-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
01-Apr-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର,)
ଡାବୁଗାଁ ବ୍ଲକ ବାରିଗାଁ ପଞ୍ଚାୟତ ସଦର ମହୁକୁମା ଠାରେ ଧୁମଧାମରେ ପାଳିତ ହୋଇ ଯାଇଛି ଡାବୁଗାଁ ଅଞ୍ଚଳର ଶେଷ ମଣ୍ଡେଇ ଯାତ୍ରା । ଆଦିବାସୀ ଲୋକ ମାନେ ପ୍ରକୃତିର ଉପାସକ । ବର୍ଷ ତମାମ କଷ୍ଟ ସହି ଫସଲ ଉତ୍ପାଦନ କରୁଥିଲେ ମଧ୍ୟ ସେହି ଫସଲକୁ ଗ୍ରାମଦେବତୀ ହିଁ ସୁରକ୍ଷା ଦେଇଥାନ୍ତି ବୋଲି ସେମାନଙ୍କ ବିଶ୍ବାସ ।ତେଣୁ ଫସଲ ଅମଳ ପରେ ଫସଲକୁ ନୈବେଦ୍ୟ ଆକାରରେ ଗ୍ରାମ ଦେବତୀଙ୍କ ନିକଟରେ ପୂଜା କରାଯାଏ । ଏହି ଅବଦାନ ପାଇଁ ଉପାସନାର ପର୍ବ ହେଉଛି ପାରମ୍ପରିକ ମଣ୍ଡେଇ ।ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅଂଚଳରେ ଆଦିବାସୀଙ୍କ ଏହି ସ୍ବତନ୍ତ୍ର ପୂଜାରେ ରହିଛି ଭିନ୍ନ ଏକ ପରମ୍ପରା ମା ଙ୍କ ପ୍ରତୀକ ଲାଠି ଗାଦି ଏକାଠି ରଖାଯାଇ ପୂଜା କରାଯାଏ ।ଆଦିବାସୀ ପର୍ବ ମଣ୍ଡେଇ ଦିନ ପାରମ୍ପରିକ ରୀତିନୀତିରେ ପୂଜାର୍ଚନା ପରେ ସିରା,ପଲଙ୍କି ,ଲାଠି, କୁର୍ଚି ସବୁ ଏକତ୍ରିତ ହଇ ବାଜା ମହୁରୀ ରୋ ତାଳେ ତାଳେ ନାଚ କରି ବରୀଗାଁ ଗ୍ରାମରେ ଏବଂ ସାପ୍ତାହିକ ହାଟରେ ବୁଲିଥିଲେ । ବରୀଗାଁ ମଣ୍ଡାଇ ପାଇଁ ଗହଳି ଗତକାଲି ସାନିବାର ଦିନ ଠାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଛି ବରୀଗାଁ ଅଞ୍ଚଳରେ ସମବାର ବାସି ମଣ୍ଡେଇ ପର୍ଯ୍ୟନ୍ତ ଏହିଭଳି ଗହଳି ଲାଗିରହିଛି।