ ସଭ୍ୟା ମୀରା ବଘାର, ଡୁମାଲ ସମାଜର ରାଜ୍ୟ ସଭାନେତ୍ରୀ ହେମାବତୀ କର୍ଣ୍ଣ, ଅତାବିରା ବ୍ଲକ୍‌ ଅଧ୍ୟକ୍ଷା ରୀତା ସାହୁ, ବ୍ଲକ୍‌ କଳାକାର ସଂଘ ସଭାପତି ସାଗର ମହାକୁର, ଭେଡ଼େନ ଜିଲ୍ଲା ପରିଷଦ ସଭ୍ୟ ସୁବାସ ହୋତା, ଅବସରପ୍ରାପ୍ତ କୃଷି କର୍ମଚାରୀ ଫକୀର କର୍ଣ୍ଣ ଏବଂ ସନ୍ତୋଷିନୀ କର୍ଣ୍ଣ ମଂଚାସୀନ ଥିଲେ। ଏହି ଅବସରରେ ‘ଆମେ ଡୁମାଲ୍‌’ ମୁଖପାତ୍ର, ପାକ୍ଷିକ ପତ୍ରିକା ଡୁମାଲ୍‌ ସମାଚାର, ତ୍ରିଲୋଚନ କମ୍ପଙ୍କ ରଚିତ ମାହେଶ୍ବରୀ ଚାଳିଲା, ପଦ୍ମନ କର୍ଣ୍ଣଙ୍କ ଲିଖିତ ଶକ୍ତି ଝଙ୍କାର ଏବଂ ଫକୀର କର୍ଣ୍ଣଙ୍କ ପ୍ରସ୍ତୁତିରେ ଡୁମାଲ ଜାତିର କ୍ୟାଲେଣ୍ଡର ଉନ୍ମୋଚିତ ହୋଇଥିଲା। ଅନ୍ୟପକ୍ଷରେ କୃତୀ ଛାତ୍ରଛାତ୍ରୀ ଅନ୍ବେଷା ବେହେରା, ତନିଷ୍କ ମହାକୁର ଏବଂ ଆର୍ଯ୍ୟଦେବ ପ୍ରଧାନ, କଳାକାର ଲୁକୁ ବେହେରା, ସନ୍ତୋଷ ବେହେରା, ଉତ୍ତମ ବେହେରା ଏବଂ ସାଗର ମହାକୁର, ଡା. ମନୋରଂଜନ ମହାକୁର ଏବଂ ଧନୁର୍ଜୟ ମାହାରଙ୍କୁ ସମ୍ମାନିତ କରାଯାଇଥିଲା। ‘ଆତ୍ମା’ର ସଭାପତି ସୁରେନ୍ଦ୍ର କର୍ମୀ ଧନ୍ୟବାଦ ଦେଇଥିଲେ। ଏଥିସହ ସମାବେଶ ସ୍ଥଳରେ ଏକ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହୋଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ   31-Aug-2026
  ଜିଲ୍ଲା  
ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   31-Aug-2026
  ଜିଲ୍ଲା  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ରାଜ୍ୟ  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ଜିଲ୍ଲା  
ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   31-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   31-Aug-2026
  ଜିଲ୍ଲା  
*ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   31-Aug-2026
  ଜିଲ୍ଲା  
ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   31-Aug-2026
  ଜିଲ୍ଲା  
ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   31-Aug-2026
  ଜିଲ୍ଲା  
ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   31-Aug-2026
  ଜିଲ୍ଲା  
*ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   31-Aug-2026
  ଜିଲ୍ଲା  
ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   31-Aug-2026

You Might Also Like