-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗିର ନାଗରିକ କମିଟି ର ଟାଟା ପାୱାର ସ୍ମାର୍ଟ ମିଟର ଲଗାଣ ବିରୋଧରେ ଗଣଧାରଣ ଓ ଦାବିପତ୍ର ପ୍ରଦାନ

03-Jun-2024



ବଲାଙ୍ଗୀର(ଚିତ୍ରସେନ ବେହେରା)- ଟାଟା ପାୱାର ଲଗାଉଥିବା ସ୍ମାଟ ମିଟର କୁ ବିରୋଧ କରି ବଲାଙ୍ଗିର ନାଗରିକ କମିଟି ସ୍ଥାନୀୟ ବିଦ୍ୟୁତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସକାଳ ଘ.୯ ରୁ ଘ.୧୧ ପର୍ଯ୍ୟନ୍ତ ଗଣଧାରଣା ଦେଇଥିଲା । ପ୍ରଥମେ ଅନୁପ କୁମାର ସିଂହ ଯିଏ କି ବିଦ୍ୟୁତ ବିଭାଗରେ ଅସ୍ଥାୟୀ ଲାଇନମେନ ଥିଲେ ଓ ଗତ କାଲି କାର୍ଯ୍ୟରତ ଥିବା ସମୟରେ ବିଦ୍ୟୁତ ଖୁଣ୍ଟରେ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଛନ୍ତି ତାଙ୍କର ଆତ୍ମାର ସଦ୍‌ଗତି ନିମନ୍ତେ ଉପସ୍ଥିତ ସମସ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ନାଗରିକ କମିଟି ସାଧାରଣ ସଂପାଦକ ମଧୁସୂଦନ ନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଏହି ଧାରଣା ଦେବା ଉଦ୍ଦେଶ୍ୟ ସଂପର୍କରେ ଅବଗତ କରାଇଥିଲେ । ସଭାପତି ଡ. ଶ୍ରୀକର ମିଶ୍ର ପୁଙ୍ଖାନୁପୁଙ୍ଖ ବକ୍ତବ୍ୟ ରଖିଥିଲେ । ଅଧିକ୍ଷଣ ଯନ୍ତ୍ରୀଙ୍କୁ ଦିଆଯାଉଥିବା ଦାବିପତ୍ର ରେ ଉଲ୍ଲିଖିତ ତିନୋଟି ବିଷୟ ଉପରେ ଡ. ମିଶ୍ର ବିଶେଷ ଗୁରୁତ୍ୱ ଆରୋପ କରିଥିଲେ । ପରେ ପରେ ବିଦ୍ୟୁତ ବିଭାଗର ପରିଚାଳନା ଗତ ତୃଟି ଓ ଦୁର୍ବଳ ସେବା ପ୍ରଦାନ ସମ୍ପର୍କରେ ନାଗରିକ କମିଟିର ସଦସ୍ୟମାନେ ନିଜସ୍ୱ ମତ ପୋଷଣ କରିଥିଲେ । ବିଦ୍ୟୁତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ନାଗରିକ କମିଟି ଦ୍ୱାରା ପ୍ରସ୍ତୁତ ତିନି ଦଫା ସମ୍ମଳିତ ଦାବିପତ୍ର ଗ୍ରହଣ କରିଥିଲେ । ପ୍ରଥମ ଦାବି ଥିଲା ଗ୍ରାହକମାନଙ୍କୁ ଉତ୍ତମ ସେବା ଯୋଗାଇ ଦିଆଯାଇ ଲୋ ଭୋଲଟେଜ୍ ଓ ପାୱାର କଟ୍ ବନ୍ଦ ହେଉ । ଦ୍ୱିତୀୟରେ ବିଦ୍ୟୁତ ତାର ଦ୍ୱାହି ଦେଇ ଅନାବଶ୍ୟକ ବୃକ୍ଷ କର୍ତ୍ତନ ବନ୍ଦ କରାଯାଉ । ତୃତୀୟରେ ସ୍ମାର୍ଟ ମିଟର ଶୋଷଣର ପ୍ରତୀକ ହୋଇଥିବାରୁ ତାହାକୁ ଲଗାଇବା ବନ୍ଦ କରାଯାଉ । ଅଧିକ୍ଷଣ ଯନ୍ତ୍ରୀ ଏହା ଉପରେ ଉତ୍ତର ରଖିଥିଲେ ମଧ୍ୟ ତାହା ସନ୍ତୋଷଜନକ ପ୍ରତୀୟମାନ ହୋଇନଥିଲା । ନାଗରିକ କମିଟି ଦାବି କଲା ଯେ ପ୍ରଥମେ ଟାଟା ପାୱାର ସ୍ମାର୍ଟ ସେବା ଯୋଗାଉ ଯେପରି କି ଲୋ ଭୋଲଟେଜ୍‌, ଅଧିକ ସମୟ ପାୱାର ଫେଲ, ପାୱାର କଟ୍ ଓ ଅଧିକ ବିଲିଂ ଜନିତ ସମସ୍ୟା ରହିବ ନାହିଁ । ତାପରେ ସ୍ମାର୍ଟ ମିଟର କଥା ଉଠାଇବ । ଉପଯୁକ୍ତ ପରିଚାଳନା ଓ ଉତ୍ତମ ସେବା ଯୋଗାଇ ନ ପାରିଲେ ବଲାଙ୍ଗିର ଛାଡୁ । ଦିଆଯାଇଥିବା ଦାବିମାନଙ୍କ ଉପରେ ବିହିତ ତଥା ସନ୍ତୋଷଜନକ ପଦକ୍ଷେପ ଗ୍ରହଣ କରାନଗଲେ ପରବର୍ତ୍ତୀ ସମୟରେ ସମସ୍ତ ବର୍ଗର ଜନସାଧାରଣଙ୍କୁ ସାମିଲ କରି ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ବଲାଙ୍ଗିର ନାଗରିକ କମିଟି ଚେତାବନି ଦେଇଛି । ଏହି କାର୍ଯ୍ୟକ୍ରମରେ ଗୌର ଚନ୍ଦ୍ର ପୁରୋହିତ, ଶରତ ଚନ୍ଦ୍ର ମହାକୁର, ବିରଂଚି ବହିଦାର, ଗୋପବନ୍ଧୁ ପୁରୋହିତ, ନିତ୍ୟାନନ୍ଦ ମିଶ୍ର, ସୁନିଲ ଚନ୍ଦ୍ର ବିଶ୍ୱାଲ, ଋତୁରାଜ ସିଂ, ଡ. ପ୍ରମୋଦ କୁମାର ମିଶ୍ର, ଆଇନଜୀବୀ ଅଶୋକ କୁମାର ମିଶ୍ରଙ୍କ ସମେତ ଶହ ସଂଖ୍ୟାରେ ସଭ୍ୟବୃନ୍ଦ ସକ୍ରିୟ ଅଂଶଗ୍ରହଣ କରିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026

You Might Also Like