-+91-9937148622 |

prerana_bgr@rediffmail.com |

  Monday 12th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   (11-Oct-2026)       ||      ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   (11-Oct-2026)       ||      ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   (11-Oct-2026)       ||      *ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   (11-Oct-2026)       ||      ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   (11-Oct-2026)       ||      କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   (11-Oct-2026)       ||      ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା    (11-Oct-2026)       ||      ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   (11-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   (11-Oct-2026)       ||      ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   (11-Oct-2026)       ||      ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ    (11-Oct-2026)       ||      କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   (11-Oct-2026)       ||      ମୋତେ ପ୍ରଭାବିତ କରିଥିବା ବହିଟିଏ ଶୀର୍ଷକ ଆଲୋଚନାଚକ୍ର ପୁସ୍ତକ ସହ ନିଷ୍ଠାପର ସମ୍ପର୍କ ରହିଲେ ଜୀବନର ବହୁ ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ଉଚିତ ମାର୍ଗଦର୍ଶନ ମିଳିଥାଏ    (11-Oct-2026)       ||      ବିଜୟପଲ୍ଲୀ ସଂସ୍କୃତ ମହାବିଦ୍ୟାଳୟରେ ଜୁଭେନ୍ତିକା କାର୍ଯ୍ୟକ୍ରମ   (11-Oct-2026)       ||      ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   (11-Oct-2026)       ||      ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   (11-Oct-2026)       ||      ବଳିଟିକ୍ରା - ବୁରୋମୁଣ୍ଡା ରାସ୍ତା ରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ,   (11-Oct-2026)       ||      ବଲାଙ୍ଗୀରରେ କାଂସିରାମ ଜୀଙ୍କ ୨୦ତମ ପରିନିର୍ବାଣ ଦିବସ ପାଳିତ   (10-Oct-2026)       ||      ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର    (10-Oct-2026)       ||      ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ    (10-Oct-2026)       ||     

HOME   ଜିଲ୍ଲା

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗଙ୍କୁ ବଲାଙ୍ଗୀରରେ ଭବ୍ୟସ୍ୱାଗତ ସମ୍ବର୍ଦ୍ଧନା, ଆମେ ଦେଇଥିବା ପ୍ରତିଶୃତି ପାଳନ କରିବୁ-ସ୍ୱାସ୍ଥ୍ୟମନ୍ତ୍ରୀ

17-Jun-2024



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ ରାଜ୍ୟମନ୍ତ୍ରୀମଣ୍ଡଳରେ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟମନ୍ତ୍ରୀ ପଦବୀ ପାଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ,ସଂସଦୀୟବ୍ୟାପର,ସୂଚନା ବୈଷୟିକମନ୍ତ୍ରୀ ପଦ ମିଳିବା ପରେ ସେ ପ୍ରଥମ କରି ବଲାଙ୍ଗୀର ଜିଲ୍ଲାକୁ ଗସ୍ତ କରିଛନ୍ତି । ଐହି ଅବସରରେ ତାଙ୍କୁ ତାଙ୍କ ନିର୍ବାଚନମଣ୍ଡଳି ତଥା ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭବ୍ୟସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ରବିବାର ଦିଇ ସେ ଅପରାହ୍ନ ୫ଟାରେ ତାଙ୍କ ନିଜନିର୍ବାଚନମଣ୍ଡଳିର ସୋନପୁର ଜିଲ୍ଲାର ସୀମାବର୍ତ୍ତିଗ୍ରାମ ବଇରାସରଠାରେ ଏଡଭୋକେଟ ରାଜେନ୍ଦ୍ର ସାହୁଙ୍କ ନେତୃତ୍ୱରେ ସ୍ଥାନୀୟଲୋକେ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ବଇରାସର ଗ୍ରାମପଞ୍ଚାୟତଠାରେ ମନ୍ତ୍ରୀ ଏକ ବୃକ୍ଷରୋପଣ କରି ତାଙ୍କ ମନ୍ତ୍ରୀତ୍ୱ ସମୟର ଏକ ଚିହ୍ନ ଛାଡିଥିଲେ । ବଲାଙ୍ଗୀର ରେଞ୍ଜ ଅଫିସର ନବୀନକୁମାର ପଣ୍ଡା

ଏକ ଅଅଁଳା ଗଛ ନେଇ ମନ୍ତ୍ରୀଙ୍କ ହାତରେ ଲଗାଇଥିଲେ । ସେଠାରେ ସେ ବିଛୁପାଲିରେ ଥିବା ତପୋବନଆଶ୍ରମକୁ ଯାଇ ସ୍ୱାମୀଚିନ୍ମୟାନନ୍ଦ ସରସ୍ୱତୀଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ । ବଇରାସରରୁ ବଲାଙ୍ଗୀର ପର୍ଯ୍ୟନ୍ତ ସାତମାଇଲଛକ,ବୁବେଲଛକ,ଗଇଁତଳା,ପୁଈଁତଳା ଇତ୍ୟାଦି ଗ୍ରାମରେ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ବଲାଙ୍ଗୀର ସହରକୁ ପଶିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମହାଲିଙ୍ଗ ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ମେଡିକାଲ କଲେଜର ଅଧିକ୍ଷିକା ଡ.ମାନସୀ ପଣ୍ଡା ମନ୍ତ୍ରୀଙ୍କୁ ହସପିଟାଲ ବୁଲାଇବା ସହିତ ସ୍ଥିତି ବିଷୟରେ ଅବଗତ କରିଥିଲେ । ହସପିଟାଲରେ ଯାହା ମଧ୍ୟ ସମସ୍ୟା ଅଛି ତାକୁ ସମାଧାନ କରାଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ସେଠାରୁ ମନ୍ତ୍ରୀ ପାଟଣେଶ୍ୱରୀମନ୍ଦିର ଓ ସମଲେଶ୍ୱରୀମନ୍ଦିର ପହଞ୍ଚି ଦେବୀମାଁଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ଏଠାରୁ ସେ ଗୋପାଳଜୀମନ୍ଦିରରୋଡରେ ଥିବା ଆରଏସଏସ କାର୍ଯ୍ୟାଳୟକୁ ପହଞ୍ଚି କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ । ସ୍ଥାନୀୟ ସାମ୍ବାଦିକ ଭବନଠାରେ ଦୁଲଦୁଲୀ କଳାପରିଷଦ ପକ୍ଷରୁ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ କହିଲେ ଯେ,ଆମେ ଲୋକଙ୍କୁ ଯେଉଁ ପ୍ରତିଶୃତି ନିର୍ବାଚନ ପ୍ରତିଶୃତି ଦେଇଛୁ ତାକୁ ପୂରଣ କରିବୁ । ବିଜେପିଦଳ ଲୋକଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲା ସେଥିରୁ କିଛି ମନ୍ତ୍ରୀ ପରିଷଦ ଗଠନ ହେବାର ୨୪ଘଣ୍ଟା ମଧ୍ୟରେ କାର୍ଯ୍ୟନ୍ୱୟନ କରାଯାଇଛି । ପୁରୀ ଶ୍ରୀମନ୍ଦିରରେ ଚାରିଦ୍ୱାର ଖୋଲାଯାଇଛି ,ଚାଷିଙ୍କ ଧାନର ମୁଲ୍ୟ ୩୧ଶହ ଟଙ୍କା କରିବା ପ୍ରକ୍ରିୟା ଆରମ୍ଭ  କରାଯାଇଛି । ବାକି ପ୍ରତିଶୃତିଗୁଡିକ ନିଶ୍ଚୟ ପୂରଣ ହେବ ବୋଲି କହିଥିଲେ । ଏଠାରେ ଦୁଲଦୁଲ କଳାପରିଷଦର ସଭାପତି ବାସୁଦେବ ସାଙ୍କ ସଭାପତିତ୍ୱ ଓ ସଂଦୀପ କୁଅଁରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଗୁରୁଶ୍ରୀ ଡ.ଘାସିରାମ ମିଶ୍ର,ଶଶିଭୂଷଣ ଶତପଥି,ଡ.ଲଲିତ ସାହୁ,ନାଟ୍ୟଶ୍ରୀ ଗଦାଧର ବାରିକଙ୍କ ସହ ବଲାଙ୍ଗୀର ବରିଷ୍ଠନାଗରିକ ମଞ୍ଚ,ରାଜ୍ୟ ଆଉଟସୋର୍ସିଂ କର୍ମଚାରୀ ମହାସଂଘ,ଆୟୁର୍ବେଦିକ ଡାକ୍ତର ମହାସଂଘ,ହସପିଟାଲ କର୍ମଚାରୀ ମହାସଂଘ ସମେତ ଶତାଧିକ ସଂଗଠନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ବଲାଙ୍ଗୀର ସର୍କିଟ ହାଉସଠାରେ ବଲାଙ୍ଗୀର ଜିଲ୍ଲାପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଡ.ବିଜୟ ସେଠୀ,ଏସପି ଋଷିକେଶ ଖିଲାରୀଙ୍କ ନେତୃତ୍ୱରେ ମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା । ସେହିପରି ଅହୁରି ଶତାଧିକ ସଂଗଠନର କର୍ମଚାରୀସଂଘମାନେ ମନ୍ତ୍ରୀଙ୍କୁ ଭେଟି ସମ୍ବର୍ଦ୍ଧିତ କରିବା ସହିତ ନିଜ ନିଜ ସଂଗଠନର ଦାବିପତ୍ର ପ୍ରଦାନ କରିଥିଲେ । ତେବେ ସବୁଠୁ ନିଆରା ଥିଲା ବିଧାୟକ ଥିବା ସମୟରେ ସାଙ୍ଗମାନଙ୍କ

ସହ ଯେଉଁ ଚାଖଟିରେ ଡ.ମହାଲିଙ୍କ ବସୁଥିଲେ ଏବେ କ୍ୟାବିନେଟ ମନ୍ତ୍ରୀ ହେଲାପରେ ସର୍କିଟ ହାଉସରାସ୍ତାର ସେରସୁଆଁଗୁଡି କମିଟିଠାରେ ଅଟକି ସାଙ୍ଗମାନଙ୍କ ସାଙ୍ଗରେ ଚା ପିଇଥିଲେ ଓ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଭାଜପା ଦଳ ପକ୍ଷରୁ ବଲାଙ୍ଗୀର ବିଧାୟକ ପ୍ରାର୍ଥି ଗୋପାଳଜୀ ପାଣିଗ୍ରାହୀ,ପିତାମ୍ବର ଖମାରୀ,ଶ୍ରୀକର ପଧାନ,ମହିଳା ମୋର୍ଚ୍ଚାର ପଙ୍କଜିନୀ ପଣ୍ଡା,ରଶ୍ମୀରେଖା ଦାନୀ,ଅନୀତା ମିଶ୍ର ପ୍ରମୁଖ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ସାମ୍ବାଦିକ ଭବନଠାରେ ସୋନପୁର ଜିଲ୍ଲାର ପୂର୍ବତନ ସଭାପତି ବଳଦେବପ୍ରସାଦ ବେଦବାକ,ପୂର୍ବତନ ଯୁବମୋର୍ଚ୍ଚା ସଭାପତି ବେଣୀମାଧବ ବେଦବାକ,ବାପି ପ୍ରମୁଖ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   11-Oct-2026
  ଜିଲ୍ଲା  
ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   11-Oct-2026
  ଜିଲ୍ଲା  
ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   11-Oct-2026
  ଜିଲ୍ଲା  
*ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   11-Oct-2026
  ଜିଲ୍ଲା  
ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   11-Oct-2026
  ଜିଲ୍ଲା  
କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   11-Oct-2026
  ଜିଲ୍ଲା  
ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା   11-Oct-2026
  ଜିଲ୍ଲା  
ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   11-Oct-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   11-Oct-2026
  ଜିଲ୍ଲା  
ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   11-Oct-2026
  ଜିଲ୍ଲା  
ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ   11-Oct-2026
  ଜିଲ୍ଲା  
କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   11-Oct-2026

You Might Also Like