-+91-9937148622 |

prerana_bgr@rediffmail.com |

  Monday 28th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||     

HOME   ଜିଲ୍ଲା

ଖଟି ଚର୍ଚ୍ଚା : ସାନ ସାଁକାରର ହଲିଆନୁ ବଡ ସାଁକାରର ହଲିଆ ବନେ ଆଏ !

23-Apr-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ): ସଂପ୍ରତି ବଲାଙ୍ଗୀର ଜିଲ୍ଲାର ଭୋଟ୍ ପ୍ରଚାର ଏପ୍ରିଲ୍ ର ପ୍ରଚଣ୍ଡ ବର୍ଦ୍ଧିଷ୍ଣୁ ଗରମ ସତ୍ତ୍ୱେ ଜୋର୍ ଧରି ଆସୁଛି । ଜିଲ୍ଲାରେ ସକ୍ରିୟ ମୁଖ୍ୟତଃ ବିଜେଡି ବିଜେପି ଓ କଂଗ୍ରେସଦଳର ପ୍ରତିଦ୍ଵନ୍ଦିତାରେ ବିଗତ ପ୍ରାୟ ତିନିଥରର ୨୪ ବର୍ଷର କ୍ଷମତାସୀନ ବିଜେଡି ବନାମ ନବୀନଶାସନର ବିପକ୍ଷରେ ଏବେ ଆଣ୍ଟି ଇନକମ୍ବେସୀ ଫ୍ୟାକ୍ଟର୍  ବା ଶାସକ ବିରୋଧୀ  ପ୍ରତିକ୍ରିୟା ଉଠିଥିବା ସହ ବିଜେପି ବନାମ ମୋଦୀ ସପକ୍ଷରେ ପରିବର୍ତ୍ତନ ବା  ଅନ୍ତଃ- ସୁପର୍ ଲହର ସୃଷ୍ଟି ହୋଇଛି । ତେବେ ଚଳିତ ନିର୍ବାଚନରେ ଟିକେଟ ବଣ୍ଟନ ବେଳେ ଶେଷପର୍ଯ୍ୟନ୍ତ ରାଜ୍ୟରେ ବିଜେଡି- ବିଜେପି ମେଣ୍ଟ ଚର୍ଚ୍ଚା ଓ ଶେଷରେ ମେଣ୍ଟବିଫଳ ହେବାରୁ  ବ୍ୟାପକ ଦଳଡିଆଁ ଓ ବହୁ ଆଶାୟୀଙ୍କୁ ବଞ୍ଚିତ କରାଯାଇ ଆସୁଥିବାରୁ ଏହି ପରିପ୍ରେକ୍ଷୀରେ କଂଗ୍ରେସଦଳ ବଳକା ଆଶାୟୀଙ୍କୁ ଆପଣେଇ ନେଇ ଫାଇଦାରେ ରହିଛି । ଏଣୁ 'ଦ୍ବୟୋର୍ ବିବାଦେ ତୃତୀୟସ୍ୟ ଲାଭ' ନ୍ୟାୟରେ ଏହି ତ୍ରିମୁଖୀପ୍ରତିଦ୍ଵନ୍ଦିତାର ଗଣିତ କଂଗ୍ରେସର ସ୍ଥିତି ଓ ସମ୍ଭାବନାକୁ ଉଜ୍ଜଳ କରିଛି । ତେବେ ଏବଠୁଁ ଏଥିରେ ସରକାର ଗଠନର ଆଶା ପରିଲକ୍ଷିତ ହୋଇପାରିନାହିଁ । 

ବଲାଙ୍ଗୀର ଜିଲ୍ଲାର ବଲାଙ୍ଗୀର ଓ ସୁବର୍ଣ୍ଣପୁର ଦୁଇଟି ଜିଲ୍ଲାକୁ ନେଇ ଗଠିତ ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୭ ଟି ବିଧାନସଭା ଆସନ ଓ ଲୋକସଭା ଆସନରେ ବିଜେପି ବିଗତ ଚାରିଥର ସାଂସଦ ହୋଇଥିବା ପ୍ରାର୍ଥିନୀ ବଲାଙ୍ଗୀରପାଟଣା ରାଣୀ ସଙ୍ଗୀତା କୁମାରୀ ସିଂଦେଓ ଏଥର ମଧ୍ୟ ଦଳୀୟ ଟିକେଟ୍ ପାଇ ଠିଆହୋଇଛନ୍ତି ।  ତେବେ ତାଙ୍କ ବିରୋଧରେ କିଛିମାତ୍ରାରେ ଦଳୀୟ ଅସନ୍ତୋଷ ଥିବାରୁ ପୂର୍ବପରି ଏଥର ମଧ୍ୟ 'ମୋଦୀ ଜରୁରୀ - ସଙ୍ଗୀତା ମଜବୁରୀ' ନାରାର ମୃଦୁଗୁଞ୍ଜନ ଉଠିଛି । ତାଙ୍କ ବିରୋଧରେ ଏହା ମଧ୍ୟ ଅଭିଯୋଗ ରହିଛି ଯେ ସେ ଓ ତାଙ୍କ ବିଗତ ପାଞ୍ଚଥର ପାଟଣାଗଡ ବିଧାୟକ-ମନ୍ତ୍ରୀ ହୋଇଥିବା କନକବର୍ଦ୍ଧନ ସିଂଦେଓ ଏହି ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରାୟ ସବୁ ବିଧାନସଭା ଆସନରେ ଜାଣିଶୁଣି ତାଙ୍କ ଅନୁଗତ ଦୁର୍ବଳ ପ୍ରାର୍ଥୀଙ୍କୁ ସୁପାରିଶ କରିଆସୁଛନ୍ତି। ଏହା ଅମୂଳକ ହେଇପାରେ । କେବଳ ଲୋଇସିଂହାକୁ ଛାଡିଦେଲେ, ଅନ୍ୟାନ୍ୟ ଚାରି/ ପାଞ୍ଚଟି ଆସନର ପ୍ରାର୍ଥୀଙ୍କୁ ଦେଖିଲେ, ଏହା ଅନୁମାନ କରାଯାଇପାରେ। ପାଟଣାଗଡରେ ନିଜେ କେଭି ଉଠିଥିବାବେଳେ ଅନ୍ୟାନ୍ୟ ତିନୋଟି (ସୋନପୁର, ବୀରମହାରାଜପୁର ଓ କଣ୍ଟାବାଞ୍ଜି) ରେ ଗତଥରର ପ୍ରାର୍ଥୀଙ୍କୁ ରିପିଟ୍ କରାଯାଇଛି । ଚଳିତଥର ବଲାଙ୍ଗୀର ଓ ଟିଟିଲାଗଡ ଆସନରେ ନବାଗତଙ୍କୁ ସୁଯୋଗ ମିଳିଥିବା ବେଳେ ଟିଟିଲାଗଡ ଆସନରେ ଠିଆହୋଇଥିବା ପ୍ରାର୍ଥୀଙ୍କୁ ନେଇ ଉଭୟ ଦଳୀୟ ଓ ଭୋଟରଙ୍କ ମହଲରେ ଏଭଳି ଅସନ୍ତୋଷ ଅଧିକ ପ୍ରକାଶ ପାଇଛି। ଏହି ଆସନରେ ମୁଖ୍ୟ ପ୍ରତିପକ୍ଷ ବିଜେଡିର ଗତ ଦୁଇଥରର ବିଧାୟିକା-ମନ୍ତ୍ରୀ ଏଥର ମଧ୍ୟ ତୃତୀୟଥର ପାଇଁ ପ୍ରାର୍ଥିନୀ ହୋଇଥିବାରୁ ସେଠାରେ ବିଜେପି ଭାବିଚନ୍ତି ଜଣେ ସୁସଂଗଠକ ଓ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଦେବାକଥା ଥିଲା । ପୁନଶ୍ଚ ଏହି ବିଧାନସଭା ନିର୍ବାଚନମଣ୍ଡଳୀର ସଂଲଗ୍ନ ବିଧାନସଭା ଆସନରେ ଏଥର ଖୋଦ୍  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବାରୁ ଏହି ଆସନର ଗୁରୁତ୍ୱ ଆହୁରି ବଢିଯାଇଛି । ଆହୁରି ମଧ୍ୟ ଅନ୍ୟପାର୍ଶ୍ବର ବିଧାନସଭା ସଇଁନ୍ତଳା ଆସନରେ କଂଗ୍ରେସର ଜଣେ ପୂର୍ବତନମନ୍ତ୍ରୀ ତଥା ହେଭିଉଏଟ୍ କଂଗ୍ରେସ ଦଳ ଛାଡି ଏଥର ବିଜେଡିର ସାଂସଦ ପ୍ରାର୍ଥୀଭାବରେ ଲଢୁଛନ୍ତି । ଏହାସହିତ ବିଜେଡିର ପୂର୍ବର ଥରେ ବିଧାୟକ ତଥା ଦୁଇଥରର ସାଂସଦ ଏଥର ବଲାଙ୍ଗୀର ବିଧାୟକ ଭାବରେ ବିଜେଡିରୁ ଲଢୁଛନ୍ତି । ପାଟଣାଗଡ ଆସନରେ ବିଜେଡିର ପୂର୍ବତନ ବିଧାୟକ ତଥା ବିଧାନସଭା ଉପ-ମୁଖ୍ୟସଚେତକ ଏଥର ମଧ୍ୟ ବିଜେଡି ପ୍ରାର୍ଥୀ ହୋଇଛନ୍ତି । ସେପଟେ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁରରେ ବିଗତ ଚାରିଥରର ବିଜେଡି ବିଧାୟକ ତଥା ମନ୍ତ୍ରୀ ଓ ବୀରମହାରାଜପୁର ଆସନରେ ପୂର୍ବତନ ବିଜେଡିମନ୍ତ୍ରୀ ଏଥର ପୁଣି ବିଜେଡିର ଟିକେଟ୍ ପାଇ ପ୍ରାର୍ଥୀ ହୋଇଛନ୍ତି । ଅଧିକନ୍ତୁ ବଲାଙ୍ଗୀର ଆସନରେ ରାଜ୍ୟର ଜଣେ ହେଭିଉଏଟ୍ ନେତା ଦୁଇଥର ବିଧାୟକ ଓ ବିରୋଧୀଦଳ ନେତା ବା କଂଗ୍ରେସର ବିଧାୟକଦଳ ନେତାଙ୍କ ପୁଅ ପୂର୍ବତନ ପରାଜିତ ସାଂସଦ ପ୍ରାର୍ଥୀ ଏଥର ମଧ୍ୟ କଂଗ୍ରେସଦଳର ପ୍ରାର୍ଥୀ ରହୁଛନ୍ତି । ଏଣୁ ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀ ଓ ବଲାଙ୍ଗୀର ଜିଲ୍ଲାର ଚଳିତ ନିର୍ବାଚନର ସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି । 

ତଥାପି ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥୀତ୍ବ କେବଳ ତାଙ୍କୁ ଜିତାଇଦେବା ବ୍ୟତୀତ ଅନ୍ୟତ୍ର ମୋଦୀଲହରର  ଅନ୍ତଃସ୍ରୋତ ସୃଷ୍ଟି ହୋଇଛି । ବିଭିନ୍ନ ଖଟିରେ ରାଜନୈତିକ ବା ନିର୍ବାଚନକୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହୁଏ ଯେ' ସାନ ସାଁକାରର ହଲିଆ ହେବାରଠାନୁ ବଡସାଁକାରର ହଲିଆ ହେବାଟା ବନେ ଆଏ ' (ଅର୍ଥାତ୍ ସାନ ସାଉକାରର ହଳିଆ ହେବା ଅପେକ୍ଷା ବଡ ସାଉକାରର ହଳିଆ ହେବା ଶ୍ରେୟସ୍କର) ଏଥରୁ ଏହି ନିର୍ବାଚନର ଆଗାମୀ ଫଳାଫଳ ଅନୁମେୟ । 
ଉଲ୍ଲେଖନୀୟ ଯେ, ଚଳିତଥରର ନିର୍ବାଚନ ପ୍ରସଙ୍ଗବିହୀନ ଓ ଚିହ୍ନଭିତ୍ତିକ ଏବଂ ଦଳର ମୁଖ୍ୟନେତାମାନେ ଭୋଟରଙ୍କୁ ଆକର୍ଷିତ କରିଥିବାବେଳେ, ପ୍ରାର୍ଥୀଙ୍କର  ଗୁରୁତ୍ବ କମ୍ । ତଥାପି ଏହି ସମୀକରଣ ଓ ଫଳାଫଳର ଅନୁମାନ ବଦଳିଯିବା ଅସମ୍ଭବ ନୁହେଁ ।


News Comment




Photo in News

Advertisment
Lastest News
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   28-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   28-Sep-2026
  ଜିଲ୍ଲା  
ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   28-Sep-2026
  ଜିଲ୍ଲା  
ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର   28-Sep-2026
  ଜିଲ୍ଲା  
ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   28-Sep-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ   28-Sep-2026
  ଜିଲ୍ଲା  
ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   28-Sep-2026
  ଜିଲ୍ଲା  
କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   28-Sep-2026

You Might Also Like