-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
11-May-2024
ବଲାଙ୍ଗିର(ଦେବାଶିଷ ବହିଦାର): ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶରେ ବଲାଙ୍ଗୀର ଜିଲ୍ଲା ସମେତ ଜିଲ୍ଲାରେ ଥିବା ସମସ୍ତ ତାଲୁକ ସ୍ତରରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି । ଏହି ଲୋକ ଅଦାଲତରେ ସମୁଦାୟ ୩୧ ଟି ଦେୱାନୀ ମାମଲାର ଫଇସଲା ହୋଇଥିଲା । ୧୬ ଟି ବ୍ୟାଙ୍କ ମାମଲାର ଫଇସଲା ହୋଇ ୪୧,୧୫,୫୪୨ ଟଙ୍କା ଆଦାୟ ହୋଇଥିଲା । ୭ ଟି ମଟର ଦୁର୍ଘଟଣା ଜନିତ ମାମଲା ଫଇସଲାକରା ଯାଇ ୨୬,୪୫,୦୦୦ ଟଙ୍କା କ୍ଷତିପୁରଣ, ୩୦୭ ଟି ଫୌଜଦାରୀ ମାମଲାରେ ୧୬,୫୫,୩୦୭ ଟଙ୍କା ଜୋରିମାନା, ୨୬୮ ପ୍ରାକ ମକୋଦ୍ଦମା ରେ ୯୦,୧୪,୧୯୧ ଟଙ୍କା ଆଦାୟ ହୋଇଥିଲା। ୧୬ ଟି ପାରିବାରିକ ଏବଂ ୫୦୧୩ ଟି ରାଜସ୍ୱ ମାମଲା ର ବିଚାର କରାଯାଇଥିଲା । ଏହି ଲୋକ ଅଦାଲତ ରେ ଜିଲ୍ଲା ନ୍ୟାୟାଧୀଶ ଡ଼ ପବିତ୍ର ମୋହନ ସାମଲ, ଫ୍ୟାମିଲି କୋର୍ଟ ଜଜ ବିକ୍ରମ କେଶରୀ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଜଜ ହିମାଂଶୁ ଶେଖର ସିଂ, ଅତିରିକ୍ତ ଜିଲ୍ଲା ଜଜ ପ୍ରିୟ ରଞ୍ଜନ ମିଶ୍ର, ସିଭିଲ ଜଜ (ବରିଷ୍ଠ)ଜ୍ୟୋତିରଞ୍ଜନ ଦାଶ, ସିଭିଲ ଜଜ (ବରିଷ୍ଠ)ଜନ୍ମେଜୟ ପଟେଲ, ଅତିରିକ୍ତ ସିଭିଲ ଜଜ (ବରିଷ୍ଠ) ଶ୍ରୀମତୀ ଅର୍ଣ୍ଣପୁର୍ଣ୍ଣା ଷଡଙ୍ଗୀ, ସିଭିଲ ଜଜ (କନିଷ୍ଠ) ସୁମିତ କୁମାର ପାଣିଗ୍ରାହୀ, ଏସଡିଜେଏମ ମନୋଜ ମହାନ୍ତି, ଜେଏମଏଫସି ପ୍ରକାଶ କୁମାର କର, ଜେଏମଏଫସି ଶ୍ରୀମତୀ ଲକ୍ଷ୍ମୀ ବେହେରା, ପବ୍ଲିକ ପ୍ରୋସିକ୍ୟୁଟର ଓ ସମସ୍ତ ଓକିଲ ମାନେ ଉପସ୍ଥିତ ଥିଲେ । ଏହା ସହ ଜିଲ୍ଲାର ବିଭିନ୍ନ ଅଧିକାରୀ ମାନେ ଲୋକ ଅଦାଲତରେ ଭାଗ ନେଇଥିଲେ ।