-+91-9937148622 |

prerana_bgr@rediffmail.com |

  Monday 12th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା ଆଗଲପୁର ହାଇସ୍କୁଲ ପାଇଲା ଉଚ୍ଚ ମାଧ୍ୟମିକ ମାନ୍ୟତା   (12-Oct-2026)       ||      ମାହେଶ୍ୱରୀ ସଂଗଠନ ଆଗଲପୁର ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ   (12-Oct-2026)       ||      ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ତରଫରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ    (12-Oct-2026)       ||      ବଲାଙ୍ଗୀରରେ ତିନିଦିନିଆ ‘ଏକତା କଳା ଉତ୍ସବ-୨୦୨୬’ ଉଦ୍‌ଯାପିତ   (12-Oct-2026)       ||      ମାଁ ସାଉଁତେଶ୍ୱରୀ ମହୋତ୍ସବ (ମୂଳପୀଠ) ଅଏଁଲାସାରୀଠାରେ ଉଦ୍‌ଘାଟିତ   (12-Oct-2026)       ||      ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   (11-Oct-2026)       ||      ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   (11-Oct-2026)       ||      ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   (11-Oct-2026)       ||      *ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   (11-Oct-2026)       ||      ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   (11-Oct-2026)       ||      କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   (11-Oct-2026)       ||      ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା    (11-Oct-2026)       ||      ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   (11-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   (11-Oct-2026)       ||      ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   (11-Oct-2026)       ||      ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ    (11-Oct-2026)       ||      କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   (11-Oct-2026)       ||      ମୋତେ ପ୍ରଭାବିତ କରିଥିବା ବହିଟିଏ ଶୀର୍ଷକ ଆଲୋଚନାଚକ୍ର ପୁସ୍ତକ ସହ ନିଷ୍ଠାପର ସମ୍ପର୍କ ରହିଲେ ଜୀବନର ବହୁ ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ଉଚିତ ମାର୍ଗଦର୍ଶନ ମିଳିଥାଏ    (11-Oct-2026)       ||      ବିଜୟପଲ୍ଲୀ ସଂସ୍କୃତ ମହାବିଦ୍ୟାଳୟରେ ଜୁଭେନ୍ତିକା କାର୍ଯ୍ୟକ୍ରମ   (11-Oct-2026)       ||      ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   (11-Oct-2026)       ||     

HOME   ଜିଲ୍ଲା

ଭୁବନେଶ୍ୱରରୁ ବ୍ରହ୍ମପୁରକୁ ବିମାନ ସେବା ବନ୍ଦ ହେବ କି?

16-Jun-2024



ଗୋପାଳପୁର: ବହୁ ପ୍ରତିକ୍ଷିତ ଭୁବନେଶ୍ବର -ବ୍ରହ୍ମପୁର ଓ ବ୍ରହ୍ମପୁର -ଭୁବନେଶ୍ବର ବିମାନ ସେବା ବନ୍ଦ ହୋଇଯିବ କି? ଏନେଇ ସାଧାରଣରେ ଆଲୋଚନା ଜୋର ଧରିଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ପ୍ରତି ସପ୍ତାହର ବୁଧୁବାର ଓ ରବିବାର ଏଠାରେ ବିମାନ ସେବା ଉପଲବ୍ଧ ରହି ଆସୁଥିବା ବେଳେ ଜୁନ୯ ତାରିଖରେ ଏଠାକୁ ଭୁବନେଶ୍ବରରୁ ବିମାନ ଆସିନଥିଲା। ଏଠାରୁ ମଧ୍ୟ ବିମାନ ଉଡାଣ ହୋଇ ପାରିନାହିଁ। ଏନେଇ ବିମାନ ବନ୍ଦରରେ ଇଣ୍ଡିଆ ଓ୍ବାନର ଜୈନିକ କର୍ମଚାରୀଙ୍କ ସହ ଫୋନ ଯୋଗେ କଥାବାର୍ତ୍ତା ସମୟରେ ଅପରେସନାଲ ଅସୁବିଧା ଯୋଗୁଁ ଆଜିର ବିମାନ ସେବାକୁ ବାତିଲ କରା ଯାଇଥିବା କହିଥିଲେ। ଆସନ୍ତା ବୁଧବାର ବିମାନ ଚାଲିବ କି ବୋଲି ପ୍ରଶ୍ନରେ ସେମିତି କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ସୂଚନା ଯୋଗ୍ୟ ଯେ ବ୍ରିଟିଶ ଅମଳରୁ ତଥା ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରୁ ବ୍ରହ୍ମପୁର ସନ୍ନିକଟ ଭଞ୍ଜବିହାର ଠାରେ ଥିବା ଭଞ୍ଜବିହାର ବିମାନ ପଡ଼ିଆର ନିର୍ମାଣ କରାଯାଇଥିଲା । କାଳକ୍ରମେ ଏହି ବିମାନ ପଡିଆ ଓଡ଼ିଶା ସରକାର, କେନ୍ଦ୍ରୀୟ ପ୍ରତିରକ୍ଷା ବିଭାଗ, ବେସରକାରୀ ପ୍ରତିଷ୍ଠାନ ଦ୍ବାରା ବ୍ୟବହୃତ ହୋଇ ଆସୁଥିଲା। ୨୦୧୮ ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାର କେତେକ ଛୋଟ ବିମାନ ବନ୍ଦରର ରୂପାନ୍ତରିକରଣ ନିମନ୍ତେ ଉଡାନ ଯୋଜନାରେ ସାମିଲ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ରଙ୍ଗେଇଲୁଣ୍ଡା ବିମାନ ପଡିଆ ପାଇଁ ସଠିକ ସମୟରେ ଡି ପି ଆର ପ୍ରସ୍ତୁତ କରାଯାଇ ପାରିନଥିବାରୁ ଏହି ବିମାନ ପଡିଆ ଉଡାନ ଯୋଜନାରେ ସାମିଲ ହେବାରୁ ବଞ୍ଚିତ ରହିଥିଲା।

ଏହି ବିମାନ ବନ୍ଦର କୁ ଗ୍ରିନଫିଲ୍ଡ ବିମାନ ବନ୍ଦର ଭାବେ ଗଢି ତୋଳିବା ସହ ଏଠାରୁ ପ୍ରତ୍ୟହ ବିମାନ ଚଳାଚଳ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବିପତ୍ର ପ୍ରଦାନ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଶେଷରେ ନବୀନ ସରକାରଙ୍କ ପକ୍ଷରୁ ଗତ ମାର୍ଚ୍ଚ ୫ ତାରିଖରେ ତରବରିଆ ଭାବେ ୪୦ ଏକର ପରିମିତ ତଥା ୭୫୦ ମିଟର ରନ ଓ୍ବେ ବିଶିଷ୍ଟ ବିମାନ ପଡିଆ ରୁ ଭୁବନେଶ୍ବର ଓ ବ୍ରହ୍ମପୁର ମଧ୍ୟରେ ବିମାନ ସେବାର ଶୁଭାରମ୍ଭ କରିଥିଲେ। ଏଠାରୁ ସପ୍ତାହରେ ଦୁଇଦିନ ୯ ଜଣ ଯାତ୍ରା କରିବାଭଳି ବିଶିଷ୍ଟ ନନ୍ ସେଡ୍ୟୁଲଡ ବିମାନ ଚଳାଚଳ ଆରମ୍ଭ କରାଯାଇଥିଲା। ଏହା ମଧ୍ୟରେ ଅନେକ ସମୟରେ କେବଳ ଜଣେ ଯାତ୍ରୀ ଙ୍କୁ ନେଇ ବିମାନ ଚଳାଚଳ ସହ କେବେ କେବେ ବିନା ଯାତ୍ରୀ ରେ ଏଠାରୁ ବିମାନ ଚଳାଚଳ ମଧ୍ୟ କରି ଆସୁଥିଲା। କିନ୍ତୁ ଜୁନ ୯ତାରିଖ ରବିବାର ଦିନ ହଠାତ ବିମାନ ବନ୍ଦରକୁ ବିମାନ ନ ଆସିବା ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଶ୍ବସ୍ତ ସୁତ୍ର ରୁ ମିଳିଥିବା ସୂଚନା ଆଧାରରେ ଏହି ବିମାନ ଚଳାଚଳ ବ୍ୟବସ୍ଥା ଇଣ୍ଡିଆ ଓ୍ବାନ ଏୟାର ପକ୍ଷରୁ ଚାଲୁ ରହିଥିବା ବେଳେ କ୍ଷତିରେ ଚାଲୁଥିବା ଜଣାପଡିଛି। ଏଣୁ ଆଗାମୀ ବୁଧବାର ଦିନ ପୁଣିଥରେ ବିମାନ ଚଳାଚଳ କରିବା ନା ନବୀନ ସରକାର ଯିବା ପରେ ଏହି ବିମାନ ସେବା ମଧ୍ୟ ଏଠାରୁ ବନ୍ଦ ହୋଇ ଯିବକି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟ ପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୩୧ କୋଟି ୫ ଲକ୍ଷ ୭୩ ହଜାର ୨୬୦ ଟଙ୍କା ଖର୍ଚ୍ଚ କରାଯାଇ ଗତ ଡିସେମ୍ବର ୨୭ ତାରିଖରୁ ବିମାନ ବନ୍ଦର ର ଉନ୍ନତିକରଣ କାମ ଚାଲୁ ରହିଥିବା ବେଳେ ଆସନ୍ତା ଡ଼ିସେମ୍ବର ୨୬ ତାରିଖରେ ନିର୍ମାଣ କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି।

 

ରିପୋର୍ଟ - ରବିକୁମାର ଶର୍ମା ( ଦିଗପହଣ୍ଡି)

 


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା ଆଗଲପୁର ହାଇସ୍କୁଲ ପାଇଲା ଉଚ୍ଚ ମାଧ୍ୟମିକ ମାନ୍ୟତା   12-Oct-2026
  ଜିଲ୍ଲା  
ମାହେଶ୍ୱରୀ ସଂଗଠନ ଆଗଲପୁର ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ   12-Oct-2026
  ଜିଲ୍ଲା  
ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ତରଫରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ   12-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ତିନିଦିନିଆ ‘ଏକତା କଳା ଉତ୍ସବ-୨୦୨୬’ ଉଦ୍‌ଯାପିତ   12-Oct-2026
  ଜିଲ୍ଲା  
ମାଁ ସାଉଁତେଶ୍ୱରୀ ମହୋତ୍ସବ (ମୂଳପୀଠ) ଅଏଁଲାସାରୀଠାରେ ଉଦ୍‌ଘାଟିତ   12-Oct-2026
  ଜିଲ୍ଲା  
ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   11-Oct-2026
  ଜିଲ୍ଲା  
ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   11-Oct-2026
  ଜିଲ୍ଲା  
ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   11-Oct-2026
  ଜିଲ୍ଲା  
*ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   11-Oct-2026
  ଜିଲ୍ଲା  
ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   11-Oct-2026
  ଜିଲ୍ଲା  
କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   11-Oct-2026
  ଜିଲ୍ଲା  
ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା   11-Oct-2026

You Might Also Like