-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
31-Mar-2024
ବଲାଙ୍ଗୀର(ଚିତ୍ରସେନ ବେହେରା): ଆଜି ରାଜେନ୍ଦ୍ର ପଡା ସ୍ଥିତ ଜିଲ୍ଲା ଓବିସି ମଞ୍ଚ ବଲାଙ୍ଗିର କାର୍ଯ୍ୟାଳୟ ପରିସରରେ ମଲିଆ ଗଡୁଆ ଙ୍କ ଆବାହନ କ୍ରମେ ବଲାଙ୍ଗୀର ଜିଲ୍ଲାର ଓବିସି ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ରାଜ୍ୟ ଓବିସି ମଞ୍ଚ ଓଡ଼ିଶାର ସଭାପତି ଶଙ୍କର ପାତ୍ର ଉପସ୍ଥିତ ସଦସ୍ୟ ମାନଙ୍କୁ ସମ୍ବୋଧନ କରି କହିଲେ, ଓଡ଼ିଶା ରେ ଓବିସି ମାନଙ୍କୁ ରାଜ୍ୟ ସରକାର ୦୦% ସଂରକ୍ଷଣ ଦେଉଛନ୍ତି। ଏସ୍ ଇ ବି ସି ନାମରେ
ରାଜ୍ୟ ସରକାର ଯେଉଁ ୧୧.୨୫ ସଂରକ୍ଷଣ ଦେଉଛନ୍ତି,ତାହା ଓବିସି ସଂରକ୍ଷଣ ନୁହେଁ।ମଣ୍ଡଲ କମିସନ ଆଧାର ରେ ଅନ୍ୟ ରାଜ୍ୟ ପରି ଓଡ଼ିଶାର ଓବିସି ମାନେ ମଧ୍ୟ ଶିକ୍ଷା, ଚାକିରି ଓ ରାଜନୀତି ରେ ୨୭% ସଂରକ୍ଷଣ ପାଇବା କଥା। ଓବିସି ମଞ୍ଚ ର ବାରମ୍ବାର ଦାବି ସତ୍ତ୍ୱେ, ସରକାର କିଛି ଶୁଣୁନାହାନ୍ତି।ଓବିସି ଙ୍କୁ ଭକୁଆ ବନେଇ ଖାଲି ଓବିସି ଭୋଟ ହାତେଇବା ରେ ଲାଗିଛନ୍ତି।ଓବିସି ଜାତିର ଲୋକେ ସାମ୍ବିଧାନିକ ହକ ଅଧିକାର ପାଇବାକୁ ହେଲେ ବ୍ୟାପକ ଜନ ସଚେତନ ଲୋଡା। ସମାଜ ର ଶିକ୍ଷିତ ଓ ସଚେତନ ନାଗରିକ ହିସାବରେ ଓବିସି ବର୍ଗର ଆଗାମୀ ପିଢ଼ି ପାଇଁ, ଆପଣ ମାନେ କାର୍ଯ୍ୟ କରନ୍ତୁ ବୋଲି ଶ୍ରୀ ପାତ୍ର ଅନୁରୋଧ କରିଥିଲେ।ଆଜି ସଭାରେ ସର୍ବସମ୍ମତିକ୍ରମେ କ୍ରମେ ଶ୍ରୀ ମଲିଆ ଗଡୁଆ ଙ୍କ ନେତୃତ୍ବରେ ଉମାକାନ୍ତ ପାତ୍ର, ଦୁର୍ଗା ପ୍ରସନ୍ନ ଛୁରିଆ, ବୈକୁଣ୍ଠ ସ୍ଵାଇଁ ଓ ରାଧାକାନ୍ତ ସାହୁଙ୍କୁ ନେଇ ଏକ ସମନ୍ୱୟ କମିଟି ଗଠନ କରାଗଲା।
ବୈଠକରେ ସୁରେନ୍ଦ୍ର ନେଗୀ, ପ୍ରଦୀପ କୁମାର ସାହୁ,ଦଶରଥ ବାଗ, ଭକ୍ତ ବନ୍ଧୁ ନାଏକ, ପ୍ରେମାନନ୍ଦ ପଟେଲ, ଜୟ ଚନ୍ଦ୍ର ପଟେଲ୍ , ସରୋଜ କୁମାର ମେଶ୍ଵା ସଂଯୋଜକ ଓବିସି ମଞ୍ଚ ବଲାଙ୍ଗିର ବାଲେଶ୍ଵର ପଟେଲ, ଦୟାନିଧି ନାୟକ , ଜୟଦେବ ବେହେରା,ଛାୟାକାନ୍ତ ସାହୁ, ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ଓବିଶି ମଞ୍ଚ କୋଷାଧ୍ୟକ୍ଷ ପ୍ରଦେଶୀ ବିଶ୍ଵାସ ଧନ୍ୟବାଦ ଅର୍ପଣ କରିଥିଲେ।