-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
11-May-2024
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସାଧାରଣ ନିର୍ବାଚନର ବ୍ୟବସ୍ଥିତ ପରିଚାଳନା ନିମନ୍ତେ ଜିଲ୍ଲାରେ ନିଯୁକ୍ତ ସେକ୍ଟର ଅଧିକାରୀ ଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ରାଜନ ଭିଶାଲ, ଆଇ.ଏ.ଏସ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଅନ୍ତର୍ଗତ ୧୦ -ବଲାଙ୍ଗୀର ସଂସଦୀୟ କ୍ଷେତ୍ର ସହ ୬୪ ବୀରମହାରାଜପୁର ଓ ୬୫ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ନିଯୁକ୍ତ ହୋଇଥିବା ୭୦ ଜଣ ସେକ୍ଟର ଅଧିକାରୀଙ୍କୁ ତାଲିମ ପ୍ରଦାନ କରାଯାଇଛି l ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଭିଶାଲ ତାଲିମ କାର୍ଯ୍ୟକ୍ରମ ଅବସରରେ ନିର୍ବାଚନ ଵିଧି ବ୍ୟବସ୍ଥା ସହ ସେକ୍ଟର ଅଧିକାରୀଙ୍କୁ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ବିସ୍ତୃତ ଭାବେ ଅବଗତ କରାଇଛନ୍ତି l ସେ ବିଶେଷ ଭାବେ ନିରପେକ୍ଷ ହୋଇ ନିର୍ବାଚନ ଗାଇଡ଼ ଲାଇନ ର ଅନୁପାଳନ କୁ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି l ସମସ୍ତେ ମତଦାନ ପାଇଁ ବୁଥ୍ ସ୍ତରୀୟ ପୂର୍ବ ପ୍ରସ୍ତୁତି ଉପରେ ସୁନିଶ୍ଚିତ ହେବା ସହ ମତଦାନ ଦିନ ନିର୍ବାଚନ ସଂକ୍ରାନ୍ତୀୟ ତଥ୍ୟ ନିର୍ଦ୍ଧିଷ୍ଟ ସମୟ ଅବଧି ରେ ପ୍ରେରଣ କରିବା ସହ ନିଜେ ସମ୍ପୃକ୍ତ ଅଞ୍ଚଳର ସୁବିଧା ଅସୁବିଧା ସମ୍ପର୍କରେ ଉଚିତ ପଦାଧିକାରୀଙ୍କୁ ସୂଚନା ଦେବାକୁ ଗୁରୁତ୍ୱାରୋପ କରିଛନ୍ତି l ସାଧାରଣ ପର୍ଯ୍ୟବେକ୍ଷକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ଅନ୍ୟା ଦାସ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଲିଆଜନ ଅଧିକାରୀ ତଥାସି.ଏସ.ଓ ସୁରେଶ ପାଣିଗ୍ରାହୀ ସମେତ ଅନ୍ୟାନ୍ୟ ନିର୍ବାଚନ ସମ୍ପୃକ୍ତ କ୍ଷେତ୍ର ଅଧିକାରୀ ଉପସ୍ଥିତ ରହିଥିବା ବେଳେ ଜିଲ୍ଲା କାର୍ଯ୍ୟାଳୟ ର ଆସିଷ୍ଟାଣ୍ଟ କଲେକ୍ଟର କୃଷ୍ଣ ମୋହନ ସିଂ ନିଯୁକ୍ତ ସେକ୍ଟର ଅଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l