-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
28-Apr-2024
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ ) ବଲାଙ୍ଗୀର ଜାତୀୟ ରାଜପଥ-୫୭ର ହରଡ଼ଖୋଲ ନିକଟରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ଟ୍ରକ୍ ପଛପଟେ ଧକ୍କା ଦେବାରୁ ଦୁର୍ଘଟଣା ସ୍ଥଳରେ ହିଁ ବସ ଡ୍ରାଇଭର ଓ ହେଲପର ଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଡ୍ରାଇଭର ଡମ୍ବରୁଧର ସ୍ୱାଇଁ ଓ ହେଲପର ଶିବ୍ରମ ଗୌଡ଼। ଆଜି ସକାଳ ଭୋର ସମୟରେ ପ୍ରଧାନ ନାମକ ଘୋରୋଇ ଯାତ୍ରୀବାହୀ ବସ୍ ଜୟପୁରରୁ କଟକ ଅଭିମୁଖେ ଯାଉଥିବା ବେଳେ କୌଣସି କାରଣ ବଶତଃ ଭାରସାମ୍ୟ ହରାଇ ବସ୍ଟି ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ବସ ରେ ପ୍ରାୟ ୪୦ ଜଣ ଯାତ୍ରୀ ଥିବା ବେଳେ ସୌଭାଗ୍ୟ ବଶତଃ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି। ସୋନପୁର ଦମକଳ ବାହୀନି ଘଟଣସ୍ଥଳରେ ପହଞ୍ଚି ବସ୍ ସିଟ ରେ ଗୋଡ ଫସି ରହି ଥିବା ଜଣେ ଯାତ୍ରୀ ଙ୍କୁ ଉଦ୍ଧାର କରିଥିବା ବେଳେ ସ୍ଥାନୀୟ ପୋଲିସ ଓ ପବ୍ଲିକ ମଧ୍ୟ ଯାତ୍ରୀ ଙ୍କ ଉଦ୍ଧାର କାର୍ଯ୍ଯ ରେ ସହଯୋଗ କରିଥିବା ଜଣାଯାଇଛି l