-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
23-Apr-2024
ତୁଷୁରା (ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲା ତୁଷୁରା ଏନଏସିର ୨ ନମ୍ବର ୱାର୍ଡ ଖର୍ଡା ଗ୍ରାମରେ ଚାଳିଥିବା ରାମଲୀଳା ନାଟକରେ ରାମ ବିବାହ ସମ୍ପନ୍ନ ହୋଇ ଯାଇଛି । ଆଦ୍ୟକାଣ୍ଡରେ ପ୍ରଭୁ ରାମ ଚନ୍ଦ୍ର, ଲକ୍ଷ୍ମଣ ,ଭରତ, ଶତୃଘନଙ୍କ ଜନ୍ମ ଠାରୁ ନାଟକ ଆରମ୍ଭ ହୋଇ ବିଶ୍ଵାମିତ୍ରଙ୍କ ଯଜ୍ଞକୁ ରାକ୍ଷାସ ମାନଙ୍କଠାରୁ ରକ୍ଷା କରିବା ସହିତ ରାକ୍ଷାସୀ ତାଡକାକୁ ବଧ ସହ ଅହଲ୍ୟାକୁ ପାଶାଣରୁ ଉଦ୍ଧାର କରି ମିଥିଲା ରାଜ୍ୟରେ ଶିବ ଧନୁ ଭଗ୍ନ କରି ମାତା ସୀତାଙ୍କୁ ବିବାହ କରିଛନ୍ତି। ପୁରୁନ୍ଦର ହୋତା ପୂଜକ ଦାୟିତ୍ଵ ରେ ଥିବା ବେଳେ, ପ୍ରମୋଦ ସାହୁ, ନିମାଇଁ ମହାଲିଙ୍ଗ, କୁଞ୍ଜ ବୁଧିଆ ତିନିଜଣଙ୍କ କଣ୍ଠରୁ ସଦାଶିବ ରଚିତ ଗାୟନ ହୋଉଛି।ଚଳିତ ବର୍ଷ ରାମ ଭୁମିକାରେ ଟିକେବୁଡୁ ରାଏ, ସୀତା ଗୋବିନ୍ଦା ବଢିଆ, ଲକ୍ଷ୍ମଣ ଧନ ବାଗ,ହନୁମାନ ନୀଲମଣି ମହାଲିଙ୍ଗ ଏବଂ ଦଶରଥ ନିତ୍ୟାନନ୍ଦ ସାହୁ, ଜନକ ନାରାୟଣ ସାହୁ ଇତ୍ୟାଦି ବିଭିନ୍ନ ଭୁମିକା ମାନଙ୍କରେ ଅଭିନୟ କରୁଛନ୍ତି। ସଞ୍ଜିପ ସାହୁ ଓ ତାଙ୍କ ଧର୍ମପତ୍ନୀ ବାସନ୍ତୀ ସାହୁ ମାତା ସୀତାଙ୍କ ପିତା ମାତା ହୋଇ ଥିବା ବେଳେ ରହିତ ବାଗ ଓ ତାଙ୍କ ଧର୍ମପତ୍ନୀ ଟୁଲୁ ବାଗ ପ୍ରଭୁ ଶ୍ରୀରାମଙ୍କ ମାତାପିତାର ହେବାର ସ୍ବଭାଗ୍ୟ ଲାଭ କରିଥିଲେ। ୧୪ ଦିନ ଧରି ଖର୍ଡା ର ରାମଲୀଳା ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରତ୍ୟେକ ଦିନ ରାତିରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରାମଲୀଳା ନାଟକ ଅନୁଷ୍ଠିତ ହୋଇଆସୁଛି।ପ୍ରବଳ ମାତ୍ରାରେ ଆଖପାଖ ବିଭିନ୍ନ ଗାଁ ରୁ ରାମଲୀଳା ନାଟକ ଦେଖିବାକୁ ଦର୍ଶକ ମାନଙ୍କ ଭିଡ ଦେଖିବାକୁ ମିଳୁଛି।