-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
21-May-2024
ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ଲୋଇସିଂହା ନିର୍ବାଚନମଣ୍ଡଳି ଅନ୍ତର୍ଗତ ସରଗାଡ ଗାଁରେ ଗତକାଲି ଭୋଟିକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ସମୟ ସରିଯାଇଥିବା କହି ପୁଲିଂଟିମ ଗାଁର କିଛି ଭୋଟରଙ୍କୁ ବୁଥରୁ ଫେରାଇ ଦେଇଥିଲେ । କିନ୍ତୁ କିଛି ସମୟରେ ପରେ ସରଗାଡ ସରପଞ୍ଚ ସରୋଜ ବେହେରା ତାଙ୍କର କିଛି ସମର୍ଥକଙ୍କୁ ଆଣି ଭୋଟ କରାଇଥିଲେ । ଫଳରେ ପ୍ରତିପକ୍ଷ ଗୋଷ୍ଠୀ ଏଥିରେ ଆପତ୍ତି ଉଠାଇଥିଲେ । ଘଟଣାକୁ ବଚସା ବଢିଥିଲା ଓ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିଂ ଅଧିକାରୀଙ୍କ ପକ୍ଷପାତିତା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଫଳରେ ଗ୍ରାମବାସୀ ପୁଲିଂ ଟିମକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକ ରଖିଥିଲେ । ପରେ ଗ୍ରାମବାସୀମାନେ ଭୋଟିଂରେ ହେରଫେର କରାଯାଇଥିବା ନେଇ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେକ୍ଟର ଅଫିସର ଓ ସରପଞ୍ଚଙ୍କ ନାମରେ ଗ୍ରାମବାସୀ ଥାନାରେ ଏତଲା ଦେଇଛନ୍ତି । ପରେ ପୋଲିସ ଟିମଯାଇ ପୋଲିଂ ଟିମଙ୍କୁ ଆଣିଥିଲେ ।