-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
28-May-2024
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )ଏବେ ସହରରେ ମଧ୍ୟ ମୋଟେ ସୁରକ୍ଷିତ ନୁହନ୍ତି ଗୃହପାଳିତ ପଶୁ। ଦିନ ଦ୍ବିପହରରେ ଏଇଠୁ ଗାଇ ଚୋରୀ ଦିନକୁ ଦିନ ବୃଦ୍ଧି ପାଉଛି। କିଛି ଦିନ ତଳେ ପ୍ରାୟ ୪/୫ ଟି ଗାଇ କିଛି ଦୁର୍ବୃତ୍ତ ଏକ ଗାଡି ରେ ଲଦି ନେଇ ଯାଇଥିବା ଅଭିଯୋଗ କରିଛନ୍ତି କିଛି ଗୋପାଳନ କରୁଥିବା ମାଲିକ। ସ୍ଥାନୀୟ ମାଲିପଡା ପଛପଟେ ଗାଇ ମାନେ ଚରିବା ପାଇଁ ବିସ୍ତୃତ ଜାଗା ଅଛି। ଗାଇ ମାନେ ଚରିବାକୁ ଆସିଥିବା ବେଳେ ଆଉ ସନ୍ଧ୍ୟା ବେଳେ ଘରକୁ ଫେରି ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ସେମାନେ ବୁଝାସୁଝା ତଥା ଖବର ନେବାରୁ ତାଙ୍କ ଗାଇ ଚୋରୀ ହୋଇଯାଇଥିବା ସ୍ପଷ୍ଟ ହୋଇଥଲା। ତେଣେ ମା କୁ ନ ପାଇ ଛୋଟ ଛୋଟ ବାଛୁରୀ ସବୁ ଘରେ ମା କୁ ଖୋଜି ଖୋଜି ନୟାନ୍ତ ହେଉଥିବା କହିଛନ୍ତି ଗାଇ ମାଲିକ। ଏଣେ ଏହି ଚୋରୀ ରାକେଟ ରେ ସୁବର୍ଣ୍ଣପୁର ଜିଲ୍ଲାର ଜଣେ ପୋଲିସ କନଷ୍ଟେବଳ ଙ୍କ ହାତ ଥିବା ସନ୍ଦେହ କରି ଛନ୍ତି ଗୋପାଳକ। ଜିଲ୍ଲା ପୋଲିସ ବିଭାଗ ର କିଛି କନଷ୍ଟେବଳ ଗଞ୍ଜେଇ ଚାଲାଣ ଠାରୁ ନେଇ ବିଭିନ୍ନ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ବେଳେ ଗାଇ ଚୋରୀ ରେ ମଧ୍ୟ ସଂପୃକ୍ତି ରହିବା ଘଟଣା କୁ ଘୋର ନିନ୍ଦା କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବି। ପ୍ରଥମେ ଗାଇ ଚୋରୀ ରେ ସ୍ଥାନୀୟ ଚୋରଙ୍କ ଭିତରେ ସିମୀତ ରହି ଆଖପାଖ ବଜାର ରେ ଉକ୍ତ ଗାଈ ସବୁକୁ ବିକ୍ରି କରୁଥିବା ଦେଖା ଯାଉଥିବା ବେଳେ ଏବେ ଏଥିରେ ମଧ୍ୟ ଲମ୍ବା ଲିଙ୍କ ରହି ସିଧା ସଳଖ ବାହାର ରାଜ୍ୟକୁ ଚାଲିଯାଉଥିବା କିଛି ଗୋ ସୁରକ୍ଷାକାରୀ କର୍ମକର୍ତ୍ତା ଅଭିଯୋଗ କରିଛନ୍ତି। ତେବେ ଏହା ଉପରେ ସ୍ଥାନୀୟ ପ୍ରଶାସନ ଦୃଢ ପଦକ୍ଷେପ ନେବା ସହ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି