-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
26-May-2024
ବଲାଙ୍ଗିର (ପ୍ରେରଣା ଖବର ): ପରମ୍ପରା ବଜାୟ ରଖିଲା ସି ଏନ୍ ସି କଲେଜ l ଆଜି ପ୍ରକାଶ ପାଇ ଥିବା +୨ ବାଣିଜ୍ୟ ଫଳାଫଳ ଅନୁଯାୟୀ ଚଳିତ ବର୍ଷ ମଧ୍ଯ ପରମ୍ପରା ବଜାୟ ରଖିଲା ସି ଏନ୍ ସି । ଏହି କଲେଜର ଛାତ୍ର ଅଂଶୁମାନ୍ ମହାରଣା ୯୩.୧୭%(୫୫୯) ରଖି ପ୍ରଥମ ସ୍ଥାନ ଅଧିକାର କରି କଲେଜର ତଥା ବଲାଙ୍ଗିର ଜିଲ୍ଲାର ଗୌରବ ବଢାଇଛନ୍ତି । ଏହି କଲେଜର ଛାତ୍ରଛାତ୍ରୀଙ୍କ ମଧ୍ୟରେ ୮୫% ଉର୍ଦ୍ଧ୍ୱ ରେ ୧୨ ଜଣ , ୮୦% ରୁ ଉର୍ଦ୍ଧ୍ୱ ରେ ୨୧ ଜଣ ସ୍ଥାନ ପାଇଛନ୍ତି। ୫୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ରେ ୩୭ ଜଣ, ଦ୍ୱିତୀୟ ସ୍ଥାନ ରେ ୧୦ ଜଣ ଓ ତୃତୀୟ ସ୍ଥାନରେ ୩ ଜଣ ଉତ୍ତୀର୍ଣ ହୋଇଛନ୍ତି । ଏକାଉଣ୍ଟେନ୍ସି ରେ ୧ ଜଣ, ଏଫ୍ ଏମ୍ ଏ ରେ ୩ ଜଣ, ଗଣିତରେ ୨ ଜଣ ୧୦୦ ରୁ ୧୦୦ ମାର୍କ ଆଣିଛନ୍ତି । କଲେଜର ନିର୍ଦ୍ଦେଶକ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ,ଛାତ୍ରଛାତ୍ରୀ ଓ ଅଭିଭାବକ ମାନଂକୁ ଅଭିନନ୍ଦନ ଜଣାଇଛନ୍ତି ।