-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
12-Jun-2024
ଡୁଙ୍ଗୁରିପାଲ(ଅରବିନ୍ଦ ମିଶ୍ର)- ସଦ୍ୟ ପ୍ରକାଶିତ ନେଟ୍ ପରୀକ୍ଷାରେ ଏହି ବ୍ଲକର ବନ୍ଧପାଲି ଗ୍ରାମର ସ୍ୱାତୀ ଅଗ୍ରୱାଲ ଓ ସଞ୍ଜୟ କୁମାର ଅଗ୍ରୱାଲଙ୍କ ସୁପୁତ୍ର ଅୟୁସ କୁମାର ଅଗ୍ରୱାଲ ସଫଳତା ହାସଲ କରିଛନ୍ତି । ସେ ୭୨୦ ନମ୍ବରୁ ୭୧୫ ରଖି ସର୍ବଭାରତୀୟ ସ୍ତରରେ ୨୦୪ ର୍ୟାଙ୍କରେ ରହିଥିବା ବେଳେ ଓଡିଶାର ୧୦ ଟପ୍ପର ମଧ୍ୟରେ ରହିଛନ୍ତି । ଫିଜିକ୍ସରେ ଶତକଡା ୯୯.୯୬, କେମିଷ୍ଟ୍ରିରେ ୯୯.୫୩, ବାଇଲୋଜିରେ ୯୯.୯୦ ତଥା ମୋଟରେ ୯୯.୯୮ ରଖି ଅଂଚଳ ପାଇଁ ଗୌରବ ଆଣିଛନ୍ତି । ସେ ଭବିଷରେ ଏକ ଡାକ୍ତର ହୋଇ ରୋଗୀ ସେବାରେ ସମୟ ଅଧିକ ଦେବେ ବୋଲି ପ୍ରକାଶ କରିଛନ୍ତି । ଏହି ଖବର ଜଣାପଡିବା ପରେ ଡୁଙ୍ଗୁରିପାଲି ଅଂଚଳରେ ଖୁସିର ଲହରି ଖେଳି ଯାଇଛି । ସେ ରାଜସ୍ଥାନର କୋଟାରେ କୋଚିଂ ନେଉଥିବା ବେଳେ ଡୁଙ୍ଗୁରିପାଲିର ଏକ ଘରୋଇ ସ୍କୁଲରେ ତାଙ୍କର ପ୍ରାଥମିକ ଶିକ୍ଷା ଦାନ ହୋଇଥିଲା । ବାପା ଜଣେ ବ୍ୟବସାୟୀ ହୋଇଥିବା ବେଳେ ମାଁ ଗୃହିଣୀ ଅଟନ୍ତି । ତାଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛାର ଶୁଅ ଛୁଟିଛି ।