-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
28-May-2024
ନର୍ଲା (ଚିନ୍ତାମଣି ନାଏକ )
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସରିଆଁ ଗ୍ରାମର ଭଗବାନ ତାଣ୍ଡି ଙ୍କ ପୁଅ ମୁକେଶ ତାଣ୍ଡି, ବୟଷ ୨୦ ବର୍ଷ ଏବଂ ଗାଡେବନ୍ଧ ଗ୍ରାମ ପଞ୍ଚାୟତ ଫତକା ବାହାଳି ଗ୍ରାମର ଶୁଶାନ୍ତ ବାଗ ଙ୍କ ଏକ ନାବାଳିକା ଝିଅ,ବୟଷ ୧୬ ବର୍ଷ ଏ ଦୁହିଁ ଙ୍କୁ ଜାତିପ୍ରଥା ଅନୁଯାୟୀ ବୈଦିକ ରୀତିରେ ଆଜି ବୈବାହିକ କାର୍ଯ୍ୟ ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇଁ ନର୍ଲା ବ୍ଲକ ସିଡିପିଓ ବିନୋଦିନି ପଣ୍ଡା ଏବଂ ନର୍ଲା ଭାରପ୍ରାପ୍ତ ଥାନା ଅଧିକାରିଣୀ ମମତା ପାଣିଗ୍ରାହୀ ଓ ଜିଲ୍ଲା ସି. ଡବ୍ଲୁ. ସି ଅଧିକାରୀଙ୍କ ସମେତ ଘଟଣା ସ୍ଥଳରେ ପହଂଚି ବର ଓ କନ୍ୟା ପକ୍ଷ ଙ୍କୁ ବୁଝା ସୁଝା କରି ବିବାହ ଟିକୁ ସ୍ଥଗିତ କରିବାରେ ସଫଳ ହୋଇଥିବା ସୂଚନା ମିଲିଛି ଏବଂ ସମ୍ପୃକ୍ତ ଅଧିକାରୀ ମାନଙ୍କ ଉପସ୍ଥିତି ରେ ବର କନ୍ୟା ଙ୍କ ସହ ତାଙ୍କ ପିତା ମାତା ମାନେ ମଧ୍ୟ ଝିଅର ବୟଷ ସରକାରୀ ଭାବରେ ଧାର୍ଯ୍ୟ ହୋଇଥିବା ସମୟସୀମା ପର୍ଯ୍ୟନ୍ତ ବିବାହ କୁ ସ୍ଥଗିତ ରଖିବା ପାଇଁ ପୃଥକ ପୃଥକ ଭାବରେ ସତ୍ୟପାଠ ଦାଖଳ କରିଥିବା ବେଳେ ବର ଓ କନ୍ୟା ଙ୍କ ନିର୍ବନ୍ଧ ହୋଇ ଥିବା ନର୍ଲା ସମନ୍ୱିତ ଶିଶୁ ବିକାଶ ଅଧିକାରୀଣି ଙ୍କ ଠାରୁ ସୂଚନା ମିଲିଛି ଏଭଳି ନର୍ଲା ଥାନା ଅଧିକାରୀଣି ମମତା ପାଣିଗ୍ରାହୀ ଓ ସିଡିପିଓ ବିନୋଦିନୀ ପଣ୍ଡା ଙ୍କ କାର୍ଯ୍ୟକୁ ବିଭିନ୍ନ ମହଳରେ ପ୍ରଶଂସା ମିଳିଛି