-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
14-May-2024
ସିନ୍ଧେକେଲା(ଦୀନେଶ ଜୈନ): ଲଗାତାର ଆଠ ଥର ବିଜେପିରୁ ବିଧାୟକ ଭାବେ ବିଜୟୀ ହୋଇଥିବା ଛତିଶଗଡ଼ ର ଶିକ୍ଷା ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ବ୍ରିଜ ମୋହନ ଅଗ୍ରୱାଲ ଆଜି ନିର୍ବାଚନୀ ପ୍ରଚାରରେ ସିନ୍ଧେକେଲା ପହଞ୍ଚିଥିଲେ । ତାଙ୍କୁ ବସଷ୍ଟେଣ୍ଡ ନିକଟରେ ଫଟକା ଫୋଡି ଓ ପୁଷ୍ପମାଲ୍ୟ ଦ୍ୱାରା ସ୍ୱାଗତ କରାଯାଇଥିଲା । ପରେ ଶ୍ରୀ ଅଗ୍ରୱାଲ ରୋଡ଼ ସୋ
କରିଥିଲେ । ଗାଁ ରେ ଘର ଘର ଦୋକାନ ଦୋକାନ ବୁଲି ଲୋକଙ୍କ ସହ ହାତ ମିଳାଇବା ସହ ଦୁଇଟି ଯାକ ଭୋଟ ବିଜେପି ପ୍ରାର୍ଥୀ ଙ୍କୁ ଫୁଲ ଚିହ୍ନରେ ଦେବା ପାଇଁ କହିଥିଲେ । ରୋଡ଼ ସୋ ରେ ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗୀର ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି , କଣ୍ଟାବାଞ୍ଜି ବିଜେପି ପ୍ରଭାରୀ
ରାଜେଶ ଅଗ୍ରୱାଲ , ସୁବାଷ ଅଗ୍ରୱାଲ , ସାଂସଦ ପ୍ରତିନିଧି ଅନିଲ ନାଏକ , ସିନ୍ଧେକେଲା ବିଜେପି ମଣ୍ଡଳ ସଭାପତି ମୁନିରାମ ନାଗ , ସମ୍ପାଦକ କହ୍ନେୟା ଜୈନ , ପରମା ସାହୁ , ମୋତି ତ୍ରିପାଠୀ , ପପୁ ସାହୁ , ନିଳାଞ୍ଚଳ ନାଗ , ସ୍ଥାନୀୟ ମାରୱାଡ଼ି ଯୁବାମଞ୍ଚ ସଭାପତି ଅମିତ ଜୈନ, ପୂର୍ବତନ ସଭାପତି ମନୋଜ ଜୈନ , ପୂର୍ବତନ ଜିଲ୍ଲା ପରିଷଦ ଜଗନ୍ନାଥ ଜୈନ ପ୍ରମୁଖଙ୍କ ସହ ବହୁ ବିଜେପି କର୍ମୀ ସାମିଲ ହୋଇଥିଲେ ।