-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
07-Apr-2024
ସିନ୍ଧେକେଲା(ଦୀନେଶ ଜୈନ ): ପରମ ପୂଜ୍ୟ ଆଚାର୍ଯ୍ୟ ଶ୍ରୀ ମହାଶ୍ରମଣଜୀ ଙ୍କ ଶୁସୀଷ୍ୟା ସମଣି ନିର୍ଦ୍ଦେଶିକା ଜିନ ପ୍ରଜ୍ଞା ଓ ସମଣି କ୍ଷାନ୍ତି ପ୍ରଜ୍ଞା ସମଣି ଉପକେନ୍ଦ୍ର ହେତୁ ସିନ୍ଧେକେଲା ବିରାଜମାନ କରିଥିବାରୁ ଗତକାଲି ଶନିବାର ଦିନ ସ୍ଥାନୀୟ ଅଗ୍ରୱାଲ ଜୈନ ତେରାପଂଥ ଭବନରେ ରାତି ୭ ରୁ ୮ ସାମାୟିକ କାର୍ଯ୍ୟକ୍ରମ ପରେ ତାଙ୍କର ସ୍ୱାଗତ ସମାରୋହ ସ୍ଥାନୀୟ ତେରାପଂଥ ସଭା , ମହିଳା ମଣ୍ଡଳଓ ଯୁବକ ପରିଷଦ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ସ୍ଥାନୀୟ ମହିଳା ମଣ୍ଡଳଙ୍କ ସାମୁହିକ ମଙ୍ଗଳାଚରଣ ସହ କାର୍ଯ୍ୟକ୍ରମ ସୁଭାରମ୍ବ ହୋଇଥିଲା । ତେରାପଂଥ ସଭା ଅଧ୍ୟକ୍ଷ ବଜରଙ୍ଗ ଜୈନ ତାଙ୍କର ସ୍ୱାଗତ ଭାଷଣରେ ସମଣି ଦ୍ୱୟଙ୍କ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହ ସ୍ଥାନୀୟ ତଥା ବାହାରୁ ପହଁଚିଥିବା ସମସ୍ତ ସ୍ରାବକ ସ୍ରାବିକାଙ୍କ
ମଧ୍ୟ ସ୍ୱାଗତ କରିଥିଲେ । ଓଡିଶା ପ୍ରାନ୍ତୀୟ ଜୈନ ଶ୍ୱେତାମ୍ବର ତେରାପଂଥ ସଭା ଅଧ୍ୟକ୍ଷ ମୁକେଶ ଜୈନ , ମହିଳା ମଣ୍ଡଳ ସଦସ୍ୟା ସଞ୍ଜୁ ଦେବୀ ଜୈନ , ଯୁବକ ପରିଷଦ ଅଧ୍ୟକ୍ଷ ନିତେଶ ଜୈନ , ମହାସଭା ପ୍ରଭାରୀ ତଥା ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ ପ୍ରମୁଖ ନିଜ ନିଜର ବକ୍ତବ୍ୟ ଓ ଗୀତିକା ମାଧ୍ୟମରେ ସମଣିଜୀଙ୍କ ସ୍ୱାଗତ କରିଥିଲେ ।
ସମଣି ଜିନ ପ୍ରଜ୍ଞା ତାଙ୍କର ଉଦବୋଧନ ରେ କହିଥିଲେ ଯେ ଚଳିତ ଚୈତ୍ର ନବରାତ୍ରୀ ମଧ୍ୟରେ ଓଁ ଭିକ୍ଷୁ ଙ୍କ ସବା ଲକ୍ଷ ଜପ କରିବା ଲକ୍ଷ ଥିବାରୁ ଏଠାରେ କମରୁ କମ ୧୦୮ ଜଣ ଜପ କରିବା ପାଇଁ ପ୍ରେରଣା ଦେଇଥିଲେ । ସମଣି କ୍ଷାନ୍ତି ପ୍ରଜ୍ଞା କହିଥିଲେ ଯେ ଆଜିର ସ୍ୱାଗତ ହେଉଛି ଏକ ପ୍ରକାର ଓପଚାରିକ କିନ୍ତୁ ଅସଲି ସ୍ୱାଗତ ତେବେ ହେବ ଯେବେ ସମଣିଜୀଙ୍କ ପ୍ରେରଣାରେ ୧୦୮ ଜପ ସଫଳ ହେବ । ଶେଷରେ ସମଣି ଜିନ ପ୍ରଜ୍ଞା ଙ୍କ ମଙ୍ଗଳପାଠ ସହ କାର୍ଯ୍ୟକ୍ରମ
କୁ ବିରାମ ଦିଆଗଲା । ମଞ୍ଚ ପରିଚାଳନା ମହାସଭା ଆଞ୍ଚଳିକ ପ୍ରଭାରୀ ତଥା ପ୍ରାନ୍ତୀୟ ସଭା ପୂର୍ବତନ ଅଧ୍ୟକ୍ଷ ଛତ୍ରପାଳ ଜୈନ କରିଥିବାବେଳେ ସଭା ଅଧ୍ୟକ୍ଷ ବଜରଙ୍ଗ ଜୈନ , ସମ୍ପାଦକ ନବୀନ ଜୈନ , ଉପାଧ୍ୟକ୍ଷ ସୁବାଷ ଜୈନ , ଯୁବକ ପରିଷଦ ର ସଭାପତି ନିତେଶ ଜୈନ , ଧିରଜ ଜୈନ , ମହିଳା ମଣ୍ଡଳ ଅଧ୍ୟକ୍ଷା ପୁଷ୍ପା ଜୈନ , ଅଗ୍ରୱାଲ ସଭା ଅଧ୍ୟକ୍ଷ ପ୍ରସନ୍ନ ଜୈନ , ସମ୍ପାଦକ ସୁନିଲ ଜୈନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ବିଶେଷ ସହଯୋଗ କରିଥିଲେ ।