-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
01-Apr-2024
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ଅନ୍ତର୍ଗତ କୁସଂଗ ଗ୍ରାମରୁ ବିଜେଡି ପାର୍ଥୀ ନିହାରରଞ୍ଜନ ବେହେରା ମା କୁ୍ସଙ୍ଗେଇ ଙ୍କୁ ପୂଜାର୍ଚନା କରି ପ୍ରଚାର କାମ ଆରମ୍ଭ କରିଛନ୍ତି l ବାଜାଗଜା ସହିତ କୁସଂଗ ଗ୍ରାମ ପରିକ୍ରମା କରି ଲୋକଙ୍କ ଆଶୀର୍ବାଦ ନେଇଥିଲେ l ପରେ ପରେ କୁସଂଗ ସ୍ଥିତ ଜଗନ୍ନାଥ ମନ୍ଦିର ଯାଇ ବଡ଼ ଠାକୁର ଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ବ୍ଲକ ସଭାପତି ହୃଦାନନ୍ଦ ବେହେରା, ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ମହିଳା ସଭାନେତ୍ରୀ ଜୋତ୍ସ୍ନାମୟୀ ନାଗ, ଜିଲ୍ଲା ପରିଷଦ ସଦସ୍ୟା ଲିଳିମା ବେହେରା, ସଂଯୁକ୍ତା ବରିହା, ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଜେଡି ଯୁବ ଉପ ସଭାପତି ନୀତେଶ ଅଗ୍ରୱାଲ ସମେତ ଅନେକ ବିଜେଡି କର୍ମକର୍ତା ଉପସ୍ଥିତ ଥିଲେ। ଲୋକଙ୍କ ମଧ୍ୟରେ ବହୁ ଉତ୍ସାହ ଦେଖିବାକୁ ମିଳିଥିଲା। କର୍ମୀ ମାନେ ବେଶ ଉତ୍ସାହ ର ସହିତ ନିହାର ରଞ୍ଜନ ବେହେରା ଜିନ୍ଦାବାଦ କହିବା ସହ ନାରାବାଜି ଦେଇ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି l