-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
04-Apr-2024
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସୋନପୁର ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ସାମାଜିକ ବିଜ୍ଞାନ ବିଭାଗ ତରଫରୁ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସାମାଜିକ ବିଜ୍ଞାନ ବିଭାଗର ମୁଖ୍ଯ ଅଧ୍ୟାପକ ବିଶ୍ବରଞ୍ଜନ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ଶେଷ ବର୍ଷ ର ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପ ଚନ୍ଦନ ଦେଇ ଉତ୍ସବ କୁ ଆମନ୍ତ୍ରିତ କରିଥିଲେ। ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ଇଂରାଜୀ ଅଧ୍ୟାପକ ମହେନ୍ଦ୍ର କୁମାର ଭୋଇ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଜଣେ ଜଣେ ଭଲ ମଣିଷ ହେବାକୁ କହି ଅନେକ ପ୍ରେରଣାଦାୟୀ ସମ୍ଭାଷଣ ପ୍ରଦାନ କରିଥିଲେ l ଓ ସେମାନଙ୍କ ଉଜ୍ଜ୍ବଳ ଭବିଷ୍ଯତ କାମନା କରିଥିଲେ । ଏହି ସଭାରେ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଜୟକାନ୍ତ ଚାନ୍ଦ, ସିଦ୍ଧାର୍ଥt ପ୍ରଧାନ, ଦିଲିପ ସାହୁ, ତ୍ରିନାଥ ମହାନ୍ତି, ଅଧ୍ୟାପିକ ଆନିନ୍ଦିତା ସାହାଣୀ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କ ସହିତ ତାଙ୍କର ସ୍ମୃତିକୁ ଉପସ୍ଥାପନା କରିବା ସହିତ ନିଜ ଶିକ୍ଷାନୁଷ୍ଠାନ ପାଇଁ ଜଣେ ଜଣେ ଆଦର୍ଶ ହେବାକୁ କହିଥିଲେ l ଏହି ସଭାକୁ ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ରୀ କଲ୍ୟାଣି ଖମାରୀ, ସୁଶ୍ରିତା ମେହେର, ଲିପିକା ମିଶ୍ର, ଜୁବୁଲି ପ୍ରଧାନ ପରିଚାଳନା କରିଥିବା ବେଳେ ସଭା ଶେଷରେ ଲିପସା ମହାକୁଡ ଧନ୍ଯବାଦ ଅର୍ପଣ କରିଥିଲେ । ମନୋଜ ସାହୁ, ଲଲିତ ବଘାର, ସର୍ଜନ ପାଣ୍ଡେ, ସଞ୍ଜୟ ଭୋଇ, ହେମନ୍ତ ସାହୁ, ଅଭିଷେକ ସାହୁ, ମଣ୍ଟୁ ମେହେର ଏବଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା l