-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
27-Apr-2024
ଡୁଙ୍ଗୁରିପାଲ(ଅରବିନ୍ଦ ମିଶ୍ର)- ଡୁଙ୍ଗୁରିପାଲି ବିଞ୍ଝାଲ ସମାଜ ପକ୍ଷରୁ ବିନ୍ଧ୍ୟବାସିନୀ ମନ୍ଦିରର ପ୍ରଥମ ଥର ଚୈତ୍ର ପୂର୍ଣ୍ଣିମା ଅବସରରେ ପୂଜା ଅନୁଷ୍ଠିତ ହୋଇଯାଇଛି । ଡୁଙ୍ଗୁରିପାଲି ସ୍ଥିତ ନବ ନିର୍ମିତ ବିନ୍ଧ୍ୟବାସିନୀ ମନ୍ଦିର ପ୍ରଥମ ଥର ଉକ୍ତ ପୂଜା ଅନୁଷ୍ଠିତ ହୋଇଥିବା ସମାଜର ବହୁ ଲୋକେ ଉତ୍ସାହର ସହିତ ଏଥିରେ ସାମିଲ ଥିଲେ । ପୂଜକ ଭାବରେ ଗର୍ନ୍ଧବ ବରିହା ପୂଜା କାର୍ଯ୍ୟ ସଂପାଦନ କରିଥିଲେ । ବିଞ୍ଝାଲ ସମାଜର ସୁବର୍ଣ୍ଣପୁର ଜିଲ୍ଲା ସଂପାଦକ ନରୋତ୍ତମ ବରିହାଙ୍କ ଉପସ୍ଥିତିରେ ପୂଜାକାର୍ଯ୍ୟ ଖୁବ୍ ଧୁମଧାମରେ ସମାପନ ହୋଇଥିଲା । ବିଞ୍ଝାଲ ସମାଜର ମହିଳାଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ବିରଞ୍ଚି ବରିହା, ବାସୁଦେବ ବରିହା, ଚନ୍ଦ୍ରଶେଖର ବରିହା, ବାବୁଲାଲ ବରିହା, ଦୂର୍ଗା ବରିହା, ବୈଶାଖୁ ବରିହା, ଲୁହାବିର ବରିହା, ଅଲେଖ ବରିହା, ବିହାରୀ ବରିହା, ଦେବରାଜ ବରିହାଙ୍କ ସମେତ ବହୁ ଲୋକ ଉପସ୍ଥିତ ଥିଲେ ।