-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||     

HOME   ଜିଲ୍ଲା

କେବେ ପଡିବ ବେଆଇନ ଚୋରା ମଦର ପୂର୍ଣ୍ଣଚ୍ଛେଦ, ଅଭିଯୋଗ କଲେ ମଧ୍ୟ ଅବକାରୀ ବିଭାଗ ଶୁଣୁ ନାହାନ୍ତି , ଅଂଚଳରେ ଦେଶୀ ବିଦେଶୀ ମଦର ବନ୍ୟା, ସଚେତନ ମହଲରେ କ୍ଷୋଭ

27-Apr-2024



ଡୁଙ୍ଗୁରିପାଲ(ଅରବିନ୍ଦ ମିଶ୍ର)- ସୁବର୍ଣ୍ଣପୁର ଜିଲ୍ଲା  ୬ଟି ବ୍ଲକ ମଧ୍ୟରୁ ଡୁଙ୍ଗୁରିପାଲି ବିଭିନ୍ନ କ୍ଷେତ୍ରରେ ଏହାର ସ୍ୱତନ୍ତ୍ରତା ରହିଛି । ଏଠାରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବାଣିଜ୍ୟ ବ୍ୟବସାୟ, ରାଜନୈତିକ , କୃଷି ତଥା ଅନ୍ୟାନ୍ୟ ଦୃଷ୍ଟିରୁ ଏହି ବ୍ଲକ ତାର ସ୍ୱତନ୍ତ୍ର  ଗାରିମ ରକ୍ଷା କରି ଆସୁଅଛି । ଏଠାକାର ସରଳ,ପରୋପକାର, ସହ ଯୋଗୀ ମନୋଭାବ ଯୋଗୁଁ ଏହି ଅଂଚଳକୁ ଲୋକେ କାର୍ଯ୍ୟ କରିବା ପାଇଁ ପସନ୍ଦ କରିଥାନ୍ତି । କିନ୍ତୁ ଏହି ଶାନ୍ତିପ୍ରିୟ ଅଂଚଳରେ ବେଆଇନ, ବେଧଡକ ନିଶାକାରବାର ଯୋଗୁଁ ଅଶାନ୍ତ ହୋଇ ଉଠୁଛି । ଗତ କିଛି ଦିନ ମଧ୍ୟରେ ଡୁଙ୍ଗୁରିପାଲି ପୋଲିସ ପକ୍ଷରୁ ଗଞ୍ଜେଇ ଚାଲାଣ, କଫ ସିରଫ ଗୋଷ୍ଠିକୁ ଧରିବାରେ ସଫଳ ହୋଇଥିବା ବେଳେ ନିଜର ମୂଳ କର୍ତ୍ତବ୍ୟ ହୋଇଥିବା ଅବକାରୀ ବିଭାଗର ଦେଖା ନାହିଁ । ଡୁଙ୍ଗୁରିପାଲି ବ୍ଲକରେ ପଣ୍ଡକିଟାଲ ଏବଂ ଡୁଙ୍ଗୁରିପାଲିରେ ଦୁଇଟି ବିଦେଶୀ ମଦ ଦୋକାନ ରହିଛି । ଉଭୟ ଦୋକାନରୁ ବେଧଡ ଭାବରେ ଖୋଲାଖୋଲି ଭାବରେ ଚଢା ଦରରେ ୨୪ଘଣ୍ଟିଆ ମଦ ବିକ୍ରୀ ଚାଲିଛି । ଯାହାକି ଉଦ୍ୱେଗ ଜନକ । ଗତ ହୋଲିର ପୂର୍ବ ଦିନ ସଂଧ୍ୟାରେ ଏଠାରୁ ଟାଟା ଏସ ଗାଡିରେ ବାହାରକୁ ବିଦେଶୀ ମଦ ଚାଲାଣ ହେଉଥିଲା । ଏ ସଂପର୍କରେ ଜିଲ୍ଲା ଅବାକାରୀ ଅଧିକ୍ଷକ, ବିନିକା ଅବକାରୀ ବିଭାଗକୁ ଜଣାଇ ଦିଆଯାଇଥିଲା । ଜିଲ୍ଲା ମୁଖ୍ୟ ପ୍ରବୀର କୁମାର ସାମଲ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ବିନିକା ବିଭାଗକୁ ଦେଇଥିବା ପ୍ରକାଶ କରିଥିଲେ ।  ଏ ସଂପର୍କରେ ବିନିକା ଅବକାରୀ ବିଭାଗ କର୍ମଚାରୀ ଅଭାବ ଦର୍ଶାଇ ତଦନ୍ତକୁ ବିଳମ୍ବ କରିଥିବା ପ୍ରକାଶ କରିଥିଲେ । ବର୍ତ୍ତମାନ ସୁଦ୍ଧା ତଦନ୍ତ ହୋଇଛି କି ନାହିଁ ଜାଣିବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଆମ ପ୍ରତିନିଧିର ଫୋନ ଉଠାଉ ନାହାନ୍ତି ।  ଆହୁରି ମଧ୍ୟ ଏଠାରେ ଥିବା  ଦେଶୀ ମହୁଲି ଭାଟି ଖୂଣ୍ଟପାଲି, ସୁନାପାଲି, ମହୁଲପାଲି, ଗିଧମାଲ ପ୍ରମୁଖ ଭାଟି ଗୁଡିକରେ ରାତି ଅଧିଆ ଖୋଲା ମଦ ବିକ୍ରି ଚାଲିଛି । ଏହା ସହିତ ପଡୋଶୀ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଦୈନିକ ଶହ ଶହ ଲିଟର ଦେଶୀ ରନ୍ଧା ମଦ ଏହି ବ୍ଲକକୁ ଆସୁଅଛି । ଏଠାକାର ଦେଶୀ ଭାଟି ଗୁଡିକ ମଧ୍ୟ ବସ୍ତା ବସ୍ତା ମଦ ବିଭିନ୍ନ ଗ୍ରାମର କୁଚିଆ ମଦ ବେପାରୀଙ୍କ ଠାରେ ବିକ୍ରୀ କରୁଛନ୍ତି । ଯାହାକୁ ଏହାର ଗାଇଡ ଲାଇନକୁ ଉଲଙ୍ଘନ ସହିତ ଅଂଚଳରେ  ଏହାର କୁପ୍ରଭାବ ପଡୁଛି । ବିଦେଶୀ ଭାଟି ଗୁଡିକରେ ମଧ୍ୟ ଚଢା ଦରରେ ବିନା ବିଲରେ ମଦ ବିକ୍ରୀ କରିଚାଲିଛନ୍ତି । ବିଲ ମାଗିଲେ  ଜିଏସଟିର ନାଁରେ ଅଧିକ ହେବ କହି ଗ୍ରାହକଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି । ଏ ସଂପର୍କରେ ବିଭିନ୍ନ ସଚେନତ ବ୍ୟକ୍ତି କ୍ଷୋଭ ପ୍ରକାଶ କରି ସେମାନେ ନିଜର ମତବ୍ୟକ୍ତ କରିଛନ୍ତି ।
 

୧. ବିପ୍ରଚରଣ ସାହୁ , ବ୍ଲକ କୃଷକ ସଂଘ ସଭାପତି- ବେଆଇନ ଦେଶୀ ବିଦେଶୀ ମଦର ପ୍ରାବଳ୍ୟ ଯୋଗୁଁ ଅଂଚଳରେ ଅଶାନ୍ତି ସୃଷ୍ଟି କରୁଛି ।  ସଂଧ୍ୟା ସମୟରେ ମହିଳା ମାନେ ନିଜକୁ ଅସୁରକ୍ଷିତ ମନେ କରି ବାହାରି ପାରୁ ନାହାନ୍ତିା ସଂଧ୍ୟା ନଇଁଲେ ଗାଁ ଗୁଡିକରେ ମଦୁଆମାନଙ୍କ କବ୍ଚାକୁ ଗାଁ ଚାଲି ଯାଉଛି । ଅବକାରୀ ବିଭାଗ ନିଜର ମାସିକିଆ କୋଟା ପାଇ ଖୁସ ଥିବା ବେଳେ ନିରିହ ଗ୍ରାମବାସୀ ଏହାର ଦୁଃଖ ଭୋଗୁଛନ୍ତି ।  ଅଭିଯୋଗ କିମ୍ବା ଗଣମାଧ୍ୟମରେ ଖବର ପ୍ରକାଶ ହେଲେ ମଧ୍ୟ କେହି ନଶୁଣିବା ଅଧିକ ଦୁଃଖ ଦାୟକ ଅଟେ । ଏଣୁ  ଉଚ୍ଚକର୍ତ୍ତୃପକ୍ଷ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ଉଚିତ । 
 

୨. କିସନ କୁମାର ଅଗ୍ରୱାଲ- ବରିଷ୍ଠ ସାମ୍ବାଦିକ- ସରକାରଙ୍କ ଗାଇଡ ଅନୁସାରେ ସବୁକିଛି ହେବା କଥା । ମନଇଚ୍ଛା ନିଜକୁ ସୁହାଇଲା ଭଳି ବିକ୍ରୀ କରିବା ଠିକ୍ ନୁହେଁ ।  ନିର୍ଦ୍ଦିଷ୍ଟ ସମୟ ଏବଂ ଅନୁପାତରେ ବିକ୍ରି ହେବା କଥା । ସକାଳରୁ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ମନ ଇଚ୍ଛା ଏବଂ ଯିଏ ଯେତେ ଚାହିଁଲା ତାଙ୍କୁ ସେତିକି ଦେବା ଠିକ୍ ନୁହେଁ । ଗ୍ରାମାଞ୍ଚଳରେ ଏହାର ବହୁଲ ବିକ୍ରୀ ଯୋଗୁଁ  ଚୋରୀ, ଡକାୟତି, ରାହାଜାନୀ ପ୍ରଭୃତି ଘଟଣା ଦେଖିବାକୁ ମିଳୁଛି । ଏଣୁ ସରକାରଙ୍କ ଗାଇଡ ଲାଇନକୁ ଦୃଷ୍ଟି ଦେଇ ଦେଶୀ ବିଦେଶୀ ମଦ ଦୋକାନ ଚଳାଇବା ସହିତ ବିଭିନ୍ନ ସମୟରେ  ଚାଢାଉ, ଧଡପଗଡ କରାଯାଉ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026

You Might Also Like