-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
26-Dec-2020
ନୂଆଦିଲ୍ଲୀ, (ପ୍ରେରଣା ଖବର ବ୍ୟୁରୋ) - ପିଏମ୍ କିଷାନ୍ ଯୋଜନାରେ ମିଳୁଥିବା ଅର୍ଥ କିଭଳି ଖର୍ଚ୍ଚ ହେଉଛି, ସେନେଇ ଚାଷୀଙ୍କୁ ସିଧାସଳଖ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ । ୬ଟି ରାଜ୍ୟର ଚାଷୀଙ୍କ ସହ ଆଲୋଚନା ବେଳେ ନୂଆପଡ଼ା ଚାଷୀ ନବୀନ ଠାକୁରଙ୍କ ସହ କଥା ହୋଇଛନ୍ତି ନରେନ୍ଦ୍ର ମୋଦି । ଏହି କ୍ରମରେ ନୂଆପଡ଼ା ଚାଷୀ, ମୋଦି ସରକାରଙ୍କ ଟଙ୍କାକୁ କିଭଳି ଖର୍ଚ୍ଚ କରିଛନ୍ତି, ତାହା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି!! ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଥମୁନଥିବା ବେଳେ କୃଷି ଆଇନକୁ ନେଇ ପୁଣି ଥରେ ଖୋଲାଖୋଲି ଚାଷୀଙ୍କ ସହ ଚର୍ଚ୍ଚା କରିଛନ୍ତି ପ୍ରଧାନମନ୍ତ୍ରୀ । ପିଏମ୍ କିଷାନ୍ ଯୋଜାନାରେ ୯ କୋଟି ଚାଷୀଙ୍କ ଖାତାକୁ ସିଧାସଳଖ ୧୮ହଜାର କୋଟି ପଠାଇଛନ୍ତି ନରେନ୍ଦ୍ର ମୋଦି । ଆଉ ଚାଷୀ ଆନ୍ଦୋଳନକୁ ନେଇ ବିରୋଧୀ ଗ୍ରହଣ କରିଥିବା ଆଭିମୁଖ୍ୟକୁ ଖୋଲାଖୋଲି ସମାଲୋଚନା କରିଛନ୍ତି!