-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME   ଜିଲ୍ଲା

କ୍ଷୁଦ୍ର ଓ ଉଠା ଦୋକାନିଙ୍କ ସହ ଆଲୋଚନା କଲେ ସମରେନ୍ଦ୍ର, ସରକାରଙ୍କ ଭୁଲ ନୀତି କ୍ଷୁଦ୍ର ଓ ଉଠା ଦୋକାନିଙ୍କ ସ୍ୱାର୍ଥ ବିରୋଧି-ସମରେନ୍ଦ୍ର ଯୁବକଙ୍କ ରୋଜଗାର ଓ ଦକ୍ଷତା ବିକାଶରେ ସରକାରୀ ଭୁମିକା ଶୁନ- ସମରେନ୍ଦ୍ର

28-Apr-2024



ଯୁବକଙ୍କୁ ରୋଜଗାର ଓ ଦକ୍ଷତା ବିକାଶ ର ଦେଲେ ପ୍ରତିଶୃତି- ସମରେନ୍ଦ୍ର
ବଲାଙ୍ଗିର(ପ୍ରେରଣା ଖବର ): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କେବଳ ଭୋଟ ହାତେଇବା ରାଜନୀତି ଯୋଗୁଁ ବେକାରୀ ସମସ୍ୟା ଆମ ଅଂଚଳରେ ହୁ ହୁ ହୋଇ ବଢିଚାଲିଛି । ଆମର ଯୁବକମାନେ ବାଧ୍ୟ ହୋଇ ଛୋଟ ଦୋକାନ କରି ବ୍ୟବସାୟ କରୁଛନ୍ତି ସତ କିନ୍ତୁ ସରକାରଙ୍କ ଭୁଲ ନୀତି ଦ୍ୱାରା କ୍ଷୁଦ୍ର ଓ ଉଠା ଦୋକାନୀଙ୍କ ବ୍ୟବସାୟରେ କୌଣସି ଉନ୍ନତି ପରିଲକ୍ଷିତ ହେଉ ନାହିଁ ବୋଲି ସ୍ଥାନୀୟ ହୋଟେଲ ସେଲିବ୍ରେସନ ପାଖ ପଡିଆରେ ଅନୁଷ୍ଠିତ ସମରେନ୍ଦ୍ର ଙ୍କ ସହ ସମ୍ବାଦ କାର୍ଯ୍ୟକ୍ରମରେ ବଲାଙ୍ଗିର ବିଧାନସଭା କଂଗ୍ରେସ ଦଳ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ସହରର ହଜାର ହଜାର ସଂଖ୍ୟାରେ ଉପସ୍ଥିତ ଛୋଟ ବ୍ୟବସାୟୀଙ୍କ ଏହି ସମ୍ବାଦ କାର୍ଯ୍ୟକ୍ରମରେ ସମରେନ୍ଦ୍ର ଏହା ମଧ୍ୟ କହିଛନ୍ତି ଯେ ବଲାଙ୍ଗିର ଧିରେ ଧିରେ ଯୁବକଶୁନ୍ୟ ହେବାକୁ ଲାଗିଛି । କାରଣ ପଢି ସାରିଲା ପରେ ଚାକିରି ନାହିଁ । ରୋଜଗାର ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି । ମୁଁ ତ କହିବି ଉଦ୍ୟମତା ଓ ଦକ୍ଷତା ବିକାଶ ର ଡିମ୍‌ଡିମ ପିଟୁଥିବା ରାଜ୍ୟ ଓ କେନ୍ଦ୍ର ସରକାର ଆମର ଯୁବକମାନଙ୍କୁ ନିଜର ମାଟିରେ କୁଶଳି କିମ୍ବା ଦକ୍ଷତା ବଢାଇବା ପାଇଁ କୌଣସି ଯୋଜନାର ବ୍ୟବସ୍ଥା ନାହିଁ । ଏ ଦିଗରେ ଉଭୟ ସରକାରମାନେ ସମ୍ପୁର୍ଣ୍ଣ ଫେଲ ମାରିଛନ୍ତି । ଏପରି କି ବଲାଙ୍ଗିର ରୁ ନିରବଛିନ୍ନ ଭାବେ ପ୍ରତିନିଧିତ୍ୱ କରି ମନ୍ତ୍ରୀ ପଦ ପାଇଥିବା ସରକାରୀ ଦଳର ନେତା ବଲାଙ୍ଗିର ର ଯୁବକ ଯୁବତିମାନଙ୍କୁ ଧୋକା ଦେଇଛନ୍ତି । ସେମାନେ ଆମ ପିଲାମାନେ କିଭଳି ପାଠ ପଢିସାରି ରୋଜଗାରକ୍ଷମ ହେବେ ସେ ଦିଗରେ ସରକାରଙ୍କ ଆଗରେ ତିଳେ ବି ଚାପ ପକାଇ ପାରିନାହାନ୍ତି । ଯାହା ଫଳରେ ବ୍ୟବସାୟ ହେଉ କି ବିଭିନ୍ନ ବିଭାଗର କୁଶଳି କାରିଗର ସବୁଥିରେ ରାଜ୍ୟ ବାହାରୁ ଲୋକେ କାମ ପାଉଛନ୍ତି ବୋଲି ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର କ୍ଷୋଭ ପ୍ରକାଶ କରିଛନ୍ତି । ପୁଞ୍ଜିପତି ଯେପରି ଅଧିକ ମୁନାଫା କମାଇ ପାରିବେ ସେ ଦିଗରେ କେନ୍ଦ୍ର ସରକାର ରିଲାଏନ୍ସ ବିଗ୍ ବାସ୍କେଟ ଭଳି କଂପାନୀକୁ ପରିବା ତଥା ଗ୍ରୋସରି ବ୍ୟବସାୟରେ ପ୍ରବେଶ କରାଇ ଖୁଚୁରା ବ୍ୟବସାୟରେ କ୍ଷୁଦ୍ର ଓ ଛୋଟ ବ୍ୟବସାୟୀଙ୍କ ପେଟ ପାଟଣା ବନ୍ଦ କରିଦେଇଛି ବୋଲି ସମରେନ୍ଦ୍ର ଆରୋପ କରିଥିଲେ । ସଭାରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବିଭିନ୍ନ ଜାଗାରେ ଭେଡିଂ ଜୋନ ତିଆରି କରାଯାଇଥିବା ସୂଚନା ଦେଇଥିଲେ । ତା ସହ କହିଥିଲେ ଯେଉଁ ଉଠା ଦୋକାନି ତଥା ଗରିବ ଲୋକେ ସରକାରୀ ଜାଗାରେ ଘର କରି ରହୁଛନ୍ତି ସେମାନଙ୍କୁ ରହୁଥିବା ଜାଗାରେ ପଟ୍ଟା ପ୍ରଦାନ ନିଶ୍ଚିତ କରାଯିବ ବୋଲି କହିଥିଲେ । କଂଗ୍ରେସ ଜିତିଲେ ନିଶ୍ଚିତ ଭାବେ ବଲାଙ୍ଗିର କୁ କିଛି ଶିଳ୍ପାନୁଷ୍ଠାନ ଅଣାଯିବ । ବେକାର ଯୁବକ ଯୁବତୀଙ୍କ ପାଇଁ ଦକ୍ଷତା ବିକାଶ ସହ ସେମାନେ କିପରି ରୋଜଗାରକ୍ଷମ ହୋଇପାରିବେ ସେ ଦିଗରେ ନିଶ୍ଚିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେବା ସହ କଂଗ୍ରେସ ଦଳର ଚିହ୍ନ ହାତ ଚିହ୍ନରେ ଦୁଇଟି ଭୋଟ ଦେବାକୁ ସମବେତ ଲୋକଙ୍କୁ ଅନୁରୋଧ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like