-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ସୋନପୁର ରେ ଉଚ୍ଚ ଶିକ୍ଷିତା ସ୍ଵାଧୀନ ପ୍ରାର୍ଥିନୀ ସୋନାଲି ବିଶି ନାମାଙ୍କନ ପତ୍ର ଦାଖଲ କଲେ*- ପ୍ରଥମ ଥର ପାଇଁ ନାରୀ ଶକ୍ତି ର ଉଦାହରଣ ପାଲଟିଲେ ଓ ସାହସ ଦେଖେଇଲେ

02-May-2024



ସୁବର୍ଣ୍ଣପୁର  (ମନୋରଞ୍ଜନ ତ୍ରିପାଠୀ ) ସ୍ଥାନୀୟ  ରୟାଲ ପଡିଆ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ହଳ ବଳଦ ଶଗଡ଼ ଗାଡ଼ିରେ ବାହାରି ଉପଜିଲ୍ଲାପାଳ ଙ୍କ ଠାରେ ସୋନପୁର  ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ନବନିର୍ମାଣ କୃଷକ ସଂଗଠନ ସମର୍ଥିତ ଉଚ୍ଚ ଶିକ୍ଷିତା ମହିଳା ସ୍ଵାଧୀନ ପ୍ରାର୍ଥିନୀ ଇଂ ସୋନାଲି ବିଶି l  ତାଙ୍କର ଏହି ଶୋଭାଯାତ୍ରାରେ ସ୍ଵତଃ ପ୍ରଥଃ ଭାବେ ଚାଷୀ ପ୍ରତିନିଧି ମାନେ ହଳ ବଳଦ ଶଗଡ ଗାଡ଼ିରେ ଆସି ଏଥିରେ ସାମିଲ ଥିବା ଦେଖାଯାଇଥିଲା। ସୋନାଲି ତାଙ୍କର ନିର୍ବାଚନ ପ୍ରଚାର  କେବେ ନିଜେ ଟ୍ରାକ୍ଟର ଚଳାଇ ଟ୍ରାକ୍ଟର ରାଲି କରିଥିବାବେଳେ କେବେ ଘରକୁ ଘର ବୁଲି ପ୍ରତ୍ୟହ ଭୋଟ ଭିକ୍ଷା ସହ ନିର୍ବାଚନୀ ଖର୍ଚ୍ଚ ପାଇଁ ଚାଉଳ ଓ କିଛି ଅର୍ଥ ଭିକ୍ଷା ମଧ୍ୟ କରୁଛନ୍ତି । ତାଙ୍କର ପ୍ରଚାର ଶୈଳୀରେ ସଦାବେଳେ କିଛିନା କିଛି ସ୍ଵତନ୍ତ୍ରତା ବଜାୟ ରଖି ଆସୁ ଥିବାବେଳେ ଆଜି ର ଏହି ଶୋଭାଯାତ୍ରାରେ ହଳ ବଳଦ ଶଗଡ ଗାଡି ସହ ଚାଷୀଙ୍କ ଗହଣରେ ଜୟ କିଶାନ ଜୟ କୋଶଳ ନାରା ସହର ବାସୀ ଙ୍କ ମଧ୍ୟରେ ଖୁବ୍ ଗ୍ରହଣୀୟ  ହୋଇଥିବା ପରିଲକ୍ଷିତ ହୋଇଛି। ଓ ସୋନପୁର ରେ ଦୀର୍ଘ 24 ବର୍ଷ ପରେ ବିଜେଡି ପ୍ରାର୍ଥୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଙ୍କ ଵିରୁଦ୍ଧ ରେ ପ୍ରଥମ ଥର ଜଣେ ଉଚ୍ଚ ଶିକ୍ଷିତା ମହିଳା ପ୍ରାର୍ଥୀ ସ୍ଵର ଉତ୍ତୋଳନ କରିବା, ଚାଷୀ ଙ୍କ ସମସ୍ୟା ପ୍ରସଙ୍ଗ ଓ ଉପସ୍ଥିତି କୁ ଜାହିର କରିବା ନେଇ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନ ରେ ଓହ୍ଲାଇବା ବିଷୟ ଜିଲ୍ଲା ବାସୀ ଙ୍କ ହୃଦ୍ କମ୍ପନ ସୃଷ୍ଟି କରିଛି, ଲୋକ ଙ୍କ ଉତ୍କଣ୍ଠା ବଢ଼ିଛି, ଓ ଏହା ସାରା ରାଜ୍ୟ ରେ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି l ଶଗଡ ଗାଡି ହଳ ବଳଦ ଗାଡି ରେ ପାରମ୍ପରିକ ଢୋଲ ବାଦ୍ୟ ଓ ଚାଷୀ ସମର୍ଥକ ଙ୍କ ସହିତ ଏକ ନିରାଡ଼ମ୍ବର ଓ ପ୍ରଦୂଷଣ ମୁକ୍ତ ଶୋଭାଯାତ୍ରା ରେ ଆସି ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ସୋନାଲି l ସହର ବାସୀ ଙ୍କୁ ହାତ ଯୋଡି ହସି ହସି ସମ୍ମାନ ଓ ନମ୍ରତା ର ସହିତ ଭୋଟ ଭିକ୍ଷା କରିଛନ୍ତି  ଏବଂ ନାରୀ ଶକ୍ତି ପାଇଁ ଜିଲ୍ଲା ପାଇଁ ଏକ ଉଦାହରଣ ପାଲଟିଛନ୍ତି l

ଯାହାକି ଆଜି ଜିଲ୍ଲା ର ସବୁ ବର୍ଗ ର ଲୋକେ ସୋନାଲି ଙ୍କ ସାହାସ କୁ ପଦକ୍ଷେପ କୁ ସ୍ଵାଗତ କରିଛନ୍ତି l ଏବଂ ସ୍ବତଃ ପ୍ରତଃ ଭାବେ ସବୁ ସ୍ତର ରେ ସହଯୋଗ ପାଇଁ ପ୍ରତିଶୁତି ଦେଇଛନ୍ତି l କେବଳ ଏତିକି ନୁହେଁ ନାମାଙ୍କନ ପତ୍ର ଦାଖଲ ପରେ ବାପୁଜୀ କ୍ଲବ ରେ ତାଙ୍କ ଚାଷୀ ସମର୍ଥକ ଙ୍କ ପାଇଁ ଦହି ପଣା ଓ ରନ୍ଧା ଖାଦ୍ୟ ବାଣ୍ଟି ଛନ୍ତି ନିଜେ ଓ ଫୁଲ ରେ ସୁସଜ୍ଜିତ ଶଗଡ ଗାଡି ର ବଳଦ ମାନଙ୍କ ପାଇଁ ତସୁ କୁଣ୍ଡା ମହୁଲ ପାଳ ସୁସ୍ୱାଦୁ ଖାଦ୍ୟ ଖାଇବାକୁ ଦେଇଥିଲେ l ବଳଦ ଗାଡି ର ବାହକ ବା ସଂଚାଳକ ଙ୍କ ପାଇଁ ନୂଆଁ ବସ୍ତ୍ର ପରିଧାନ ର ବ୍ୟବସ୍ଥା କୁ ବି ଭୁଲି ନ ଥିଲେ ସୋନାଲି l ଚାଷୀ ନେତା ପ୍ରଦ୍ୟୁମ୍ନ ପାଢ଼ୀ, ନରେନ୍ଦ୍ର ଆଚାର୍ଯ୍ୟ, ବୈକୁଣ୍ଠ ଶତପଥି, ରାଜେନ୍ଦ୍ର ମିଶ୍ର, ରାଜେନ୍ଦ୍ର ପଧାନ, ପ୍ରଦୀପ ସ୍ୱାଇଁ  ପ୍ରମୁଖ ବହୁ ଚାଷୀ ନେତା ଏହି ନିଆରା  ଶୋଭାଯାତ୍ରା ରେ ସାମିଲ ଥିଲେ l ବଲାଙ୍ଗିର ରେ ଜନ୍ମ ଗ୍ରହଣ ଓ ଶିକ୍ଷା ଲାଭ କରିଥିବା ଡିପ୍ଲୋମା ଇଞ୍ଜିନିୟର ସୋନାଲି ହେଉଛନ୍ତି ସେ ଅଞ୍ଚଳ ର ବିଶିଷ୍ଟ ସମାଜସେଵୀ ଶ୍ରୀକର ମିଶ୍ର ଙ୍କ ଝିଆରୀ ଓ ସୁବର୍ଣ୍ଣପୁର ଜିଲ୍ଲା ବିଶିପଡ଼ା ଗାଁ ର ମଧ୍ୟବିତ୍ତ ପରିବାର ଚାଷୀ ବଲି ବିଶି ଙ୍କ ବହୂ ଅଟନ୍ତି l ସ୍ବାମୀ ଚନ୍ଦନ ବିଶି ମଧ୍ଯ ଜଣେ ଡିପ୍ଲୋମା ଇଞ୍ଜିନିୟର ଅଟନ୍ତି l ସ୍ବାମୀ, ଶ୍ଵଶୁର, କାକା ଙ୍କ ସମେତ ନବ ନିର୍ମାଣ କୃଷକ ସଂଗଠନ ର ସମସ୍ତ ନେତ୍ରୁ ମଣ୍ଡଳୀ ଓ ଚାଷୀ ଙ୍କ ପରାମର୍ଶ ନେଇ ସ୍ବାଧିନ ପ୍ରାର୍ଥୀ ସୋନାଲି ବିଶି ନିର୍ବାଚନ ପ୍ରଚାର ମଇଦାନ କୁ ଓହ୍ଲାଇ ଥିବା ଓ ଅଶି ଭାଗ ଚାଷୀ ଥିବା ଚାଷୀ ଙ୍କ ହକ ପାଇଁ ଓଡ଼ିଶାରେ ଆଗମୀ ଦିନ ରେ ଗୋଟେ ଚାଷୀ ସରକାର ଗଠନ କରିବା ଲକ୍ଷ୍ୟ ନେଇ ସଂଘର୍ଷ ଜାରି ରହିବ ବୋଲି ସେ ମିଡିଆ ଙ୍କୁ ସୁଚନା ଦେଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like