-+91-9937148622 |

prerana_bgr@rediffmail.com |

  Saturday 25th April 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟସ୍ତରୀୟ ଜାତୀୟ ପଂଚାୟତି ରାଜ ଦିବସ ସମାରୋହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଲୋକଙ୍କ ସକ୍ରିୟ ଭାଗିଦାରୀ ଓ ଅଭିନବ ଚିନ୍ତାଧାରା ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ଗତିଶୀଳ କରିବ- ମୁଖ୍ୟମନ୍ତ୍ରୀ    (24-Apr-2026)       ||      ଡାବୁଗାଁ ବ୍ଲକ ପରିସରରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ   (24-Apr-2026)       ||      ଘରୋଇ ଆଇ.ଟି.ଆଇ ସଂଘର ଜରୁରୀକାଳୀନ ବୈଠକ    (24-Apr-2026)       ||      ସୁବର୍ଣ୍ଣପୁରରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୬ ପାଳିତ   (24-Apr-2026)       ||      ବଲାଙ୍ଗୀରବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନରସିଂହ, ଭୀମଭୋଇ ମେଡିକାଲ ଓ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ପଦବୀ ପୁରଣ ପାଇଁ କଲେ ଆଲୋଚନା   (24-Apr-2026)       ||      ଗ୍ରୀଷ୍ମ ପ୍ରବାହ ପାଇଁ ଆଗୁଆ ଖରାଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଏପ୍ରିଲ ୨୭ରୁ ସମସ୍ତ ସ୍କୁଲ ବନ୍ଦ ରହିବ   (24-Apr-2026)       ||      ଜାତୀୟ ପଞ୍ଚାୟତ ରାଜ ଦିବସ ରେ ସ୍ୱତଃ ମନେ ପଡନ୍ତି ସୁବର୍ଣ୍ଣପୁର ଜିଲ୍ଲା ର ଆଦର୍ଶ ସରପଞ୍ଚ ସ୍ଵର୍ଗତ ଘାସିରାମ ତ୍ରିପାଠି*-   (24-Apr-2026)       ||      *ଉଲୁଣ୍ଡା ବ୍ଲକ ଅଞ୍ଚଳ ରେ ତମାଖୁ ଜାତୀୟ ଦ୍ରବ୍ୟ ର ବ୍ୟବହାର ଓ ବିକ୍ରୟ ନିଷିଦ୍ଧ ପାଇଁ ଏକ ଟିମ ର ଚଢ଼ାଉ ଓ ଜରିମାନା ଆଦାୟ*-   (24-Apr-2026)       ||      ବହୁରୂପୀ ହନିଟ୍ରାପ୍ ଠକର ହରଡଘଣାରେ ସର୍ବସ୍ବାନ୍ତ  ! ଅଧ୍ୟାପକରୁ ବାଣିଜ୍ଯକର କମିଶନର ଓ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର୍ ♦️  ଭଷ୍ମାରେ ଚାକିରୀ କରାଇଦେବାକୁ ମହିଳାଙ୍କ ଠାରୁ ୧୫ ଲକ୍ଷ ଠକେଇ   (24-Apr-2026)       ||      ଅସହ୍ୟ ତାତି ଜନଜୀବନ ଅସ୍ତବ୍ୟସ୍ତ   (24-Apr-2026)       ||      ୭୬୧ ଟି କଇଁଛ ସହ ଜଣେ କଇଁଛ ଚୋରା ଚାଲାଣ କାରୀ ଗିରଫ    (24-Apr-2026)       ||      ବଲାଙ୍ଗୀର ଜିଲ୍ଳା ଓକିଲ ସଂଘ ପାଳନ କରିବ ଲୟର୍ସ ଡେ    (24-Apr-2026)       ||      ଅଧ୍ୟାପକଙ୍କୁ ସମ୍ବର୍ଦ୍ଧନା   (24-Apr-2026)       ||      ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ନେଇ ବଲାଙ୍ଗୀର ବିଜେପି ମହିଳା ମୋର୍ଚ୍ଚା ର ପ୍ରେସ ମିଟ୍   (23-Apr-2026)       ||      ଲୋଇସିଂହା ବ୍ଲକ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ଭିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା   (23-Apr-2026)       ||      ନାରୀ ଶକ୍ତି ବନ୍ଦନ ଅଧିନିୟମ କୁ ନେଇ ଆନ୍ଦୋଳନକୁ ଓହ୍ଲାଇ ଲେ ମହିଳା    (23-Apr-2026)       ||      ଓଡ଼ିଶା ରାଜ୍ୟ କୃଷକ ସଂଗଠନ ର ନୂତନ କର୍ମକର୍ତ୍ତା    (23-Apr-2026)       ||      ମହିଳା ସଂରକ୍ଷଣ ବିଲକୁ ବିରୋଧ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ ସହ ରାହୁଲ ଓ ନବୀନ ଙ୍କ କୁଶ ପୁତ୍ତଳିକା ଦାହ   (23-Apr-2026)       ||      ନୂଆପଡ଼ା ଜିଲ୍ଲା ର ପୋଲିସ ସୁରକ୍ଷା ବାହିନୀର ଅଂଶ ବିଶେଷ ଯାଦବ ଚନ୍ଦ୍ର ଜଗତଙ୍କ ଅବସର ଗ୍ରହଣ,   (23-Apr-2026)       ||      ରାଧାମୋହନ ଉଚ୍ଚ ବିଦ୍ୟାଳୟର ନୂତନ ଗୃହ ଉଦ୍ଘାଟିତ    (23-Apr-2026)       ||     

HOME   ଜିଲ୍ଲା

ବାଲିଗୁଡା ଓ ଜି. ଉଦୟଗିରି ବିଧାନସଭା : ଆଉ ଦିନକ ପରେ ଗଣତି, ବଢୁଛି ହୃଦସ୍ପନ୍ଦନ

03-Jun-2024



ବାଲିଗୁଡା(ସୁଶିଲ କୁମାର ପାଣିଗ୍ରାହୀ):ରାଜ୍ୟ ସମେତ ସାରା ଦେଶରେ ଏଥର ସାଧାରଣ ନିର୍ବାଚନ ସକାଶେ ଭୋଗ୍ରହଣ ସରିଛି। ଆଉ ଦିନକ ବିରତି ପରେ ମଙ୍ଗଳବାର ଗଣତି ତାରିଖ। ଆଉ ଏ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ବଢି ଚାଲିଛି। ଭୋଟ୍ ଦେଇଥୁବା ମତଦାତା ବେଶ୍ ନିରବତା ଅବଲମ୍ବନ କରୁଥିବା ବେଳେ ଗଣତି ତାରିଖ ଯେତିକି ପାଖେଇ ଆସୁଛି ନେତା ଓ କର୍ମୀମାନଙ୍କ ମଧ୍ୟରେ ବଢି ଚାଲିଛି ହୃତ୍‌ତ୍ଵନ୍ଦନ l ଚଳିତ ନିର୍ବାଚନକୁ ରାଜ୍ୟରେ ପୂର୍ବାପେକ୍ଷା ଭିନ୍ନ ଧରଣର ଗଣା ହେଉଛି । ବିଜେପି ଓ ବିଜେଡି ମେଣ୍ଟ ଆଲୋଚନାର ବ୍ୟତିକ୍ରମ ସ୍ବରୂପ ପରସ୍ପର ବିରୁଦ୍ଧରେ ନିର୍ବାଚନ ରଣାଙ୍ଗନରେ କେବଳ ଯେ ଅବତୀର୍ଣ୍ଣ ହୋଇନଥିଲେ ବରଂ ପରସ୍ପରକୁ କଟୁ ସମାଲୋଚନା କରି ତୀବ୍ର ପ୍ରତିଦ୍ୱନ୍ଦିତା କରିଛନ୍ତି। ତୃଣମୂଳସ୍ତରରୁ ଆରମ୍ଭ କରି ଉଚ୍ଚସ୍ତର ପର୍ଯ୍ୟନ୍ତ ଏହି ଆମନାସାମନା ଲଢେଇର ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ୟାରେଣ୍ଟି ବନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗ୍ୟାରେଣ୍ଟି ମଧ୍ୟରେ କଡା ଟକ୍ଟର ଦେଖିବାକୁ ମିଳିଥିଲା। ବିଜେପି- ବିଜେଡି ଟକ୍ଟର ମଧ୍ୟରେ ଚଳିତ ଥର କଂଗ୍ରେସ ମଧ୍ୟ ବାଦ ପଡ଼ିନାହିଁ । ତଥାପି ଦଳର ତୁଙ୍ଗ ନେତା ରାହୁଲ ଗାନ୍ଧୀ ରାଜ୍ୟରେ ପ୍ରଚାର କରି ପାର୍ଟି ପାଇଁ ଜନସମର୍ଥନ ହାସଲ କରିବାକୁ ଚେଷ୍ଟା କରିଥିଲେ। ଏହାରି ମଧ୍ୟରେ କନ୍ଧମାଳ ଲୋକସଭା ଅନ୍ତର୍ଗତ ୨ଟି ପ୍ରମୁଖ ବିଧାନସଭା ବାଲିଗୁଡା ଓ ଜି. ଉଦୟଗିରି ନିର୍ବାଚନର ଫଳାଫଳକୁ ନେଇ ନେତା ଓ କର୍ମୀଙ୍କ ମଧ୍ୟରେ ଚର୍ଚ୍ଚା ଓ ଆଲୋଚନା  ଜୋର୍ ଧରିଛି। କେଉଁ ନେତା କେତେ ପରିମାଣରେ ନିର୍ବାଚନ ପରିଚାଳନାରେ ସଫଳ ହୋଇଛନ୍ତି ସେହି ଅନୁସାରେ ସେମାନେ ଫଳାଫଳ ପାଇବେ ଏଥିରେ ସନ୍ଦେହ ନାହିଁ। ଆଉ ଏପଟେ ଗଣତି ପୂର୍ବରୁ ସଟ୍ଟା ବଜାରରେ ବାଜି ଲାଗିଲାଣି। କାହାର ପଲା କେତେ ଅଧିକ, ତାକୁ ନେଇ ମଧ୍ୟ ଅନେକ ଆକଳନ କରାଯାଉଛି। ପ୍ରତ୍ୟେକ ଦଳ ନିଜର ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ ବୋଲି ଦାବି କରୁଛନ୍ତି। ଏହାକୁ ନେଇ ରାସ୍ତାଘାଟରୁ ଆରମ୍ଭ କରି ଚାହା ଦୋକାନ, ପାନ ଦୋକାନରେ ବେଶ୍ ଖଟି ଜମୁଛି। ଏପଟେ କାଳେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବ ସେହି ଆଶଙ୍କାରେ ପୁଲିସ ପକ୍ଷରୁ କଡା କଡ଼ି ପାଟ୍ରୋଲିଂ, କରାଯାଉଛି। ତେବେ ଇଭିଏମ୍‌ରେ ସିଲ୍ ହୋଇ ରହିଛି ନେତାଙ୍କ ଭାଗ୍ୟ। ୪ ତାରିଖରେ ଖୋଲିବ କାଉଁରୀ ପେଢି। କିଏ କାହା ଉପରେ ଭାରୀ ପଡିବ ତାକୁ ନେଇ ଏବେ ଆକଳନ ଜୋର୍ ଧରିଛି। ତେବେ ନୀରବ ଭୋଟରଙ୍କ ମୁଡ୍‌କୁ ପରଖିବା ନେତାମାନଙ୍କ ପାଇଁ କାଠିକର ହୋଇପଡ଼ୁଛି। ତେବେ ସବୁକିଛି ଇଭିଏମ୍ ଖୋଲିଲେ ସ୍ପଷ୍ଟ ହେବ। ଆଉ ତାପୂର୍ବରୁ ରାଜନୀତିରେ ରୁଚି ରଖୁଥ‌ିବା ସମସ୍ତ ବ୍ୟକ୍ତିବିଶେଷଙ୍କ ସମେତ ନେତା ଓ ସାଧାରଣ କର୍ମୀଙ୍କ ମନରେ ଉତ୍କଣ୍ଠା ମଧ୍ୟ ବଢ଼ି ଚାଲିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟସ୍ତରୀୟ ଜାତୀୟ ପଂଚାୟତି ରାଜ ଦିବସ ସମାରୋହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଲୋକଙ୍କ ସକ୍ରିୟ ଭାଗିଦାରୀ ଓ ଅଭିନବ ଚିନ୍ତାଧାରା ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ଗତିଶୀଳ କରିବ- ମୁଖ୍ୟମନ୍ତ୍ରୀ    24-Apr-2026
  ଜିଲ୍ଲା  
ଡାବୁଗାଁ ବ୍ଲକ ପରିସରରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ   24-Apr-2026
  ଜିଲ୍ଲା  
ଘରୋଇ ଆଇ.ଟି.ଆଇ ସଂଘର ଜରୁରୀକାଳୀନ ବୈଠକ   24-Apr-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୬ ପାଳିତ   24-Apr-2026
  ଜିଲ୍ଲା  
ବଲାଙ୍ଗୀରବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନରସିଂହ, ଭୀମଭୋଇ ମେଡିକାଲ ଓ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ପଦବୀ ପୁରଣ ପାଇଁ କଲେ ଆଲୋଚନା   24-Apr-2026
  ରାଜ୍ୟ  
ଗ୍ରୀଷ୍ମ ପ୍ରବାହ ପାଇଁ ଆଗୁଆ ଖରାଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଏପ୍ରିଲ ୨୭ରୁ ସମସ୍ତ ସ୍କୁଲ ବନ୍ଦ ରହିବ   24-Apr-2026
  ଜିଲ୍ଲା  
ଜାତୀୟ ପଞ୍ଚାୟତ ରାଜ ଦିବସ ରେ ସ୍ୱତଃ ମନେ ପଡନ୍ତି ସୁବର୍ଣ୍ଣପୁର ଜିଲ୍ଲା ର ଆଦର୍ଶ ସରପଞ୍ଚ ସ୍ଵର୍ଗତ ଘାସିରାମ ତ୍ରିପାଠି*-   24-Apr-2026
  ଜିଲ୍ଲା  
*ଉଲୁଣ୍ଡା ବ୍ଲକ ଅଞ୍ଚଳ ରେ ତମାଖୁ ଜାତୀୟ ଦ୍ରବ୍ୟ ର ବ୍ୟବହାର ଓ ବିକ୍ରୟ ନିଷିଦ୍ଧ ପାଇଁ ଏକ ଟିମ ର ଚଢ଼ାଉ ଓ ଜରିମାନା ଆଦାୟ*-   24-Apr-2026
  ରାଜ୍ୟ  
ବହୁରୂପୀ ହନିଟ୍ରାପ୍ ଠକର ହରଡଘଣାରେ ସର୍ବସ୍ବାନ୍ତ  ! ଅଧ୍ୟାପକରୁ ବାଣିଜ୍ଯକର କମିଶନର ଓ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର୍ ♦️  ଭଷ୍ମାରେ ଚାକିରୀ କରାଇଦେବାକୁ ମହିଳାଙ୍କ ଠାରୁ ୧୫ ଲକ୍ଷ ଠକେଇ   24-Apr-2026
  ଜିଲ୍ଲା  
ଅସହ୍ୟ ତାତି ଜନଜୀବନ ଅସ୍ତବ୍ୟସ୍ତ   24-Apr-2026
  ଜିଲ୍ଲା  
୭୬୧ ଟି କଇଁଛ ସହ ଜଣେ କଇଁଛ ଚୋରା ଚାଲାଣ କାରୀ ଗିରଫ   24-Apr-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଳା ଓକିଲ ସଂଘ ପାଳନ କରିବ ଲୟର୍ସ ଡେ   24-Apr-2026

You Might Also Like