-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
26-Dec-2020
ସମ୍ବଲପୁର,(ସଞ୍ଜିବ ପାଣିଗ୍ରାହୀଙ୍କ ରିପୋର୍ଟ): ରାଜ୍ୟ ସରକାର ଆଜି ଆଇପିଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି I ଆଇଜି ନରସିଂହ ଭୋଳଙ୍କୁ ଉତ୍ତରାଞ୍ଚଳ ଆଇଜିପି ଏବଂ କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ଙ୍କୁ ସମ୍ବଲପୁର ଏସପି ଭାବରେ ବଦଳି କରାଯାଇଛି I ଏହା ସହିତ ପରୀ ହତ୍ୟା ମାମଲାରେ ତଦନ୍ତକୁ ନେଇ ବିବାଦ ଘେରକୁ ଆସିଥିବା ନୟାଗଡ଼ ଏସ୍ପିଙ୍କ ସମେତ ମୋଟ୍ ୨୨ ଜଣ ଅଧିକାରୀଙ୍କର ବଦଳି ହୋଇଛି I ନୟାଗଡ଼ ଏସ୍ପି ପ୍ରତ୍ୟୁଷ ଦିଓ୍ଵାକରଙ୍କୁ ଏଆଇଜି ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି I ତାଳଚେରରେ ଏସ୍ଡିପିଓ ଭାବେ କାର୍ଯ୍ୟରତ ସିଦ୍ଧାର୍ଥ କଟାରିଆଙ୍କୁ ନୟାଗଡ଼ ଏସ୍ପି ଭାବେ ଦାୟିତ୍ବ ଦିଆଯାଇଛି I ଭଦ୍ରକ ଏସ୍ପି ପଣ୍ଡିତ ରାଜେଶ ଉତ୍ତମରାଓଙ୍କୁ ଡିଆଇଜି ଭାବେ କୋରାପୁଟରେ ନିଯୁକ୍ତି ମିଳିଛି I କୋରାପୁଟରେ କାର୍ଯ୍ୟରତ ଡିଆଇଜି ସଫିନ୍ ଅହମଦ୍ ଡିଆଇଜି ଟେକ୍ନିକାଲ ଭାବେ ଅବସ୍ଥାପିତ ହେବେ। କ୍ରାଇମ୍ବ୍ରାଞ୍ଚରେ କାର୍ଯ୍ୟରତ ଡ.ସାର୍ଥକ ଷଡ଼ଙ୍ଗୀଙ୍କୁ ଅନୁଗୁଳ ଡିଆଇଜି, ଅର୍ଥନୈତିକ ଅପରାଧ ଶାଖାରେ କାର୍ଯ୍ୟରତ ଅଓ୍ଵିନାଶ କୁମାରଙ୍କୁ ଡିଆଇଜି, କେନ୍ଦ୍ରାପଡ଼ା ଏସ୍ପି ନିତି ଶେଖରଙ୍କୁ ଅତିରିକ୍ତ ଟେକନିକାଲ(ଏନଫୋରସମେଣ୍ଟ) ଭାବେ ବଦଳି ହୋଇଛି I ଯାଜପୁର ଏସ୍ପି ଚରଣସିଂହ ମୀନାଙ୍କୁ ଭଦ୍ରକ, ବଲାଙ୍ଗୀର ଏସ୍ପି ମଡକର ସନ୍ଦୀପ ସଂପଦଙ୍କୁ କେନ୍ଦ୍ରାପଡ଼ା, କୋରାପୁଟ ଏସ୍ପି ମୁକେଶ କୁମାର ଭାମୁଙ୍କୁ ରାଉରକେଲା,ରାୟଗଡ଼ା ଏସ୍ପି ଶ୍ରବଣା ବିବେକଙ୍କୁ କଳାହାଣ୍ଡି, ନବରଙ୍ଗପୁର ଏସ୍ପି କୁଶଳକର ନିତିନ ଡାଗୁଡୁଙ୍କୁ ବଲାଙ୍ଗୀର ଏସ୍ପି ଭାବେ ବଦଳି ହୋଇଛି। ସେହିପରି ଏଆଇଜି ମୁଖ୍ୟ କାର୍ଯ୍ୟାଳୟରୁ ବିବେକାନନ୍ଦ ଶର୍ମାଙ୍କୁ ଏସ୍ପି ଭାବେ ରାୟଗଡ଼ା, ଜୟପୁର ଏସ୍ଡିପିଓ ବରୁଣ ଗୁଣ୍ଟୁପଲ୍ଲୀଙ୍କୁ କୋରାପୁଟ ଏସ୍ପି, ତାଳଚେର ଏସ୍ଡିପିଓ ସିଦ୍ଧାର୍ଥ କଟାରିଆଙ୍କୁ ନୟାଗଡ଼ ଏସ୍ପି, ମାଲକାନଗିରି ଏସ୍ଡିପିଓ ପ୍ରହଲ୍ଲାଦ ସାହିଙ୍କୁ ନବରଙ୍ଗପୁର ଏସ୍ପି ଭାବେ ବଦଳି ହୋଇଛି। ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟରୁ ଅଖିଳେଶ ସିଂହଙ୍କୁ ଏସ୍ଓଜି କମାଣ୍ଡାଣ୍ଟ, କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ସତ୍ୟଜିତ ନାୟକଙ୍କୁ ଏସ୍ପି (କମ୍ପ୍ୟୁଟର ବିଭାଗ) ଓ ଭଦ୍ରକ ଅତିରିକ୍ତ ଏସ୍ପି ବିକାଶ ଚନ୍ଦ୍ର ଦାସଙ୍କୁ ଝାରସୁଗଡ଼ା ଏସ୍ପି (ଅତିରିକ୍ତ ଦାୟିତ୍ୱ) ଭାବେ ଅବସ୍ଥାପିତ କରାଯାଇଛି I