-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
07-Apr-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ପଲସାଗୋରାର କଲ୍ୟାଣ ମଣ୍ଡପରେ ନିରଞ୍ଜନ ସାହୁ ଓ ଲକ୍ଷ୍ମୀ ଧର ସାହୁଙ୍କ ଆହ୍ୱାନରେ ବ୍ଳକ ସ୍ତରୀୟ ତୈଳିକ (କୁବେର ) ସମାଜର ବୈଠକ ରୂପଧର ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ପଶ୍ଚିମଓଡିଶା - ଛଡିଶଗଡ଼ କୁବେର ମହାସଙ୍ଘର ସଭାପତି
ଲକ୍ଷ୍ମଣ ସାହୁ ମୁଖ୍ୟଅତିଥି ଓ ଉକ୍ତ ମହାସଙ୍ଘର ସଂପାଦକ ରମେଶ କୁମାର ସାହୁ, କୋଷାଧ୍ୟକ୍ଷ ନିତ୍ୟାନନ୍ଦ ସାହୁ, ମାତୃମଞ୍ଚର ସଭାପତି ସସ୍ମିତା ସାହୁ, ବଲାଙ୍ଗିର ସାଇର ସଭାପତି ପ୍ରଦୀପ ସାହୁ ଓ ଯୁବାମଞ୍ଚର ସଂଯୋଜକ ମହେଶ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ତୈଳିକ ସମାଜର ଐତିହ, ପରମ୍ପରା, ସଂସ୍କୃତି ଓ ଭାଇଚାରା ଉପରେ ବକ୍ତବ୍ୟ ରଖିଥିଲେ। ଆଗକୁ ତୃଣମୂଳଠାରୁ ବିସ୍ତୃତ କରାଯିବା ନେଇ ସଭାପତି ଶ୍ରୀ ସାହୁ ପ୍ରକାଶ କରିଥିଲେ। ଏଥିରେ ବ୍ଳକର ୮୫ ଘର ତୈଳିକ ସମାଜର ମୁଖିଆ ଓ ପରିବାର ଯୋଗ ଦେଇଥିଲେ। ଲକ୍ଷ୍ମୀ ଧର ସାହୁ ଧନ୍ୟବାଦ ଦେଇଥିଲେ।