-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||     

HOME   ଜିଲ୍ଲା

ପଟ୍ଟନାୟକ ଇଣ୍ଡିଆ ଫାଉଣ୍ଡେସନ ତରଫରୁ କିଶୋର ଦ୍ବିବେଦୀଙ୍କୁ ସମ୍ବର୍ଦ୍ଧନା

03-May-2024



ନୂଆଦିଲ୍ଲୀ(ପ୍ରେରଣା ଖବର ): ପଟ୍ଟନାୟକ ଇଣ୍ଡିଆ ଫାଉଣ୍ଡେସନ ତରଫରୁ ବିଶିଷ୍ଟ ସାମ୍ବାଦିକ ଓ ବିଖ୍ୟାତ ସମାଜସେବୀ କିଶୋର ଦ୍ବିବେଦୀଙ୍କୁ ନୂଆଦିଲ୍ଲୀ ଠାରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ଏହି ଉପଲକ୍ଷେ ଫାଉଣ୍ଡେସନର ମୁଖ୍ୟାଳୟ ବୁରାରୀ ଠାରେ ଆୟୋଜିତ ଏକ ସମାବେଶରେ ଫାଉଣ୍ଡେସନର ସଦସ୍ୟ କର୍ମକର୍ତ୍ତା ଏବଂ ଶୁଭେଚ୍ଛୁମାନେ ଶ୍ରୀ ଦ୍ବିବେଦୀଙ୍କୁ ଶ୍ରଦ୍ଧାର ସହିତ ପାଛୋଟି ନେଇଥିବା ଦେଖାଯାଇଥିଲା I ଏହି ଅବସରରେ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ଼ଃ ନିର୍ମଳ ପଟ୍ଟନାୟକ ଏବଂ ସଦସ୍ୟ ଟ୍ରଷ୍ଟି ପ୍ରଫେସର ଅଳ୍ପନା ପଟ୍ଟନାୟକ, ଶ୍ରୀ ଦ୍ବିବେଦୀଙ୍କୁ ଏକ ଫଳକ ଏବଂ ପ୍ରଶସ୍ତି ପତ୍ର ପ୍ରଦାନ କରିଥିଲେ। ସମାଜ ପାଇଁ ଶ୍ରୀ ଦ୍ବିବେଦୀଙ୍କର ଉତ୍ତମ ସେବା ଦୃଷ୍ଟିରୁ ତାଙ୍କୁ ଏହି ସମ୍ମାନ ପାଇଁ ଯୋଗ୍ୟ ବିବେଚିତ କରାଯାଇଥିବା ଜଣାଯାଇଛି।  

୨୦୧୨ ମସିହାରେ ପ୍ରକୃତି ଉପାସକ ସ୍ବର୍ଗତଃ ଗୁରୁଶ୍ରୀପୀତବାସ ପଟ୍ଟନାୟକ ଙ୍କର ସ୍ମୃତି ଉଦେଶ୍ୟ ରେ ପ୍ରତିଷ୍ଠିତ ପଟ୍ଟନାୟକ ଇଣ୍ଡିଆ ଫାଉଣ୍ଡେସନ ଏହାର ଅଧ୍ୟକ୍ଷ  ଡ଼ଃ ନିର୍ମଳ ପଟ୍ଟନାୟକଙ୍କର ସକ୍ରୀୟ ଓ ସୁଦକ୍ଷ ତତ୍ବାବଧାନରେ ଭାରତୀୟ ସଂସ୍କୃତିର ପ୍ରଚାର, ମାନବୀୟ ଗୁଣବତ୍ତାର ପ୍ରସାର ଏବଂ ପରିବେଶର ସୁରକ୍ଷା ଦିଗରେ କାର୍ଯ୍ୟ କରିଆସୁଛି।ଫାଉଣ୍ଡେସନ ତରଫରୁ ଭାରତର ସର୍ଵ କନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତଙ୍କର ସହୀଦ ଦିବସ ,ବିଶ୍ୱ ଆର୍ଦ୍ରଭୂମି ଦିବସ ଏବଂ କର୍ମଶାଳା,ମାତୃଭାଷା ଦିବସ, ବିଶ୍ୱ ପଖାଳ ଦିବସ, ଉତ୍କଳ ଦିବସ,ପିତା ମାତା ଆଶୀର୍ବାଦ ଦିବସ,ବିଶ୍ୱ ପରିବେଶ ଦିବସ  ଆଲୋଚନାଚକ୍ର, ଗଣମାଧ୍ୟମ କର୍ମଶାଳା,ବିଶ୍ୱଗୁରୁ ବେଦବ୍ୟାସ ଦିବସ, ମାନବ ଅଧୀକାର ଓ ଉତ୍ତର ଦାୟିତ୍ୱ ଦିବସ ବିଚାରଗୋଷ୍ଠୀ, ଶିଳ୍ପଦ୍ୟୋଗୀ ସମ୍ମିଳନୀ ଏବଂ ପଟ୍ଟନାୟକ ଇଣ୍ଡିଆ ଫାଉଣ୍ଡେସନ ଦିବସ ଆଦି ପ୍ରତିବର୍ଷ ନିୟମିତ ଭାବେ ପାଳନ କରାଯାଇଆସୁଛି। ଫାଉଣ୍ଡେସନ ତରଫରୁ ସାହିତ୍ୟ  ପତ୍ରିକା 'ଉତ୍କଳ ଭାରତୀ' ପ୍ରକାଶ କରାଯାଉଛି।ସମାଜକୁ ଭାରତୀୟ ଐତିହ୍ୟ, ଆଦର୍ଶ ଓ ପରମ୍ପରା ସମ୍ପର୍କରେ ସଚେତନ କରାଇବା ଏବଂ ଆମର ଯୁବପିଢୀ ତଥା ଭବିଷ୍ୟତ ବଂଶଧରମାନଙ୍କୁ ଭାରତୀୟତାର ସୌନ୍ଦର୍ଯ୍ୟ, ମାଧୁର୍ଯ୍ୟ ଏବଂ ଚାତୁର୍ଯ୍ୟ ସମ୍ପର୍କରେ ଅବଗତ ତଥା ଏନେଇ  ଉଦବୁଦ୍ଧ କରାଇବା ପଟ୍ଟନାୟକ ଇଣ୍ଡିଆ ଫାଉଣ୍ଡେସନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଡ଼ଃ ନିର୍ମଳ ପଟ୍ଟନାୟକ ଏହି ଅବସରରେ ସୁଚାଇଛନ୍ତି। 

ନୂଆଦିଲ୍ଲୀ ଠାରେ ଅବସ୍ଥାପିତ କିଶୋର ଦ୍ବିବେଦୀଙ୍କୁ ଦୀର୍ଘ ୪୦ବର୍ଷ ଧରି ଜାତୀୟ ଓ ଆନ୍ତର୍ଜାତୀକ ସ୍ତରରେ ସକାରାତ୍ମକ ସାମ୍ବାଦିକତା ତଥା ଉଲ୍ଲେଖନୀୟ ସମାଜସେବା ସକାଶେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ୱାର୍ଲଡ ଓଡ଼ିଶା ସୋସାଇଟି, ଭାରତୀୟ ସାମ୍ବାଦିକ ବିକାଶ ପରିଷଦ ଏବଂ ବନ୍ଦେ ଉତ୍କଳ ଫାଉଣ୍ଡେସନ ଆଦି ତିନୋଟି ମହତ୍ୱପୂର୍ଣ୍ଣ ଅନୁଷ୍ଠାନର ଅଧ୍ୟକ୍ଷ ଭାବରେ ଶ୍ରୀ ଦ୍ବିବେଦୀ ମାତୃଭୂମି ଭାରତବର୍ଷ ଓ ମାତୃ ପ୍ରଦେଶ ଓଡ଼ିଶାର ସର୍ବାଙ୍ଗୀନ କଲ୍ୟାଣ ପାଇଁ କାର୍ଯ୍ୟକରି ଆସୁଛନ୍ତି। ଏଠାରେ ପ୍ରକାଶ ଯୋଗ୍ୟଯେ ଶ୍ରୀ ଦ୍ବିବେଦୀଙ୍କୁ ପବ୍ଲିକ ରିଲେସନ କାଉନ୍ସିଲ ଅଫ ଇଣ୍ଡିଆ ତରଫରୁ ୨୦୨୩ ମସିହା ପାଇଁ ଶ୍ରେଷ୍ଠ ସାମ୍ବାଦିକ ଭାବେ ଚୟନ କରାଯାଇ ସମ୍ମାନସ୍ପଦ ଚାଣକ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା।ଏବେ ଶ୍ରୀ ଦ୍ବିବେଦୀ  ଓମ ମିଡ଼ିଆ ନେଟୱର୍କର ମୁଖ୍ୟ ସମ୍ପାଦକ ଦାୟିତ୍ୱ ନିର୍ବାହ କରୁଛନ୍ତି। 
           
ସମାବେଶରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ବିଜୟିନୀ ଫାଉଣ୍ଡେସନର ଅଧ୍ୟକ୍ଷା ରୀତା ପାତ୍ର, ପ୍ରସିଦ୍ଧ ଗାୟକ ଆଚାର୍ଯ୍ୟ ଅଭିମନ୍ୟୁ, ୱାର୍ଲଡ ଓଡ଼ିଶା ସୋସାଇଟିର ସାଂସ୍କୃତିକ ସାଧାରଣ ସମ୍ପାଦକ କାବେରୀ ବେହେରା ,ଉତ୍କଳ ଭାରତୀର ପରିଚାଳନା ସମ୍ପାଦକ ମଧୁସ୍ମିତା ପଟ୍ଟନାୟକ, ଶିଳ୍ପଦ୍ୟୋଗୀ ଅସୀତ କର, ସମାଜସେବୀ ପ୍ରିୟତ୍ତମI କର,ପ୍ରତିଭାବାନ ଛାତ୍ର ଏ.ଆର ଆଦିତ୍ୟ ଓ ମେଧାବୀ ଛାତ୍ରୀ ମିମାଂଶା ପଟ୍ଟନାୟକ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026

You Might Also Like