-+91-9937148622 |

prerana_bgr@rediffmail.com |

  Monday 12th October 2026 |

| | | |

R.N.I. Regd No. ODIODI/2010/46693

Breaking News

*ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ*   (12-Oct-2026)       ||      *ବୈଦିକ ବିଦ୍ୱାନ ବ୍ରଜ ବିହାରୀ ଙ୍କ ୧୦୬ ତମ ଜୟନ୍ତୀ ସମାରୋହ ଅନୁଷ୍ଟିତ*-   (12-Oct-2026)       ||      କୁରସୁଡରେ ମାଁ ଦୁର୍ଗା ପୂଜା ଆରମ୍ଭ   (12-Oct-2026)       ||      ବରପାଲି କାଳୀ ପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା ଆଗଲପୁର ହାଇସ୍କୁଲ ପାଇଲା ଉଚ୍ଚ ମାଧ୍ୟମିକ ମାନ୍ୟତା   (12-Oct-2026)       ||      ମାହେଶ୍ୱରୀ ସଂଗଠନ ଆଗଲପୁର ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ   (12-Oct-2026)       ||      ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ତରଫରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ    (12-Oct-2026)       ||      ବଲାଙ୍ଗୀରରେ ତିନିଦିନିଆ ‘ଏକତା କଳା ଉତ୍ସବ-୨୦୨୬’ ଉଦ୍‌ଯାପିତ   (12-Oct-2026)       ||      ମାଁ ସାଉଁତେଶ୍ୱରୀ ମହୋତ୍ସବ (ମୂଳପୀଠ) ଅଏଁଲାସାରୀଠାରେ ଉଦ୍‌ଘାଟିତ   (12-Oct-2026)       ||      ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   (11-Oct-2026)       ||      ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   (11-Oct-2026)       ||      ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   (11-Oct-2026)       ||      *ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   (11-Oct-2026)       ||      ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   (11-Oct-2026)       ||      କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   (11-Oct-2026)       ||      ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା    (11-Oct-2026)       ||      ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   (11-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   (11-Oct-2026)       ||      ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   (11-Oct-2026)       ||      ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ    (11-Oct-2026)       ||     

HOME   ଜିଲ୍ଲା

ବୋରିଗୁମ୍ମାକୁ ଏନ୍ଏସି ଘୋଷଣା କାର୍ଯକାରୀ ହେବ କେବେ ?

16-Jun-2024



ବୋରିଗୁମ୍ମା:  କୋରାପୁଟ ଜିଲ୍ଲା ବୋରିଗୁମ୍ମାକୁ ଏନ୍ଏସି ମାନ୍ୟତା ଘୋଷଣା କରିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘ ଦିନ ଧରି ବୋରିଗୁମ୍ମା ବାସୀଙ୍କ ଦାବୀ ରହିଥିଲା ଯେ ବୋରିଗୁମ୍ମାକୁ ଏନ୍ଏସି ଘୋଷଣା କରାଯାଉ। କିନ୍ତୁ ହୋଇପାରୁନଥିଲା ବିଳମ୍ବ ହେଲେ ସୁଦ୍ଧା ୨୦୨୪ ନିର୍ବାଚନ କୁ ଦୃଷ୍ଟି ରେ ରଖି ବୋରିଗୁମ୍ମା କୁ ତରବରିଆ ଭାବେ ଏନ୍ଏସି ଘୋଷଣା କରାଯାଇଥିଲା। ଓଡ଼ିଶାରେ ୩୪ ଟି ନୂଆ ବିଜ୍ଞାପିତ ଅଂଚଳ ଓ ୫ ଟି ଏନ୍ଏସି କୁ ମ୍ୟୁନିସିପାଲଟି ଭାବେ ଘୋଷଣା କରିଥିଲେ ପୂର୍ବତନ ବିଜେଡି ସରକାର। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ବୋରିଗୁମ୍ମା ବ୍ଲକକୁ ଏନ୍ଏସି ମାନ୍ୟତା ପାଇଁ ଦୀର୍ଘ ଦିନ ଧରି ବିଧାନସଭାରେ ତାଙ୍କ ଲଢେଇ ଜାରି ରଖିଥଲେ। ଗତ ଶେଷ ବିଧାନସଭା କାଳରେ ମଧ୍ୟ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ବୋରିଗୁମ୍ମା ବ୍ଲକକୁ କେବେ ଏନ୍ଏସି ମାନ୍ୟତା ଘୋଷଣା କରାଯିବ ବୋଲିି ପ୍ରଶ୍ନ କରିଥିଲେ। ପ୍ରଥମ ପର୍ଯ୍ୟାୟ ଏନ୍ ଏସି ଘୋଷଣା ହେବା ପରେ ଏଥିରୁ ବୋରିଗୁମ୍ମା ବାଦ ପଡିଥିଲା। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଜୟପୁର ସ୍ଥିତ ସ୍ଥାନୀୟ ହୋଟେଲ୍ ବାଳକ୍ରିଷ୍ଣା ପେଲେସ୍ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏବଂ ଫେବୃଆରୀ ୨୫ ତାରିଖ ସୁଦ୍ଧା ବୋରିଗୁମ୍ମା ବ୍ଲକକୁ ଏନ୍ଏସି ମାନ୍ୟତା ଘୋଷଣା ନ କରାଗଲେ ଆସନ୍ତା ୨୬ ତାରିଖରେ ବୋରିଗୁମ୍ମା ବ୍ଲକକୁ ବନ୍ଦ କରାଯିବ ବୋଲିି କହିଥିଲେ। କିନ୍ତୁ ବନ୍ଦ ହେବା ପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋରିଗୁମ୍ମା ବ୍ଲକକୁ ଏନ୍ଏସି ମାନ୍ୟତା ପ୍ରଦାନ କରିଦେଇଥିଲେ। ଏନେଇ ବୋରିଗୁମ୍ମା ରେ ଖୁସିର ଲହରି ଖେଳିଯାଇଥିଲା। ସ୍ଥାନୀୟ ଅଞ୍ଚଳବାସୀ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଧନ୍ୟବାଦ ଜଣାଇବା ସହ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ। କିନ୍ତୁ ଘୋଷଣା ହେବାର ୩ ମାସ ବିତିଗଲା କିନ୍ତୁ ଏବେ ଯାଏଁ କୈାଣସି କାମ ଆଗେଇ ନାହିଁ। ଏପରିକି କାର୍ଯ୍ୟାଳୟ ପାଇଁ ଜାଗା ମଧ୍ୟ ଚିହ୍ନଟ ହୋଇନାହିଁ। ଇତି ମଧ୍ୟରେ ଓଡିଶା ର

ରାଜନୈତିକ ପାଣିପାଗ ଵଦଳି ଯାଇଛି। ସରକାର ମଧ୍ୟ ବଦଳି ଯାଇଛି। ତେବେ ବିଜ୍ଞାପିତ ଅଂଚଳ ଘୋଷଣା କେବେ କାଗଜ କଲମ ରେ ସୀମିତ ରହି ଯାଇଛି। ଏନେଇ ଏବେ ସାଧାରଣ ରେ ଅନେକ ଆଲୋଚନା ଶୁଣିବାକୁ ମିଳୁଛି। ଏ ପର୍ଯ୍ୟନ୍ତ କାର୍ଯ୍ୟାଳୟ ସ୍ଥିର ହେଇନାହିଁ କିନ୍ତୁ ବୋରିଗୁମ୍ମା ରେ ମାଳ ମାଳ ଆଶୟୀ ବାହାରିଲେଣି। ଆଗାମୀ ଭବିଷ୍ୟତ କୁ ଦେଖି କିଛି ନେତା ଅନେକ ଦଳ ମଧ୍ୟ ପରିବର୍ତ୍ତନ କରିଥିଲେ। କିନ୍ତୁ ଚଳିତ ନିର୍ବାଚନ ରେ ସରକାର ବଦଳିବା ପରେ ସବୁ ଆସା ମଉଳି ଯାଇଛି। ତେବେ ବର୍ତ୍ତମାନ ସରକାର ଏନ୍ଏସି ପ୍ରସଙ୍ଗ ରେ ମୁହଁ ଖୋଲି ନାହାନ୍ତି। ଅନ୍ୟପଟେ କାର୍ଯ୍ୟାଳୟ କେଉଁଠି ହେବ, କେମିତି କାର୍ଯକାରୀ ହେବ ସେ ନେଇ ଅନିଶ୍ଚିତତା ଜଣା ପଡ଼ୁଛି ବୋଲି ସାଧାରଣ ରେ ଆଲୋଚନା ହେଉଛି। ତେବେ ବିଜେପି ସରକାର କେବେ ବୋରିଗୁମ୍ମା ରେ ଏନ୍ଏସି କୁ ପୂର୍ଣ କାର୍ଯ୍ୟ କ୍ଷମ କରିବେ ତାହା ଦେଖିବାକୁ ବାକି ରହିଲା।

 

ରିପୋର୍ଟ - ରବିକୁମାର ଶର୍ମା (ଦିଗପହଣ୍ଡି)


News Comment




Photo in News

Advertisment
Lastest News
  ଜିଲ୍ଲା  
*ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ*   12-Oct-2026
  ଜିଲ୍ଲା  
*ବୈଦିକ ବିଦ୍ୱାନ ବ୍ରଜ ବିହାରୀ ଙ୍କ ୧୦୬ ତମ ଜୟନ୍ତୀ ସମାରୋହ ଅନୁଷ୍ଟିତ*-   12-Oct-2026
  ଜିଲ୍ଲା  
କୁରସୁଡରେ ମାଁ ଦୁର୍ଗା ପୂଜା ଆରମ୍ଭ   12-Oct-2026
  ଜିଲ୍ଲା  
ବରପାଲି କାଳୀ ପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ   12-Oct-2026
  ଜିଲ୍ଲା  
ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା ଆଗଲପୁର ହାଇସ୍କୁଲ ପାଇଲା ଉଚ୍ଚ ମାଧ୍ୟମିକ ମାନ୍ୟତା   12-Oct-2026
  ଜିଲ୍ଲା  
ମାହେଶ୍ୱରୀ ସଂଗଠନ ଆଗଲପୁର ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ   12-Oct-2026
  ଜିଲ୍ଲା  
ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ତରଫରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ   12-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ତିନିଦିନିଆ ‘ଏକତା କଳା ଉତ୍ସବ-୨୦୨୬’ ଉଦ୍‌ଯାପିତ   12-Oct-2026
  ଜିଲ୍ଲା  
ମାଁ ସାଉଁତେଶ୍ୱରୀ ମହୋତ୍ସବ (ମୂଳପୀଠ) ଅଏଁଲାସାରୀଠାରେ ଉଦ୍‌ଘାଟିତ   12-Oct-2026
  ଜିଲ୍ଲା  
ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   11-Oct-2026
  ଜିଲ୍ଲା  
ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   11-Oct-2026
  ଜିଲ୍ଲା  
ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   11-Oct-2026

You Might Also Like