-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
03-Apr-2024
ମୁରିବାହଲ(ସୁଦାମ ଚରଣ ବଘାର) ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମୁରିବାହାଲ ମାହେଶ୍ୱରୀ ପୀଠ ରେ ଷାଠିଏ ଘର ଡ଼ୁମାଲ ସମାଜ ମୁରିବାହାଲ ଚକ ର ବାର୍ଷିକ ବୈଠକ ବୁଧବାର ଦିନ ଚକ ସଭାପତି ପ୍ରଫୁଲ ବଘାର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଉଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁରିବାହାଲ ଚକ ଅନ୍ତର୍ଗତ ସମସ୍ତ ଗ୍ରାମର ଜାତିଗଙ୍ଗା, କର୍ମକତା ଉପସ୍ଥିତ ରହି ସମାଜର ରୀତିନୀତି, ସଂସ୍କାର, ଶିକ୍ଷା, ବିବାହ ପଞ୍ଜିକରଣ ଓ ପରିସଂଖ୍ୟାନ ବିଷୟରେ ବିଷଦ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ କମିଟି ର ସାଙ୍ଗଠନିକ ସମ୍ପାଦକ ଅଭିମନ୍ୟୁ ପଧାନ ସଭା ପରିଚାଳନା କରିଥିବା ବେଳେ ସମ୍ପାଦଜ ଉପେନ୍ଦ୍ର ପଧାନ ପୂର୍ବ ବୈଠକ ର ବିବରଣୀ ପ୍ରଦାନ କରିଥିଲେ l କମିଟି ର ଉପଦେଷ୍ଟା ହରେକୃଷ୍ଣ ବଘାର, ପ୍ରଭାକର ବଘାର,କୁମାର ଚନ୍ଦ୍ର ଖମାରୀ,ମକୁନ୍ଦ ପଧାନ, ଗୌରାଙ୍ଗ ମାହାକୁର, ଭୀମ ପଧାନ, ଆଦିବାସ ମାହାର, ଉପସଭାପତି ବାସୁଦେବ ପଧାନ, କୋଷାଧକ୍ଷ ଦେବରାଜ ପଧାନ, କମିଟି ସଦସ୍ୟ ନରୋତ୍ତମ ପଧାନ, ଭୀମ ମହାକୁର, ମୁରଲୀ ଖମାରୀ,ବୁଦ୍ଧଦେବ ଖେତୀ, ଭରତ ପଧାନ,ବିଦ୍ୟା ଖମାରୀ, ବୈଦନାଥ ପଧାନ,ଟିକୁନୁ ପଧାନ,ରୁଷବ ମାହାକୁର, ବିଜୟ ପାତ୍ର, ବାସୁ ମାହାକୁର, ସତ୍ୟବାନ ଛନ୍ଦ, ଲାଲୁ କର୍ମୀ, ମୋହନ କର୍ମୀ, କୁମର ପାତ୍ର, ଦୁର୍ୟୋଧନ ମାହାକୁର, ଚନ୍ଦ୍ର ଶେଖର ଖମାରୀ, ଉପାସୁ ପଧାନ, ତୀର୍ଥ ପଧାନ, ରଙ୍ଗ ଥାଟି, ଶୀଧେଶ୍ୱର କମ୍ପ, ଆନନ୍ଦ ଅମାତ, ସୁରେଶ ମାହାକୁର, କୃତି ଅମାତ, ଦୁର୍ୟୋଧନ ବଘାର,ମାର୍କଣ୍ଡ ନାଏକ, ହର ବଘାର, ହେମସାଗର ବଘାର, ମା ମାହେଶ୍ୱରୀ ପୀଠ ର ପୂଜକ ତ୍ରିସିଂ ବଘାର, ବରୁଆ ଭକ୍ତ ବଘାର ତଥା ସେବକ ବୃନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ l ଶେଷରେ ସୁଦାମ ବଘାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l