-+91-9937148622 |

prerana_bgr@rediffmail.com |

  Monday 12th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   (11-Oct-2026)       ||      ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   (11-Oct-2026)       ||      ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   (11-Oct-2026)       ||      *ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   (11-Oct-2026)       ||      ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   (11-Oct-2026)       ||      କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   (11-Oct-2026)       ||      ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା    (11-Oct-2026)       ||      ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   (11-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   (11-Oct-2026)       ||      ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   (11-Oct-2026)       ||      ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ    (11-Oct-2026)       ||      କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   (11-Oct-2026)       ||      ମୋତେ ପ୍ରଭାବିତ କରିଥିବା ବହିଟିଏ ଶୀର୍ଷକ ଆଲୋଚନାଚକ୍ର ପୁସ୍ତକ ସହ ନିଷ୍ଠାପର ସମ୍ପର୍କ ରହିଲେ ଜୀବନର ବହୁ ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ଉଚିତ ମାର୍ଗଦର୍ଶନ ମିଳିଥାଏ    (11-Oct-2026)       ||      ବିଜୟପଲ୍ଲୀ ସଂସ୍କୃତ ମହାବିଦ୍ୟାଳୟରେ ଜୁଭେନ୍ତିକା କାର୍ଯ୍ୟକ୍ରମ   (11-Oct-2026)       ||      ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   (11-Oct-2026)       ||      ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   (11-Oct-2026)       ||      ବଳିଟିକ୍ରା - ବୁରୋମୁଣ୍ଡା ରାସ୍ତା ରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ,   (11-Oct-2026)       ||      ବଲାଙ୍ଗୀରରେ କାଂସିରାମ ଜୀଙ୍କ ୨୦ତମ ପରିନିର୍ବାଣ ଦିବସ ପାଳିତ   (10-Oct-2026)       ||      ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର    (10-Oct-2026)       ||      ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ    (10-Oct-2026)       ||     

HOME   ଜିଲ୍ଲା

ବିଜେଡିର ସାଂସଦପ୍ରାର୍ଥି ସୁରେନ୍ଦ୍ର ସିଂଭୋଇଙ୍କୁ ବଲାଙ୍ଗୀରରେ ଭବ୍ୟ ସ୍ୱାଗତ

08-Apr-2024



ବାଲାଙ୍ଗୀର,-ସଇଁତଳାର ସୁରେନ୍ଦ୍ର ସିଂଭୋଇ ପୂର୍ବରୁ କଂଗ୍ରେସରେ ଥିଲେ । କଂଗ୍ରେସଦଳରୁ ବିଧାୟକ ଓ ମନ୍ତ୍ରୀ ମଧ୍ୟ ହୋଇଥିଲେ । କିନ୍ତୁ ସେ ଦୁଇ ଦୁଇଥର ଟିଟିଲାଗଡ ଆସନରୁ ହାରିବା ପରେ ଚଳିତଥର ସମୀକରଣ ବଦଳିଛି । ଏଥର ସେ ବିଜେଡିଦଳକୁ ଯାଇ ସିଧା ସାଂସଦ ପ୍ରାର୍ଥି ହୋଇଛନ୍ତି । ତେଣୁ ତାଙ୍କୁ ବଲାଙ୍ଗୀର ସଂସଦୀୟ କ୍ଷେତ୍ରର ସୋନପୁର ଓ ବଲାଙ୍ଗୀର ଜିଲ୍ଲାରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶନିବାର ଦିନ ସୋନପୁରର ମେହେର କଲ୍ୟାଣ ମଣ୍ଡପଠାରେ ଜିଲ୍ଲାର ନେତା ଓ କର୍ମି ସ୍ୱାଗତ କରିଥିବା ବେଳେ ଆଜି ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ଭବ୍ୟସ୍ୱାଗତ

କରାଯାଇଛି । ଶ୍ରୀ ସିଂଭୋଇ ଗତକାଲି ସୋନପୁରରୁ ଆସିଲା ବେଳେ ବଲାଙ୍ଗୀର ଜିଲ୍ଲାର ବଇରାସର ଗ୍ରାମଠାରେ ଲୋଇସିଂହା ନିର୍ବାଚନମଣ୍ଡଳିର ବିଜେଡି ବିଧାୟକ ପ୍ରାର୍ଥି ନୀହାର ବେହେରା,ପୁଇଁତଳା ବ୍ଲକଅଧ୍ୟକ୍ଷ ସରୋଜ ପଧାନଙ୍କ ନେତୃତ୍ୱରେ ଶତାଧିକ ଲୋକଙ୍କୁ ସ୍ୱାଗତ ଜଣାଇଥିଲେ । ପରେ ବଲାଙ୍ଗୀର ପହଞ୍ଚିଲା ପରେ ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ସମ୍ମୁଖରେ ବଲାଙ୍ଗୀର ବିଜେଡି ବିଧାୟକ ପ୍ରାର୍ଥି କଳିକେଶ ନାରାୟଣ ସିଂଦେଓ, ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ,ସଦର ବ୍ଲକ ଅଧ୍ୟକ୍ଷ ସରିତା ବାଗ, ଜିଲ୍ଲା ବିଜୁମହିଳା ସଭାନେତ୍ରୀ ଦମୟନ୍ତି ବାଗ ପ୍ରମୁଖ ସୁରେନ୍ଦ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏଠାରେ ବଲାଙ୍ଗୀରର ଇଷ୍ଟଦେବୀ ପାଟଣେଶ୍ୱରୀ ଓ ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରି ଶତାଧିକ ପୁରୁଷ/ମହିଳାଙ୍କ ଗହଣରେ ଏକ ଶୋଭାଯାତ୍ରାରେ ଶୈଳଶ୍ରୀ ପ୍ୟାଲେସରେ ପହଞ୍ଚିଥିଲେ । ଶୈଳଶ୍ରୀ ପ୍ୟାଲେସରେ ବିଜେଡିର ରାଜ୍ୟ ସଂପାଦକ ଲକ୍ଷ୍ମଣ କୁମାର ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସାଂସଦ ପ୍ରାର୍ଥି ସୁରେନ୍ଦ୍ର ସିଂଭୋଇ ଓ ନୂତନକରି ବିଜେଡିରେ ଯୋଗଦେଇଥିବା ବ୍ୟକ୍ତିବିଶେଷଙ୍କୁ କଳିକେଶ ନାରାୟଣ ସିଂଦେଓ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଆସନ୍ତା ନିର୍ବାଚନରେ ସମସ୍ତ ବିଜେଡି କର୍ମି ମିଳିତ ଭାବରେ ପରିଶ୍ରମ କରି ବିଜେଡିର ବିଧାୟକ ଓ ସାଂସଦ ପ୍ରାର୍ଥିମାନଙ୍କୁ ବିଜୟୀ କରାଇବାକୁ କଳିକେଶ ଆହ୍ୱାନ ଜଣାଇଥିଲେ । ବଲାଙ୍ଗୀର ରାଜପରିବାର ସହିତ ସଇଁତଳାର ଜମିଦାର ପରିବାରର ପୁରୁଣା ସମ୍ପର୍କ ରହିଆସିଛି । ସ୍ୱର୍ଗତ ଜମିଦାର ରମେଶଚନ୍ଦ୍ର ସିଂଭୋଇ ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ଅତି ଅନ୍ତରଂଙ୍ଗ ଥିଲେ । ତେଣୁ ସେହି ପରିବାରରୁ ଆସିଥିବା ସୁରେନ୍ଦ୍ର ସିଂଭୋଇଙ୍କୁ ରାଜପରିବାର ଗ୍ରହଣ କରିବାରେ କୌଣସି ଅସୁବିଧା ନାହିଁ ବୋଲି କଳିକେଶ କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡିରେ ନୂତନକରି ଯୋଗଦେଇଥିବା ଅସୀମ ପଟ୍ଟନାୟକ, ସୁଦାମ ସାହୁ, ଗୌରୀ ସାହୁ, ଚନ୍ଦ୍ରମଣୀ ତ୍ରୀପାଠୀ ପ୍ରମୁଖଙ୍କୁ କଳିକେଶ ଉତ୍ତୟରିୟ ଦେଇ ସ୍ୱାଗତ ଜଣାଇଥିଲେ । ସେହିପରି ପ୍ରଦ୍ୟୁତ ମିଶ୍ରଙ୍କୁ ନେତୃତ୍ୱରେ ଆସିଥିବା ବଲାଙ୍ଗୀର ଶାନ୍ତିପଡା, ଦେଓଗାଁ ଅଞ୍ଚଳର ପ୍ରାୟ ୧୫୦ଜଣ ଯୁବକଙ୍କୁ ବିଜେଡି ଦଳରେ ସାମିଲ କରାଇ

ସ୍ୱାଗତ କରାଯାଇଥିଲା । ଠିକ ସେହିପରି  ରାଜ୍ୟ ବିଜେଡିଦଳ ତରଫରୁ ବରିଷ୍ଠନେତା ଲକ୍ଷ୍ମଣକୁମାର ମେହେରଙ୍କୁ ରାଜ୍ୟସଂପାଦକ ପଦ ମିଳିଥିବାରୁ ତାଙ୍କୁ ମଧ୍ୟ କଳିକଶେ ସମ୍ବର୍ଦ୍ଧିତ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗୀର ବିଜେଡି ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଦୁର୍ଗାପ୍ରସାଦ ବେହେରା, ଜୟରାମ ମିଶ୍ର, ଭଗବାନ ବଗର୍ତ୍ତି, ସୁଶୀଳ ଚାନ୍ଦ, ପ୍ରଦୀପ ସାହୁ,ଓଁକାର ହୋତା,ନରସିଂହ ବାଗ, ମହେନ୍ଦ୍ର ବାଘ, ଦେବଦତ୍ତ ବେହେରା,ଲେଙ୍କା ସାହୁ,ପୂର୍ବତନ ପୌରାଧ୍ୟକ୍ଷା ସନ୍ତୋଷିନୀ ବେହେରା,ଉପାଧ୍ୟକ୍ଷା ଲିପିଶ୍ରୀ ସାଏ,କାଉନସିଲର ସରିତା ଦାସ ସମେତ ଶତାଧିକ ପୁରୁଷ/ମହିଳା ଉପସ୍ଥିତ ରହିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   11-Oct-2026
  ଜିଲ୍ଲା  
ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   11-Oct-2026
  ଜିଲ୍ଲା  
ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   11-Oct-2026
  ଜିଲ୍ଲା  
*ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   11-Oct-2026
  ଜିଲ୍ଲା  
ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   11-Oct-2026
  ଜିଲ୍ଲା  
କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   11-Oct-2026
  ଜିଲ୍ଲା  
ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା   11-Oct-2026
  ଜିଲ୍ଲା  
ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   11-Oct-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   11-Oct-2026
  ଜିଲ୍ଲା  
ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   11-Oct-2026
  ଜିଲ୍ଲା  
ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ   11-Oct-2026
  ଜିଲ୍ଲା  
କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   11-Oct-2026

You Might Also Like