-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
28-Apr-2024
ଲୋଇସିଂହା, (ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲା ଲୋଇସିଂହା ସ୍ଥିତ ଆଦିବାସୀ ଭବନ ଠାରେ ବିଜୁ ଜନତା ଦଳ ସ୍ୱାଭିମାନ ମଞ୍ଚ ର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କର୍ମୀ ସମ୍ମିଳନୀ ରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ର ଲୋଇସିଂହା, ପୁଇଁତଲା, ଆଗଲପୁର ବ୍ଲକ ର ଶତାଧିକ କର୍ମକର୍ତା ଉପସ୍ଥିତ ରହିଥିଲେ l ଲୋଇସିଂହା ସରପଞ୍ଚ ନବକିଶୋର ନାଏକ ଙ୍କ ସଭାପତିତ୍ୱ ଅନୁଷ୍ଠିତ ଉକ୍ତ କର୍ମୀ ସମ୍ମିଳନୀ ରେ ସ୍ୱାଭିମାନ ମଞ୍ଚ ର ସଭାପତି ସୀତାକାନ୍ତ ସାଏ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଲୋଇସିଂହା ନିର୍ବାଚନ ମଣ୍ଡଳୀ ରେ କିପରି ସ୍ୱାଭିମାନ ମଞ୍ଚ ର ଏକତା ବଜାୟ ରହିବ ତାହା ଏହି ବୈଠକ ର ମୂଳ ଲକ୍ଷ ବୋଲି ନିଜର ସଂକ୍ଷିପ୍ତ ବକ୍ତବ୍ୟ ରେ କହିଥିଲେ।ତା ସହିତ ଆଗାମୀ ଦିନରେ ନିର୍ବାଚନ ରଣ ନୀତି କିପରି ହେବ ଓ କାହାକୁ ସମର୍ଥନ କରିବେ ସେ ଉପରେ କିଛି ଦିନ ପରେ ସ୍ୱାଭିମାନ ମଞ୍ଚ ଦ୍ୱାରା ବିରାଟ ସଭା ର ଆୟୋଜନ ହେବ ବୋଲି ସ୍ୱାଭିମାନ ମଞ୍ଚ ସଭାପତି ସୀତାକାନ୍ତ ସାଏ ଓ ଲୋଇସିଂହା ସରପଞ୍ଚ ନବକିଶୋର ନାଏକ ପ୍ରକାଶ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ଝସକେତନ ମହାନନ୍ଦ ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଯୁବ ବିଜେଡ଼ି ନେତା ଅନନ୍ତ ସାହୁ, ଜିତେନ୍ଦ୍ର ଦାସ, ଶେଷ ପାଢ଼ୀ ଙ୍କ ସହ ମଞ୍ଚ ର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ l