-+91-9937148622 |

prerana_bgr@rediffmail.com |

  Tuesday 13th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   (12-Oct-2026)       ||      *ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   (12-Oct-2026)       ||      ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ    (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   (12-Oct-2026)       ||      *ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   (12-Oct-2026)       ||      *ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   (12-Oct-2026)       ||      ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ    (12-Oct-2026)       ||      *ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ*   (12-Oct-2026)       ||      *ବୈଦିକ ବିଦ୍ୱାନ ବ୍ରଜ ବିହାରୀ ଙ୍କ ୧୦୬ ତମ ଜୟନ୍ତୀ ସମାରୋହ ଅନୁଷ୍ଟିତ*-   (12-Oct-2026)       ||      କୁରସୁଡରେ ମାଁ ଦୁର୍ଗା ପୂଜା ଆରମ୍ଭ   (12-Oct-2026)       ||      ବରପାଲି କାଳୀ ପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା ଆଗଲପୁର ହାଇସ୍କୁଲ ପାଇଲା ଉଚ୍ଚ ମାଧ୍ୟମିକ ମାନ୍ୟତା   (12-Oct-2026)       ||      ମାହେଶ୍ୱରୀ ସଂଗଠନ ଆଗଲପୁର ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ   (12-Oct-2026)       ||      ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ତରଫରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ    (12-Oct-2026)       ||      ବଲାଙ୍ଗୀରରେ ତିନିଦିନିଆ ‘ଏକତା କଳା ଉତ୍ସବ-୨୦୨୬’ ଉଦ୍‌ଯାପିତ   (12-Oct-2026)       ||     

HOME   ଜିଲ୍ଲା

ଅଭିଯୁକ୍ତ ଙ୍କ ପ୍ରତି ଜୁନାଗଡ ଥାନାଧିକାରୀ ଙ୍କ ଅହେତୁକ ଅନୁକମ୍ପା କାହିଁକି ? ରାଜ ନୈତିକ ଚାପରେ ନୁହେଁ ତ !

14-Jun-2024



କଳାହାଣ୍ଡି(ଦୁଷ୍ମନ୍ତ କୁମାର ପଣ୍ଡା ): କଳାହାଣ୍ଡି ଜିଲ୍ଳାର ଜୁନାଗଡ ଥାନାରେ ଅଭିଯୁକ୍ତ ପ୍ରତି ଅହେତୁକ ଅନୁକମ୍ପା ଦେଖାଉଥିବା ଅଭିଯୋଗ ହେଉଛି। ପୂର୍ବ ସରକାରଙ୍କ ସମୟ ରେ ଜୁନାଗଡ ବିଧାନ ସଭା କ୍ଷେତ୍ର ମଧ୍ୟରେ ଥିବା ଜୁନାଗଡ ଥାନା ଓ ଗୋଲାମୁଣ୍ଡା ଥାନା ରେ ଥାନାଧ୍ୟକ୍ଷ ଭାବେ ଉଲ୍ଲାଶ ଚନ୍ଦ୍ର ରାଉତ ସତ୍ରିକ ଯୋଗ ଦେବା ପରେ ଜୁନାଗଡ ଥାନା ଅଂଚଳ ରେ ଅନେକ ସମସ୍ୟା ସୃଷ୍ଟି ହେଉଥିବା ଆଲୋଚନା ହେଉଛି। ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଗୁରୁତର ଭାବେ ବଢ଼ିବାରେ ଲାଗିଛି, ଏପରିକି ଦୁଇଟି ଛକ ରେ ଟ୍ରାଫିକ ସିଗ୍ନାଲ ଲାଗୁଥିଲେ ହେଁ ନିୟନ୍ତ୍ରଣ କରାଯାଇ ପାରୁ ନାହିଁ। ପେଟ୍ରୋଲିଂ ହେଉ ନ ଥିବା କାରଣରୁ ସଡକ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଜୁନାଗଡ ସହର ମଧ୍ୟରେ ସଡକ ଦୁର୍ଘଟଣା ହୋଇ ମୃତ୍ୟୁ ବରଣ କରିଥିବାର ନଜିର ରହିଛି। ଏପରିକି ମହିଚଳା ଠାରେ ହେଇଥିବା ଦୁର୍ଘଟଣା ରେ ମଧ୍ୟ ଥାନଧ୍ୟକ୍ଷ ଙ୍କ ନିରପେକ୍ଷତା ଉପରେ ଜନ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଗାଁ ଗାଁ ରେ ମଦ କୋଠୀ, ପାନ ଦୋକାନରେ ବିଦେଶୀ ମଦ ବିକ୍ରି, ସଟ୍ଟା ଓ ବ୍ୟାଟିଂ ଭଳି ଅନେକ ଘଟଣା ବଢ଼ି ଚାଲିଥିବା ଅଭିଯୋଗ ହେଉଛି। ଜୁନାଗଡ ଥାନାଧ୍ୟକ୍ଷ ଜନ ଜୀବନ ସୁରକ୍ଷା ପ୍ରତି ଦୃଷ୍ଟି ଦେବା ଅପେକ୍ଷା ରାଜନୈତିକ କର୍ମୀଙ୍କ ହାତ ବାରିସୀ ଭଳି କାମ କରୁଥିବା ଅଭିଯୋଗ ହେଉଛି। ଯେ କୌଣସି ଘଟଣାରେ ନିରପେକ୍ଷତା ଅବଲମ୍ବନ କରିବା ଅପେକ୍ଷା ସ୍ଥାନୀୟ ବିଧାୟକ ଓ ତାଙ୍କ ସମର୍ଥକ ଙ୍କୁ ସୁହାଇବା ଭଳି କାରବାର କରୁଥିବା ଅଭିଯୋଗ ହେଉଛି। ଏପରିକି ଅଭିଯୋଗକାରୀ ହେଉ କି ଅଭିଯୁକ୍ତ ହେଉ ଯଦିଓ ବିଜେଡି କର୍ମୀ ତେବେ ସମ୍ପୃକ୍ତ କେଶ ଟି କିପରି ସେମାନଙ୍କ ସପକ୍ଷରେ ରହିବ ସେହି ଭଳି ବ୍ୟବସ୍ଥା କରୁଥିବା ଅନେକ ଅଭିଯୋଗ ହେଉଛି। ଏପରିକି ସେମାନଙ୍କ ସପକ୍ଷରେ ମିଛ ସାକ୍ଷୀ ସଂକ୍ରାନ୍ତୀୟ କାଗଜାତ ପ୍ରସ୍ତ୍ରୁତ କରୁଥିବା ମଧ୍ୟ ଅନେକ ଅଭିଯୋଗ ହେଉଛି। କୌଣସି ତଥ୍ଯ ପାଇଁ ଥାନାଧ୍ୟକ୍ଷ ଙ୍କ ପାଖକୁ ଓକିଲ କିମ୍ଵା ସାମ୍ବାଦିକ ଗଲେ ଅଣଦେଖା କରୁଥିବା ବେଳେ ବିଜେଡ଼ି କର୍ମୀଙ୍କୁ ସାଦରେ ଗ୍ରହଣ କରୁଥିବା ଅଭିଯୋଗ ହେଉଛି। ଏଭଳି ଏକ ଘଟଣା ରେ ପ୍ରକୃତ ଅଭିଯୁକ୍ତ କୁ ଘଣ୍ଟ ଘୋଡାଇବାକୁ ଯାଇ ଅଭିଯୁକ୍ତ ଙ୍କ କେଶ କୁ ପ୍ରଥମେ ଗ୍ରହଣ କରି ନିର୍ଦ୍ଦୋଷ ମାନଙ୍କୁ ମିଛ ସାକ୍ଷୀ ସଂକ୍ରାନ୍ତୀୟ କାଗଜାତ କରି କୋର୍ଟ ଚାଲାଣ କରିଥିବା ଅଭିଯୋଗ ହେଉଛି। ଅନିଲ ସାହୁ ନାମକ ଜଣେ ବିଜେଡ଼ି କର୍ମୀ ବିନା କୌଣସି ଫୁଡ୍ ଲାଇସେନ୍ସ ରେ ସୋଡା ବିକି ଲୋକଙ୍କୁ ଦଳୀୟ ପତିୟାରା ମାଧ୍ୟମରେ ହଇରାଣ କରୁଥିବା ଜଣାପଡିଛି । କୋକସରା ଥାନାରେ ମଧ୍ୟ ଏଭଳି କେଶ ହୋଇଥିବା ବେଳେ ଗତ ୧୧ ତାରିଖ ରେ ମଧ୍ୟ ସେଭଳି ଘଟଣା ର ପୁନରାବୃତ୍ତି ଜୁନାଗଡ ଥାନାରେ କରିଥିବା ଜଣାପଡିଛି। ଅସ୍ୱାସ୍ଥ୍ୟକର ଶୋଡା ବିକୁଥିବା କହିବା ପରେ ଜଗନ୍ନାଥ ଲହଜଲ କୁ ମାଡ ମାରି ଲହୁ ଲୁହାଣ କରି ଆଖି ପାଖରେ ଆଘାତ କରିଦେବା ବେଲେ ସ୍ଥାନୀୟ ବିଧାୟକ ଙ୍କୁ ଫୋନ କରିବା ପରେ ବିଧାୟକ ଙ୍କ ପାଖ ଲୋକ ଜୁନାଗଡ ଥାନାକୁ ଯିବା ପରେ ଥାନାଧ୍ୟକ୍ଷ ଚିଲଗୁଡ଼ା ଫାଣ୍ଡି ଏ ଏସ ଆଇ ଙ୍କ ବଦଳରେ ନିଜେ ତଦନ୍ତକାରୀ ଭାବେ କୌଣସି ନିରପେକ୍ଷ ସାକ୍ଷୀ ନଥିବା ବେଳେ ଆଉ ଜଣେ ବିଜେଡି ସମର୍ଥକ ଚନ୍ଦ୍ର ସରାଫ ଙ୍କୁ ମିଛ ସାକ୍ଷୀ ଭାବେ କାଗଜାତ ପ୍ରସ୍ତ୍ରୁତ କରି ଅଭିଯୋଗ କାରି ମାନଙ୍କୁ ହିଁ ଅଭିଯୁକ୍ତ ଭାବେ ଏଫ୍ ଆଇ ଆର ନମ୍ବର ୨୪୪ ଅନୁସାରେ କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି। ଅନ୍ୟ ପକ୍ଷରେ ଅସ୍ୱାସ୍ଥ୍ୟକର ଶୋଡ଼ା ବିକୁଥିବା ଅନିଲ ସାହୁ ଙ୍କ ବିରୁଦ୍ଧରେ ହୋଇଥିବା ଏଫ୍ ଆଇ ଆର କୁ ପଛକୁ ପକାଇ ରଖିଥିବା ବେଳେ ରାଜନୈତିକ ଛତ୍ର ଛାୟା ତଳେ ଥିବା ଅନିଲ କୁ ସୁରକ୍ଷା ଦେବାକୁ ଯୋଜନା କରୁଥିବା ଅଭିଯୋଗ ହେଉଛି। ଏସଂପର୍କରେ ଜୁନାଗଡ଼ ଥାନାଧ୍ୟକ୍ଷ ଙ୍କୁ ପଚାରିଲେ ଏଫ୍ ଆଇ ଆର ରେଜିଷ୍ଟ୍ରି ହେବ ବୋଲି କହି ଏଡ଼ାଇ ଯାଉଥିବା ଦେଖାଯାଉଛି। ଅନ୍ୟ ପକ୍ଷରେ ଅସ୍ୱାସ୍ଥ୍ୟକର ଶୋଡ଼ା ବିକୁ ଥିବା ଅନିଲ ସାହୁ ରାଜ ନୈତିକ ଛତ୍ର ଛାୟା ତଳେ ପୁନଃ ନିଜ କାରବାର ଚଳାଉଥିବା ଦେଖାଯାଉଛି। ନିରୀହ ଅଭିଯୋକାରିଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ପ୍ରକୃତ ଅଭିଯୁକ୍ତ ଙ୍କୁ ସେହି ସମାନ ଏଫ୍ ଆଇ ଆର ଉପରେ ଥାନାଧ୍ୟକ୍ଷ ଙ୍କ ଅହେତୁକ ଅନୁକମ୍ପା କାହିଁକି ବୋଳି ସଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏସଂପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସି ପାରିବ ବୋଲି ସାଧାରଣ ରେ ଆଲୋଚନା ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   12-Oct-2026
  ଜିଲ୍ଲା  
*ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   12-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   12-Oct-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   12-Oct-2026
  ଜିଲ୍ଲା  
*ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   12-Oct-2026
  ଜିଲ୍ଲା  
ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
*ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   12-Oct-2026
  ଜିଲ୍ଲା  
*ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   12-Oct-2026
  ଜିଲ୍ଲା  
ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   12-Oct-2026
  ଜିଲ୍ଲା  
ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   12-Oct-2026

You Might Also Like