-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
07-Apr-2024
ବାଲାଙ୍ଗୀର// ବଲାଙ୍ଗୀର ଜିଲ୍ଲାରେ ଗତ କିଛିଦିନ ମଧ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ କାରଣରୁ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗତ କିଛିଦିନ ତଳେ ଖୁଜେନପାଲି ଗ୍ରାମର ତ୍ରୀନାଥ ବକୁଳ ନାମକ ଜଣେ ଯୁବକର ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଶନିବାର ରାତିରେ ସ୍ଥାନୀୟ ହସପିଟାଲ କଲୋନୀରେ ଆଉ ଜଣେ ଯୁବକ ଗୋଲକ ମାଝୀ(୩୫)ଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗୋଲକ ସକାଳ ବେଳା ଠିକଥିଲେ ଓ ସେ କିଛିକାମରେ ବାହାରକୁ ଯାଇଥିଲେ । ସେଠାରୁ ଘରକୁ ଫେରିଲା ପରେ ତାଙ୍କ ମୁଣ୍ଡ ପ୍ରବଳ ବିନ୍ଧିଥିଲା । ଭୀମଭୋଇ ଡାକ୍ତରଖାନାକୁ ଯାଇ ଡାକ୍ତରଙ୍କୁ ଦେଖାଇ ଚିକିତ୍ସିତ ମଧ୍ୟ ହୋଇଥିଲେ । କିନ୍ତୁ ରାତିରେ ଘରେ ଶୋଇଥିବା ବେଳେ ହଠାତ ତାଙ୍କୁ ବାନ୍ତି ହୋଇ ଥିଲା । ଡାକ୍ତରଖାନାକୁ ତାଙ୍କୁ ନେଉ ନେବାପରେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପରେ ଭୀମଭୋଇ ଡାକ୍ତରଖାନାରେ ତାଙ୍କର ଶବର ପୋଷ୍ଟମର୍ଟମ କରାଯାଇଛି । ପୋଲିସ ଏକ ଅପମୃତ୍ୟୁମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏବେ ଗୋଲକଙ୍କ ବିଧବାପତ୍ନୀ ଓ ଦୁଇ ପୁଅଝିଅ ରହିଛନ୍ତି । ଗୋଲକ ମୂଳତଃ ତୁଷୁରା ଅଞ୍ଚଳର ମୂଳନୀବାସୀ ହୋଇଥିବା ବେଳେ ଏଠାରେ ତାଙ୍କ ପତ୍ନୀ ନର୍ସଚାକିରିରେ ଥିବାରୁ ଭୀମଭୋଇ ମେଡିକାଲ ହସପିଟାଲର ଏକ କ୍ୱାଟରରେ ରହୁଥିଲେ ଓ ବଲାଙ୍ଗୀରରରେ ବିଭିନ୍ନ ବିଭାଗରେ ଠିକାକାମ କରୁଥିଲେ । ସ୍ଥାନୀୟ ରୁଗୁଡିପଡା ମାଛବଜାର ସେରସୁଆଁଗୁଡି କମିଟିର ଜଣେ ସକ୍ରୀୟ ସଭ୍ୟ ଥିଲେ । ଜଣେ ମେଳାପି ଓ ବନ୍ଧୁବତ୍ସଳ ଯୁବକ ଭାବରେ ପରିଚିତ ଗୋଲକଙ୍କ ମୃତ୍ୟୁରେ ବଲାଙ୍ଗୀରରେ ଶୋକର ଛାୟା ଖେଳିଯାଇଛି । ପ୍ରଶାସନ ଏହି ମୃତ୍ୟୁ ଘଟଣାର ତଦନ୍ତ ପୂର୍ବକ ଅଂଶୁଘାତ ଜନିତ ମୃତ୍ୟୁରେ ସରକାର ଦେଉଥିବା ସହାୟତାରାଶି ପ୍ରଦାନ କରିବାକୁ ଦାବି ହେଉଛି ।