-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ବିଜେପିର ବିଜୟ ସଂକଳ୍ପ ସମାବେଶ.. ଦୁର୍ନୀତିଗ୍ରସ୍ତ ଓଡିଶାସରକାର ବଦଳିବା ଦରକାର-ପ୍ରଧାନମନ୍ତ୍ରୀ ମୋଦୀ

11-May-2024



ବାଲାଙ୍ଗୀର(ପ୍ରେରଣା ଖବର): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାର ବିଭିନ୍ନ ସ୍ଥାନରେ ମାରାଥନ ନିର୍ବାଚନ ପ୍ରଚାର କରିଛନ୍ତି । ଓଡିଶାର କନ୍ଧମାଳ,ବଲାଙ୍ଗୀର ଓ ବରଗଡରେ ବିଜୟସଂକଲ୍ପ ସମାବେଶର ବିଶାଲ ଜନସଭାମାନଙ୍କରେ ବିଜେପି ସପକ୍ଷରେ ଭୋଟ ପ୍ରଚାର କରିଛନ୍ତି । ବଲାଙ୍ଗୀର ପଥରଚେପା ପଡିଆଠାରେ ଆୟୋଜିତ ଏହି ଜନସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଖୁବ ବର୍ଷିଛନ୍ତି । ଓଡିଶା ଏକ ଧନୀରାଜ୍ୟ,ପ୍ରାକୃତିକ ସମ୍ପଦରେ ଭରିରହିଛି କିନ୍ତୁ ଲୋକମାନେ ଗରୀବ କାହିଁକି ବୋଲି ଲୋକଙ୍କୁ ପ୍ରଶ୍ନ କରଛନ୍ତି । ରାଜ୍ୟରେ ଗତ ୨୪ବର୍ଷ ଧରି ଚାଲିଥିବା ଦୁର୍ନୀତିଗ୍ରସ୍ତ ନବୀନ ସରକାର ଯୋଗୁଁ ଓଡିଆ ଅସ୍ମିତା ବିପଦରେ ରହିଛି । ଗରୀବଙ୍କୁ ନ୍ୟାୟ ମିଳୁନାହିଁ । ବିଜେଡି ଦଳର ଲୋକଙ୍କ ପାଖରେ ବଙ୍ଗଳା ହୋଇଛି ଓ ବଡବଡ ଗାଡି ହୋଇଛି କିନ୍ତୁ ଗରୀବଙ୍କୁ ଉଚିତ ନ୍ୟାୟ ମିଳୁନାହିଁ କି ତାଙ୍କର ଅର୍ଥନୀତିରେ ପରିବର୍ତ୍ତନ ହେଉନାହିଁ । ଓଡିଶାରେ ଚାଲିଥିବା ସରକାର ଖଣିଖାଦାନ ଖାଇଯାଉଛି, ଧାନମଣ୍ଡିରେ ଦୁର୍ନୀତି ହେଉଛି ବୋଲି କହିଥିଲେ । ଓଡିଶାରେ ବିଜେପିସରକାର ଆସିଲେ ଚାଷୀଙ୍କୁ

ଧାନକ୍ୱିଣ୍ଟାଲ ପିଚ୍ଛା ୩୧୦୦ ଟଙ୍କା ଦେବ ଓ ତାହା ଧାନବିକିବାର ୪୮ଘଣ୍ଟା ମଧ୍ୟରେ ଚାଷୀଙ୍କ ଖାତାରେ ପଡିବ । ବାହାର ରାଜ୍ୟର ଲୋକଙ୍କ ହାତରେ ଓଡିଶା ପରିଚାଳିତ ହେଉଛି । ତେଣୁ ଓଡିଶାର ଅସ୍ମିତାକୁ ବଞ୍ଚାଇବାକୁ ଓଡିଶାରେ ସରକାର ବଦଳିବା ଦରକାର । ଓଡିଶାରେ ଜଳସେଚନର ଅଭାବ ରହିଛି, ପାନୀୟଜଳ ସମସ୍ୟା ରହିଛି ଓ ଗରୀବମାନେ ପ୍ରଧାନମନ୍ତ୍ରୀ ଆବାସଘର ମଧ୍ୟ ଠିକରେ ପାଉନାହାଁନ୍ତି । କିନ୍ତୁ ଗତ ୧୦ବର୍ଷ ହେଲା କେନ୍ଦ୍ରରେ ଚାଲିଥିବା ଏନଡିଏ ସରକାର ଗରୀବଙ୍କୁ ମାଗଣାରେ ଖାଦ୍ୟଦେଉଛି, ମହିଳାଙ୍କ ପାଇଁ ପୋଷଣ ଯୋଜନା କରିଛି,ଆଗାମୀ ଦିନରେ ୩ଲକ୍ଷ ଦିଦିଙ୍କୁ ଲକ୍ଷପତି ଦିଦି କରିବାର ଅଛି, ପ୍ରତ୍ୟେକ ଚାଷିଙ୍କ ଜମିକୁ ଜଳସେଚନ,ପ୍ରତ୍ୟେକଘରକୁ ପାନୀୟଜଳର ବ୍ୟବସ୍ଥା କରାଇବାକୁ ସଂକଲ୍ପ ନେଇଛି ବୋଲି କହି ବିଜେପିର ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥିମାନଙ୍କୁ ପଦ୍ମଫୁଲ ଚିହ୍ନରେ ଭୋଟଦେଇ ଜୟଯୁକ୍ତ କରାଇବାକୁ ନିବେଦନ କରିଥିଲେ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୋଦୀ ସିଧାସଳଖ ର୍ଟାେଗଟ କରିଥିଲେ । ନବୀନ କେବେ କାହାରି ସହିତ ମିଶନ୍ତି ନାହିଁ ବୋଲି କଟାକ୍ଷ କରିବା ସହିତ ବଲାଙ୍ଗୀରର କଣ୍ଟାବାଞ୍ଜିକୁ ଯେତେବେଳେ ନବୀନ ପଟ୍ଟନାୟକ ଭୋଟ ମାଗିଆସିବେ ସେତେବେଳେ ବିନା କାଗଜଦେଖି ସେ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳିର ମାତ୍ର ୧୦ଗ୍ରାମର ନାମ କହିଦିଅନ୍ତୁ ବୋଲି ଲୋକେ ପ୍ରଶ୍ନ କରନ୍ତୁ ବୋଲି କହିଥିଲେ । ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଅଞ୍ଚଳରୁ ହଜାର ହଜାର ଲୋକ ଦାଦନ ଯାଉଛନ୍ତି । ବଲାଙ୍ଗୀର ଜିଲ୍ଲାର କପା ଦେଶର ଉନ୍ନତ କପା ଭାବରେ ପରିଗଣିତ । କିନ୍ତୁ ଏଠାରେ ତାହାର ଉପଯୋଗ ହେଉନାହିଁ । ଆସନ୍ତା ଦିନରେ ଏହି ଅଞ୍ଚଳର ଯୁବକମାନଙ୍କ ନିଯୁକ୍ତି ପାଇଁ ସରକାର ପଦକ୍ଷେପ ନେବ ବୋଲି ମୋଦୀ ଗ୍ୟାରେଣ୍ଟି ଦେଇଛନ୍ତି । ଠିକ ସେହିପରି ତାଙ୍କ ଅଭିଭାଷଣ ଆରମ୍ଭରେ ବଲାଙ୍ଗୀରର ନରସିଂହ ଗୁରୁ ଓ ପଶ୍ଚିମଓଡିଶାର ବିଶିଷ୍ଟବ୍ୟକ୍ତିଙ୍କୁ ଦିଆଯାଇଥିବା ପଦ୍ମଶ୍ରୀ ସମ୍ମାନ ଦିଆଯାଇଥିବା ବିଷୟରେ କହିଥିଲେ । ଏହା ସହିତ ବୀରସୁରେନ୍ଦ୍ର ସାଏ,ଜୟୀ ରାଜଗୁରୁ,ବକ୍ସିଜଗବନ୍ଧୁ, ଡ.ହରେକୃଷ୍ଣ ମହତାଭ,ବିଜୁ ପଟ୍ଟନାୟକଙ୍କୁ ସ୍ମରଣ କରିଥିଲେ । କେନ୍ଦ୍ରର ଏନଡିଏ ସରକାର ଓଡିଶାର ଜଣେ ଆଦିବାସୀ ଝିଅକୁ ଦେଶର ରାଷ୍ଟ୍ରପତି କରିଛି । ସେହିପରି ଜି-୨୦ରେ କୋଣାର୍କଚକ୍ର ,ପାଇକସଂଗ୍ରାମର ସ୍ମୃତିକୁ ନେଇ ମୁଦ୍ରା ଓ ଡାକଟିକଟ ଉନ୍ମୋଚନ କରି ସ୍ଥାନୀୟକରି ଓଡିଶାର ଗୌରବ ବଢାଇଛି । କିନ୍ତୁ ଓଡିଶାରେ ଥିବା ସରକାର ଓଡିଆଙ୍କ ଅସ୍ମିତାକୁ ଜଳାଞ୍ଜଳି ଦେଇଛି । କିନ୍ତୁ ବିଜେପି ଏହା କରାଇଦେବା ନାହିଁ । ଓଡିଶାରେ ବିଜେପି ସରକାର ଆସିଲେ ଜଣେ ଓଡିଶା ଜନ୍ମହୋଇଥିବା ଓ ଖାଣ୍ଟି ଓଡିଆକୁ ମୁଖ୍ୟମନ୍ତ୍ରୀ କରିବ ବୋଲି ମୋଦୀ ଗ୍ୟାରେଣ୍ଟି ଦେଇଥିଲେ । ମୋଦୀଙ୍କ ଏହି

ଉଦବୋଧନ ପୂର୍ବରୁ ବଲାଙ୍ଗୀର ସାଂସଦ ସଂଗୀତାକୁମାରୀ ସିଂଦେଓ, ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ଲୋସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ,ବଲାଙ୍ଗୀର ବିଧାୟକ ପ୍ରାର୍ଥି ଗୋପାଳଜୀ ପାଣିଗ୍ରାହୀ, ଟିଟିଲାଗଡ ବିଧାୟକ ପ୍ରାର୍ଥି ନବୀନ ଜୈନ,କଣ୍ଟାବାଞ୍ଜି ବିଧାୟକ ପ୍ରାର୍ଥି ଲକ୍ଷ୍ମଣ ବାଗ,ସୋନପୁର ବିଧାୟକ ପ୍ରାର୍ଥି ପ୍ରମୋଦ ମହାପାତ୍ର ଓ ବୀରମହାରାଜପୁର ବିଧାୟକ ପ୍ରାର୍ଥି ରଘୁନାଥ ଜଗଦଲା ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ । ବଲାଙ୍ଗୀର ଜିଲ୍ଲା ଭାଜପା ସଭାପତି ଶିବାଜୀ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିଜୟସଂକଲ୍ପ ସମାବେଶରେ ପୂର୍ବତନ ଜିଲ୍ଲାପରିଷଦ ସଭାପତି ଭାରତୀ ମହାନନ୍ଦ ସ୍ୱାଗ୍‌ତ ଅଭିଭାଷଣ ସହ ସଂଯୋଜନା କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଭୃତି ସିଂଦେଓ ବଲାଙ୍ଗୀରର ଇଷ୍ଟଦେବୀ ପାଟଣେସ୍ୱରୀଙ୍କ ଏପ ଫଟୋଚିତ୍ର, ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ ସ୍ୱାଧିନତା ସଂଗ୍ରାମୀ ଆଠଗାଁର ଜମିଦାର ସ୍ୱର୍ଗତ ଧରମସିଂମାଝୀ ମାନଧାତାଙ୍କ ଏକ ଫଟୋଚିତ୍ର ଉପହାର ଦେଇଥିଲେ । ଶେଷରେ ରଂଜିତା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like