-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
08-May-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ): କଣ୍ଟାମାଳ ବ୍ଲକ ଆମ୍ବଗାଁ ପଞ୍ଚାୟତ ଅନ୍ତର୍ଗତ କୁରୁକୁପା ଆମ୍ବତୋଟା ଠାରେ ତୁର୍କା ପ୍ରଗଣା କନ୍ଧ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ସଭା ପ୍ରାରମ୍ଭରେ ଆଦିମାତା ଆଦିଶକ୍ତିଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା l ପରେ ସଭାପତି ସାମନ୍ତ ମାଝୀଙ୍କ ଆହ୍ୱାନ କ୍ରମେ ଓ ଉପସଭାପତି ରାଜେନ୍ଦ୍ର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ପାଦକ ଧର୍ମୁ କହଁର, ବରିଷ୍ଠ ସଦସ୍ୟ ବିବତ୍ସ କହଁର, ପିତାମ୍ବର ଭୋଇ, ଅନିରୁଦ୍ଧ କହଁର, ଅରୁଣ ଭୋଇ, ରାଜୁ ଜାନି ପ୍ରମୁଖ ଯୋଗଦେଇ କନ୍ଧ ସମାଜର ସଂସ୍କାର, ସଂସ୍କୃତି, ପରମ୍ପରା ଓ ନାରୀ ଶିକ୍ଷା ଉପରେ ଆଲୋଚନା କରାଯାଇଥିଲା l କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟକ କନ୍ଧ ଯୋଗ ଦେଇଥିଲେ l ରୋହିତ ଭୋଇ, ଲତାବନ ମାଝୀ, ଟଙ୍କଧର ଭୋଇ ପ୍ରମୁଖ ସହଯୋଗ କରିଥିଲେ l