-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
07-Apr-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଛକ ସ୍ଥିତ ଶ୍ରୀରାମ ମନ୍ଦିର ଠାରେ କଣ୍ଟାମାଳ ଶ୍ରୀରାମ ଚରିତ ମାନସ ପରାୟଣ ଭକ୍ତ ବୃନ୍ଦ ଙ୍କ ଆନୁକୂଲ୍ୟରେ ନଅ ଦିନ ବ୍ୟାପି ଚାଲିବାକୁ ଥିବା ଶ୍ରୀରାମ ଚରିତ ମାନସ ପlରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ର ରବିବାର ତୃତୀୟ ଦିବସ ମଧ୍ୟାହ୍ନ ରେ ଆୟୋଜିତ ପlରାୟଣ ରେ ପ୍ରଭୁ ଶ୍ରୀରାମଙ୍କ ଅମୃତମୟ କଥା ଶ୍ରବଣ କରିବା ପାଇଁ ବହୁ ସଂଖ୍ୟାରେ ରାମ ପିପାସୁ ଭକ୍ତ ତଥା ସଜ୍ଜନ ମଣ୍ଡଳୀ ଯୋଗଦେଇ ଦେଇ ରାମ ରଙ୍ଗରେ ରଙ୍ଗlୟିତ ହୋଇଥିଲେ l ସୁବର୍ଣ୍ଣପୁର ଜିଲ୍ଲା ତେଲେଣ୍ଡା ଗ୍ରାମର ପlରାୟଣ ବ୍ୟାସ ଶ୍ରୀ ଗୋବର୍ଦ୍ଧନ ମିଶ୍ର ଙ୍କ ତୃତୀୟ ଦିବସ ପାରାୟଣ ରେ ସୀତା ବିବାହ ଓ ପ୍ରଭୁ ଶ୍ରୀରାମ ଙ୍କ ବରାନୁଗମନ କଥା ବର୍ଣ୍ଣନା କରିଥିଲେ l ସୀତା ବିବାହ ଅବସରରେ ବାଜା,ବାଣ, ରୋଷଣୀ, ନୃତ୍ୟ, ଗୀତ ଓ ଡିଜେ ସଂଗୀତ ସହ ମହିଳା ଓ ପୁରୁଷ ଭକ୍ତ ପ୍ରଭୁ ଶ୍ରୀରାମ ଙ୍କ ଭବ୍ୟ ବରଯାତ୍ରୀରେ ନଗର ପରିକ୍ରମା ରେ ଆସି ଶ୍ରୀରାମ ମନ୍ଦିର ପହଞ୍ଚିଥିଲେ l ବର ପକ୍ଷରୁ ବର ପିତା ଓ ମାତା ଭାବେ ଦାମୋଦର ସ୍ୱାଇଁ ସସ୍ତ୍ରିକ ଓ ମାତା ସୀତା ଙ୍କ ପକ୍ଷରୁ କନ୍ୟା ପିତା ଭାବେ ନୀଳାଞ୍ଚଳ ଗୁରୁ ସସ୍ତ୍ରିକ ବିବାହ କାର୍ଯ୍ୟ ତୁଲାଇଥିଲେ l ପୁରୋହିତ ଭାବେ ପଣ୍ଡିତ ସନତ କୁମାର ମିଶ୍ର ସୀତା ବିବାହ କାର୍ଯ୍ୟ କରିଥିଲେ l ସେହିପରି ସନ୍ଧ୍ୟାରେ
ଘଟିକିଆ ଭୁବନେଶ୍ୱର ରୁ ଆଗତ ଶ୍ରୀରାମ କଥା ବାଚକ ଶ୍ରୀଯୁକ୍ତ ବୈଦ୍ୟନାଥ ଦାଶ ପ୍ରବଚନ ବ୍ୟାସ ଭାବେ ଯୋଗଦେଇ ପ୍ରଭୁ ଶ୍ରୀରାମ ଙ୍କ ଅମୃତମୟ କଥାରେ ଶିବ ବିବାହ କଥା ଶ୍ରୋତା ମାନଙ୍କୁ ଖୁବ ସୁନ୍ଦର ଭାବେ ବର୍ଣନା କରି ବୁଝାଇଥିଲେ l ଶ୍ରୀରାମ କଥାରେ ସମଗ୍ର ପ୍ରବଚନ ପୀଠ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିବା ଦେଖିବାକୁ ମିଳିଥିଲା l କଣ୍ଟାମାଳ ବ୍ଲକଛକ ଶ୍ରୀରାମ ଚରିତ ମାନସ ଆୟୋଜନ କମିଟି ସଭାପତି ସନ୍ତୋଷ କୁମାର ବିଶି, ସମ୍ପାଦକ ଦାମୋଦର ସ୍ୱାଇଁ,ସନତ କୁମାର ମିଶ୍ର,ନୀଳାଞ୍ଚଳ ଗୁରୁ, ରବୀନ୍ଦ୍ର କୁମାର ମହାପାତ୍ର,ହରିବନ୍ଧୁ ପୁରୋହିତ,ରାଜ କିଶୋର ମିଶ୍ର,ମନୋଜ କୁମାର ରାଜହଂସ, ଜୟ କୁମାର ମହାରଣା,ପୂର୍ଣ୍ଣ ଚରଣ ସାହୁ,ଗୌରାଙ୍ଗ ବଗର୍ତ୍ତୀ, ଅପର୍ତ୍ତି ପ୍ରଧାନ,ପ୍ରଦୀପ ପ୍ରଧାନ, ଭୀମସେନ ସ୍ୱାଇଁ ସମେତ ବହୁ ସଂଖ୍ୟାରେ ମହିଳା ଭକ୍ତ ଯୋଗଦେଇଥିଲେ l